ମୁମ୍ବାଇ: ଆସନ୍ତାମାସ 19 ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇସିସି ଚାମ୍ପିଅନ୍ସ ଟ୍ରଫି 2025 । ଚଳିତ ଥର ପାକିସ୍ତାନ ଆୟୋଜକ ରହିଥିବା ବେଳେ ପ୍ରସ୍ତୁତି ଜୋରସୋରେ ଚାଲିଛି । ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ତାର ସମସ୍ତ ମ୍ୟାଚ ଦୁବାଇରେ ଖେଳିବାକୁ ନିଷ୍ପତ୍ତି ହୋଇଛି । ଟୁର୍ଣ୍ଣାମେଣ୍ଟକୁ ଆଉ ମାସେ ବାକି ଥିବା ବେଳେ ବିସିସିଆଇ 15 ଜଣିଆ ଭାରତୀୟ ଦଳ ଘୋଷଣା କରିସାରିଛି । ଚାମ୍ପିଅନ୍ସ ଟ୍ରଫିରେ ଭାରତର ପ୍ରଦର୍ଶନକୁ ନେଇ ବଡ କଥା କହିଛନ୍ତି ଅଧିନାୟକ ରୋହିତ ଶର୍ମା, ଆସନ୍ତୁ ଜାଣିବା ।
କଣ କହିଲେ ରୋହିତ ଶର୍ମା ?
ମୁମ୍ବାଇ ଓ୍ବାଙ୍ଖଡ଼େ ଷ୍ଟାଡିୟମକୁ 50 ବର୍ଷ ପୂରଣ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ରୋହିତ ଶର୍ମା । ଏହି ସମୟରେ ଚାମ୍ପିଅନ୍ସ ଟ୍ରଫିକୁ ନେଇ ରୋହିତ କହିଥିଲେ, '' ଚାମ୍ପିଅନ୍ସ ଟ୍ରଫି ହାତେଇବାକୁ ଆମେ ଆମର ଆମର ସର୍ବୋତ୍ତମ ଚେଷ୍ଟା କରିବୁ । ଯେକୌଣସି ଆଇସିସି ଟ୍ରଫିରେ ଭାରତୀୟ ଦଳକୁ ପ୍ରତିନିଧିତ୍ୱ କରିବା ସର୍ବଦା ଏକ ସ୍ୱପ୍ନ । ଆମେ ଆଉ ଏକ ସ୍ୱପ୍ନରେ ଆରମ୍ଭ କରିବୁ । ମୋର ଦୃଢ ବିଶ୍ବାସ ଯେତେବେଳେ ଆମେ ଦୁବାଇରେ ପହଞ୍ଚିବୁ, 140 କୋଟି ଭାରତୀୟ ଆମ ସାଥିରେ ରହିବେ। ଆମେ ୱାଙ୍ଖେଡେକୁ ଟ୍ରଫିକୁ ପୁଣି ଥରେ ଫେରାଇ ଆଣିବା ପାଇଁ ଯାହା ସମ୍ଭବ ତାହା କରିବାକୁ ଚେଷ୍ଟା କରିବୁ। "
ଚାମ୍ପିଅନ୍ସ ଟ୍ରଫିରେ ଟପ୍ ଟେନ ରନ ସ୍କୋରିଂ ବ୍ୟାଟ୍ସମ୍ୟାନ, ଭାରତରୁ ୩ ବ୍ୟାଟର - CHAMPIONS TROPHY MOST RUNS
PCBକୁ BCCIର କଡା ଜବାବ, ଚାମ୍ପିଅନ୍ସ ଟ୍ରଫି ହାଇବ୍ରିଡ ମଡେଲକୁ ନେଇ ICCକୁ ଉତ୍ତର ଦେଲା ଭାରତ - CHAMPIONS TROPHY 2025
ଚାମ୍ପିଅନ୍ସ ଟ୍ରଫି ପାଇଁ ୧୫ ଜଣିଆ ଭାରତୀୟ ଦଳ:
ଚାମ୍ପିଅନ୍ସ ଟ୍ରଫି ଫାଇଁ ଭାରତ ଘୋଷଣା କରିଥିବା ଦଳରେ ଅଭିଜ୍ଞ ଓ ଯୁବ ଖେଳାଳି ରହିଛନ୍ତି । ଦଳରେ 3 ଜଣ ସ୍ପିନର, 3 ଜଣ ଫାଷ୍ଟ ବୋଲର, 3 ଜଣ ଅଲରାଉଣ୍ଡ ଓ 2ଜଣ ଓ୍ବିକେଟ କିପର ରହିଛନ୍ତି । ୧୫ ଜଣିଆ ଦଳ- ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ୍ (ଉପଅଧିନାୟକ), ବିରାଟ କୋହଲି, ଶ୍ରେୟସ ଅୟର, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ସର ପଟେଲ, କେଏଲ ରାହୁଲ, ଓ୍ବାଶିଂଟନ୍ ସୁନ୍ଦର, କୁଲଦୀପ ଯାଦବ, ଯଶପ୍ରୀତ ବୁମ୍ରା, ମହମ୍ମଦ ସାମି, ଅର୍ଶଦୀପ, ଯଶସ୍ବୀ ଜୟସ୍ବାଲ, ଋଷଭ ପନ୍ଥ, ରବୀନ୍ଦ୍ର ଜାଡେଜା ।
ହାଇବ୍ରିଡ ମଡେଲରେ ଚାମ୍ପିଅନ୍ସ ଟ୍ରଫି:
ଚାମ୍ପିଅନ୍ସ ଟ୍ରଫି 2025 ହାଇବ୍ରିଡ ମଡେଲରେ ଖେଳାଯିବ । ଭାରତୀୟ ଦଳ ପାକିସ୍ତାନ ଯିବାକୁ ମନା କରିବାରୁ ଆଇସିସି ଏପରି ନିଷ୍ପତ୍ତି ନେଇଥିଲା । ଫଳରେ ଭାରତର ସମସ୍ତ ମ୍ୟାଚ ଦୁବାଇରେ ଖେଳାଯିବ । ଆଇସିସି ଚାମ୍ପିଅନ୍ସ ଟ୍ରଫି ଫେବୃଆରୀ 19ରେ ଆରମ୍ଭ ହୋଇ ମାର୍ଚ୍ଚରେ 9ରେ ଶେଷ ହେବ । ବହୁ ପ୍ରତୀକ୍ଷିତ ଭାରତ ବନାମ ପାକିସ୍ତାନ ମୁକାବିଲା ଫେବୃଆରୀ 23 ରେ ଦୁବାଇ ଆନ୍ତର୍ଜାତିକ କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଅନ୍ୟ ଦଳ ସହ ମ୍ୟାଚ , କରାଚୀ, ଲାହୋର ଏବଂ ରାୱଲପିଣ୍ଡିରେ ଖେଳାଯିବ ।