ଓଡିଶା

odisha

ETV Bharat / politics

କାକଟପୁର ବିଜେଡିରେ କଳି! ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ମନ୍ତ୍ରୀ ତୁଷାରକାନ୍ତି ହଟହଟା - ବିଜେଡିର ଦୁଇ ଗୋଷ୍ଠୀ ମୁହାଁମୁହିଁ

Ama Odisha Naveen Odisha Program: ସଭା ମଞ୍ଚରେ ବସିବାକୁ ନେଇ କାକଟପୁରରେ ବିଜେଡିର ଦୁଇ ଗୋଷ୍ଠୀ ମୁହାଁମୁହିଁ । ପୂର୍ବତନ ବିଧାୟକ ମଞ୍ଚ ଉପରେ ବସିଥିବାରୁ ତଳେ ଚେୟାରରେ ବସି ରହିଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା । ଅଧିକ ପଢନ୍ତୁ

କାକଟପୁରରେ ବିଜେଡିର ଦୁଇ ଗୋଷ୍ଠୀ ମୁହାଁମୁହିଁ
କାକଟପୁରରେ ବିଜେଡିର ଦୁଇ ଗୋଷ୍ଠୀ ମୁହାଁମୁହିଁ

By ETV Bharat Odisha Team

Published : Feb 3, 2024, 11:36 AM IST

କାକଟପୁର ବିଜେଡିରେ କଳି! ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ମନ୍ତ୍ରୀ ତୁଷାରକାନ୍ତି ହଟହଟା

ନିମାପଡ଼ା:ସଭା ମଞ୍ଚରେ ବସିବାକୁ ନେଇ କାକଟପୁରରେ ବିଜେଡିର ଦୁଇ ଗୋଷ୍ଠୀ ମୁହାଁମୁହିଁ । ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ବଦଳରେ ପୂର୍ବତନ ବିଧାୟକ କାର୍ଯ୍ୟକ୍ରମକୁ ଉଦଘାଟନ କରି ମଞ୍ଚାସୀନ ହେବାରୁ ତାତିଲେ ମନ୍ତ୍ରୀଙ୍କ ସମର୍ଥକ । ପୂର୍ବତନ ବିଧାୟକଙ୍କୁ ମଞ୍ଚ ତଳକୁ ଓହ୍ଲାଇବା ପାଇଁ ଜିଦ୍ ଧରିଲେ । ସେପଟେ ମନ୍ତ୍ରୀ ବି ମଞ୍ଚରେ ପୂର୍ବତନ ବିଧାୟକଙ୍କୁ ବସିଥିବାର ଦେଖି ତଳେ ଚେୟାରରେ ବସି ରହିଲେ । ଯାହାକୁ ନେଇ ଦୁଇ ଗୋଷ୍ଠୀ ଭିତରେ ଆରମ୍ଭ ହେଲା ପାଟିତୁଣ୍ଡ । ବ୍ଲକ ଅଧ୍ୟକ୍ଷା ଓ ସମର୍ଥକଙ୍କ ଭିତରେ ମଧ୍ୟ କଥା କଟାକଟି ହେଲା । ଆଉ ଏହି ଗଣ୍ଡଗୋଳ ସମାଧାନ କରିବାକୁ ଯାଇ ନାକେଦମ ହେଲା ପୋଲିସ । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକରେ ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ବେଳେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।

ସୂଚନା ମୁତାବକ, ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ସ୍ଥାନୀୟ(କାକଟପୁର) ବିଧାୟକ ତଥା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲା । ବ୍ଲକ ପ୍ରଶାସନ ପକ୍ଷରୁ ସ୍ଥାନୀୟ ପୂର୍ବତନ ବିଜେଡି ବିଧାୟକ ସୁରେନ୍ଦ୍ର ସେଠୀଙ୍କୁ ମଧ୍ୟ ନିମନ୍ତ୍ରଣ ହୋଇଥିଲା । ତେବେ କାର୍ଯ୍ୟକ୍ରମରେ ପ୍ରଥମେ ପୂର୍ବତନ ବିଧାୟକ, ସରପଞ୍ଚ, ବ୍ଲକ ଅଧକ୍ଷା ଓ ଉପାଧ୍ୟକ୍ଷ ପହଞ୍ଚି ମଞ୍ଚରେ ବସିଥିଲେ । ମନ୍ତ୍ରୀ ଆସିବାରେ ବିଳମ୍ବ ହେବାରୁ ନିଜ ସମର୍ଥକଙ୍କ ଅନୁରୋଧରେ ପୂର୍ବତନ ବିଧାୟକ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହାର କିଛି ସମୟ ପରେ ପହଞ୍ଚିଥିଲେ ମନ୍ତ୍ରୀ ।

ଏହା ମଧ୍ୟ ପଢନ୍ତୁ: ମୋକିମଙ୍କ ବିସ୍ଫୋରକ ବୟାନ, 'କଂଗ୍ରେସରେ ମିଶିବା ପାଇଁ ଟଚ୍‌ରେ ଅଛନ୍ତି ବିଜେଡିର ହେଭିୱେଟ୍'

ମନ୍ତ୍ରୀଙ୍କ ଅନୁପସ୍ଥିତିରେ ପୂର୍ବତନ ବିଧାୟକ କାର୍ଯ୍ୟକ୍ରମ ଉଦଘାଟନ କରିବାକୁ ବିଧାୟକମାନେ ପ୍ରବଳ ବିରୋଧ କରିଥିଲେ । ଏହାକୁ ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା । ପୂର୍ବତନ ବିଧାୟକ ମଞ୍ଚ ତଳକୁ ଓହ୍ଲାଇବାକୁ ଜିଦ୍ କରିଥିଲେ ମନ୍ତ୍ରୀଙ୍କ ସମର୍ଥକ । ଫଳରେ ପୂର୍ବତନ ବିଧାୟକ ଓ ମନ୍ତ୍ରୀଙ୍କ ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା । ତେଣେ ବିଡ଼ିଓ ମନ୍ତ୍ରୀଙ୍କୁ ସଭାମଞ୍ଚକୁ ନିମନ୍ତ୍ରଣ କରିଥିଲେ ହେଁ ପୂର୍ବତନ ବିଧାୟକ ମଞ୍ଚ ଉପରେ ବସି ରହିଥିବାରୁ ଅସନ୍ତୋଷ ପ୍ରକାଶ କରି ତଳେ ଚେୟାରରେ ବସି ରହିଥିଲେ ତୁଷାରକାନ୍ତି ବେହେରା ।

ମାତ୍ର ବିଡିଓଙ୍କ ବାରମ୍ବାର ଅନୁରୋଧ ଓ ପୋଲିସ ପ୍ରଶାସନ ହସ୍ତକ୍ଷେପ ପରେ କିଛି ସମୟ ପରେ ମନ୍ତ୍ରୀ ମଞ୍ଚ ଉପରକୁ ଉଠି ସଭାରେ ଯୋଗ ଦେଇଥିଲେ । ପରେ ବରିଷ୍ଠ ନେତୃତ୍ବଙ୍କ ଉଦ୍ୟମରେ ଉତ୍ତେଜନା କମିଥିଲା ଓ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । କିନ୍ତୁ ଏହି ଘଟଣା ପରେ କାକଟପୁର ବିଜେଡିରେ ଗୋଷ୍ଠୀ କନ୍ଦଳ ସାମ୍ନାକୁ ଆସିଛି । ସାଧାରଣ ନିର୍ବାଚନ ପୂର୍ବରୁ ଏଭଳି ଘଟଣା କାକଟପୁର ରାଜନୈତିକ ପାଣିପାଗକୁ ଉଷ୍ଣ କରିଛି । ତେବେ ଏହି ଘଟଣା ପରେ ଦଳ ଭିତରେ କୌଣସି ମତଭେଦ ବା ଗୋଷ୍ଠୀ କନ୍ଦଳ ନାହିଁ ବୋଲି ପୂର୍ବତନ ବିଧାୟକ ସଫେଇ ଦେଇଥିବା ବେଳେ କାକଟପୁର ନିର୍ବାଚନ ମଣ୍ଡଳୀ ପାଇଁ ରାଜ୍ୟ ସରକାର ଅନେକ କାର୍ଯ୍ୟକ୍ରମ ହାତକୁ ନେଇଥିବା ମନ୍ତ୍ରୀ କହିଛନ୍ତି।

ଇଟିଭି ଭାରତ, ନିମାପଡ଼ା

ABOUT THE AUTHOR

...view details