ଓଡିଶା

odisha

ETV Bharat / politics

ବିଜେଡିକୁ ଫେରିଲେ ବିଜୁ ଅନୁଗତ ବିଜୟ କେତନ ସ୍ୱାଇଁ - VIJAY JOINS BJD - VIJAY JOINS BJD

Vijay Joins BJD: ବରିଷ୍ଠ ନେତା ବିଜୟ କେତନ ସ୍ୱାଇଁ ପୁଣି ବିଜେଡିକୁ ବାହୁଡିଛନ୍ତି । ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ସେ ବିଜେଡିରେ ସାମିଲ ହୋଇଛନ୍ତି । ଅଧିକ ପଢନ୍ତୁ

Vijay Joined BJD
Vijay Joined BJD

By ETV Bharat Odisha Team

Published : Apr 19, 2024, 3:38 PM IST

Vijay Joined BJD

ଭୁବନେଶ୍ବର: ବିଜେଡିକୁ ଫେରିଛନ୍ତି ବିଜୁ ଅନୁଗତ ତଥା ବରିଷ୍ଠ ନେତା ବିଜୟ କେତନ ସ୍ୱାଇଁ । ବିଜୟ ବିଜେପି ଛାଡି ବିଜେଡ଼ିରେ ଯୋଗ ଦେଇଛନ୍ତି । ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ସେ ବିଜେଡିରେ ସାମିଲ ହୋଇଛନ୍ତି । ବିଜେଡିର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ ଜେନା, ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ଉପସ୍ଥିତିରେ ବିଜୟ ବିଜେଡ଼ିରେ ଯୋଗ ଦେଇଛନ୍ତି । ବିଜୟ ଓ ତାଙ୍କ ସମର୍ଥକଙ୍କୁ ବିଜେଡି ନେତା ଦଳକୁ ସ୍ୱାଗତ କରିଛନ୍ତି । ବିଜୟ କେତନ ସ୍ୱାଇଁଙ୍କ ଯୋଗଦାନ ଦ୍ୱାରା କେନ୍ଦ୍ରାପଡ଼ା ବିଶେଷ କରି ରାଜନଗର ବ୍ଳକରେ ଦଳ ଅଧିକ ଶକ୍ତିଶାଳୀ ହେବ ବୋଲି ଆଶା ରଖିଛି ବିଜେଡି ।

ବିଜୟ କେତନ ସ୍ବାଇଁ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଏକାନ୍ତ ସହଯୋଗୀ । ୧୯୭୨ରୁ ବିଜୁ ବାବୁଙ୍କ ଅନୁଗାମୀ ହୋଇ ପଟ୍ଟାମୁଣ୍ଡାଇରୁ ସେ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ । ଜନତା ଦଳର ସେ କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରଥମ ଜିଲ୍ଲା ସଭାପତି ହୋଇଥିଲେ । ପରବର୍ତ୍ତୀ ସମୟରେ ସେ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ । ବିଜୟ ବିଜୁ ଜନତା ଦଳର ପ୍ରଥମ କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ଥିଲେ । ପରବର୍ତ୍ତୀ ସମୟରେ ସେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ । ରାଜନଗର ଆସନରୁ ସେ ୨୦୦୯ ନିର୍ବାଚନରେ ବିଜେପି ଟିକେଟରୁ ଲଢ଼ିଥିଲେ । ଆଜି ପୁଣି ସେ ବିଜେଡ଼ିକୁ ଫେରିଛନ୍ତି । "ବିଜୟ ବିଜେଡ଼ିରେ ଯୋଗ ଦେବା ପରେ ଦଳ ଆହୁରି ଶକ୍ତିଶାଳୀ ହେବ" ବୋଲି କହିଛନ୍ତି ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଜେନା ।

ଏହା ବି ପଢନ୍ତୁ...କମଳାକାନ୍ତ ପାଣ୍ଡେଙ୍କ ଘର ବାହୁଡା - BJD Joining Program

ଦିବ୍ୟକାନ୍ତ ବିଶ୍ଵାଳ, ଉମେଶ ଚନ୍ଦ୍ର ପରିଡ଼ାଙ୍କ ସହ ଶତାଧିକ କର୍ମୀ ବିଜେପି ଛାଡ଼ି ବିଜେଡ଼ିରେ ଯୋଗ ଦେଇଛନ୍ତି ବୋଲି କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ ଜେନା ସୂଚନା ଦେଇଛନ୍ତି । ରାଜନଗର ବିଧାୟକ ଧ୍ରୁବ ସାହୁ କହିଛନ୍ତି, "ମିଶ୍ରଣ ଫଳରେ ରାଜନଗର ଓ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ର ଅଧିକ ମଜବୁତ ହେବ" । ବିଜେଡିକୁ ଫେରିବା ପରେ ବିଜୟ କେତନ ସ୍ୱାଇଁ ପ୍ରତିକ୍ରିୟା ରଖିଛନ୍ତି । ବିଜୟ କହିଛନ୍ତି, "ମୁଁ ଜୀବନ ସାରା ବିଜୁ ବାବୁଙ୍କ ଆଦର୍ଶରେ କାମ କରିଛି । ଯେଉଁଠି ଥିଲେ ବି ମାନସିକସ୍ତରରେ ନବୀନଙ୍କ ସହ ଥିଲି । ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ କାର୍ଯ୍ୟ ମୋତେ ବିଜେଡିରେ ମିଶିବା ପାଇଁ ଅନୁପ୍ରାଣିତ କରିଛି । ବିଜେପି ପ୍ରତି ବିତୃଷ୍ଣା ହୋଇ ଦଳ ଛାଡିଲି । ବିଜେଡ଼ିର ସଂଗଠନକୁ ସୁଦୃଢ଼ କରିବାକୁ କାମ କରିବି ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details