ନୂଆଦିଲ୍ଲୀ: ଆସନ୍ତା ବର୍ଷ ପାକିସ୍ତାନରେ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫି ଆୟୋଜନକୁ ନେଇ ଅନିଶ୍ଚିତତା ଲାଗି ରହିଛି। ଯଦି ଚାମ୍ପିୟନ୍ସ ଟ୍ରଫି ହାଇବ୍ରିଡ ମଡେଲର ଅନୁଷ୍ଠିତ ହୁଏ, ତେବେ ଭାରତରେ ଆୟୋଜିତ ହେବାକୁ ଥିବା ସମସ୍ତ ଆଇସିସି ଇଭେଣ୍ଟ ମଧ୍ୟ ସମାନ ମଡେଲରେ ଅନୁଷ୍ଠିତ ହେବ ବୋଲି ସର୍ତ ରଖିଛି ପାକିସ୍ତାନ। ଏଥିରୁ ଜଣାପଡିଛି ଯେ ବିସିସିଆଇ ପାକିସ୍ତାନ କ୍ରିକେଟ୍ ବୋର୍ଡକୁ କଡା ଜବାବ ଦେଇଛି।
PCB କୁ ଭାରତର ଦୃଢ ଜବାବ:
ବିସିସିଆଇ ପ୍ରଥମରୁ ସ୍ପଷ୍ଟ କରି ଦେଇଛି ଯେ, ସୁରକ୍ଷା ଦୃଷ୍ଟିରୁ ଭାରତୀୟ ଦଳ ପାକିସ୍ତାନ ଗସ୍ତ କରିବ ନାହିଁ । ପିସିବି ଭାରତ ଦ୍ୱାରା ପ୍ରସ୍ତାବିତ ହାଇବ୍ରିଡ ମଡେଲ ଉପରେ ଏକ ସର୍ତ୍ତ ରଖିଛି। ଏହାକୁ ବିସିସିଆଇ ପ୍ରତ୍ୟାଖ୍ୟାନ କରିଥିଲା। ଖବର ରହିଛି ଯେ, ବିସିସିଆଇ କହିଛି ଭାରତରେ କୌଣସି ସୁରକ୍ଷା ସମସ୍ୟା ନାହିଁ ଏବଂ ଏଠାରେ ଆୟୋଜିତ ହେବାକୁ ଥିବା ଆଇସିସି ଇଭେଣ୍ଟ ଗୁଡିକ ପାଇଁ ହାଇବ୍ରିଡ୍ ମଡେଲ୍ ଗ୍ରହଣ କରିବାର କୌଣସି ପ୍ରଶ୍ନ ଉଠୁନାହିଁ। ବିସିସିଆଇ ଆଇସିସିକୁ ଏହା ସ୍ପଷ୍ଟ କରିଛି।
ଏହା ମଧ୍ୟ ପଢନ୍ତୁ-ଚାମ୍ପିୟନ୍ସ ଟ୍ରଫି: ପାକିସ୍ତାନ ଯିବନି ଭାରତ, ଜାଣନ୍ତୁ କେଉଁଠି ଖେଳାଯିବ ମ୍ୟାଚ ?