ଓଡିଶା

odisha

ETV Bharat / politics

କାଲି ହରିୟାଣା ଓ ଜମ୍ମୁ କାଶ୍ମୀର ନିର୍ବାଚନ ରେଜଲ୍ଟ, ଚର୍ଚ୍ଚାରେ ଓଡ଼ିଶା ନେତାଙ୍କ ବୟାନ

କାଲି ନିର୍ଦ୍ଧାରଣ ହେବ ପ୍ରାର୍ଥୀଙ୍କ ଭାଗ୍ୟ । ହରିୟାଣା ଓ ଜମ୍ମୁ-କାଶ୍ମୀର ସାଧାରଣ ନିର୍ବାଚନ 2024ର କାଲି ଆସିବ ଫଳାଫଳ । ଏହା ପୂର୍ବରୁ ଓଡ଼ିଶା ରାଜନୀତିରେ ବି ଦେଖାଦେଇଛି ବୟାନବାଜି।

By ETV Bharat Odisha Team

Published : 5 hours ago

Election Result
Election Result (ETV Bharat Odisha)

ଭୁବନେଶ୍ବର: ହରିୟାଣା ଓ ଜମ୍ମୁ-କାଶ୍ମୀର ସାଧାରଣ ନିର୍ବାଚନ 2024 ଅନୁଷ୍ଠିତ ହୋଇଛି । ନିର୍ବାଚନ ଫଳାଫଳ ପୂର୍ବରୁ ବିଭିନ୍ନ ସଂସ୍ଥାର ଏକଜିଟ୍ ପୋଲର ରିପୋର୍ଟ ସାମନାକୁ ଆସିଛି । ରିପୋର୍ଟ ଅନୁସାରେ ଫଳାଫଳ ବିଜେପି ବିପକ୍ଷରେ ଯାଉଥିବା ଆକଳନ କରାଯାଇଛି । ଯାହାକୁ ନେଇ ରାଜ୍ୟରେ ଆରମ୍ଭ ହୋଇଯାଇଛି ବୟାନବାଜି ।

ଏମିତି କହିଲା ବିଜେଡି:

Results Of Jammu Kashmir And Haryana (ETV Bharat Odisha)

ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି, "ଭାରତବର୍ଷରେ ଆଉ ବିଜେପି ଆସିବ ନାହିଁ । ବିଜେପିର ସମୟ କାଳ ଶେଷ ହୋଇଯାଇଛି । 2024 ସାଧାରଣ ନିର୍ବାଚନର 4 ମାସ ପରେ ହରିୟାଣା ଓ ଜମ୍ମୁ-କଶ୍ମୀର ନିର୍ବାଚନ ଅନୁଷ୍ଠିତ ହେଇଛି । ଏକଜିଟ୍ ପୋଲ ସର୍ଭେ ଆକଳନ ଅନୁସାରେ ଜମ୍ମୁ-କାଶ୍ମୀର ଓ ହରିୟାଣାରେ ବିଜେପିର ପରାଜୟ ହେବ । ସାଧାରଣ ନିର୍ବାଚନରେ ଆମକୁ ବହୁମତ ମିଳିଲା ବୋଲି ବିଜେପି ଡିଣ୍ଡିମ ପିଟୁଥିଲା । ଏ ନିର୍ବାଚନ ଫଳାଫଳ ଯଦି ତାଙ୍କ ବିପକ୍ଷରେ ଯାଏ ତାହା ସେ ଭାବି ନେବା ଦରକାର ଯେଉଁ ସମର୍ଥନ ମିଳିଥିଲା ତାହା ବିକ୍ଷିପ୍ତ ସମର୍ଥନ । ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ ବିଜେପିର ଚତୁର୍ଥ ପାଳି ଆଶା କରିବା ଠିକ ନୁହେଁ ବୋଲି ସ୍ୱୀକାର କରିଛନ୍ତି ।"

ଏହା ବି ପଢନ୍ତୁ-ଏକଜିଟ ପୋଲ ରାଜନୀତି: କଂଗ୍ରେସ କହିଲା ଏମିତି, କାଉଣ୍ଟର କଲା ବିଜେପି - Politics On Exit Poll

ଅରୁଣଙ୍କ ଭବିଷ୍ୟବାଣୀ:

Election Result (ETV Bharat Odisha)
ଅରୁଣ ଆହୁରି ମଧ୍ୟ କହିଛନ୍ତି, "ଜମ୍ମୁ-କଶ୍ମୀର ଓ ହରିୟାଣାର ଏକଜିଟ ବିଜେପି ହାରିବାକୁ ଯାଉଛି ବୋଲି ଦର୍ଶାଉଛି । ଏହାଦ୍ବାରା ଭାରତବର୍ଷକୁ ଏକ ବଡ଼ ମେସେଜ ଯିବ । ଭାରତ ବର୍ଷରେ ବିଜେପିର ଦିନ କାଳ ସରି ଆସୁଛି । ଓଡିଶାରେ ବିଜେଡି ଏକ ସଂଗଠିତ ଦଳ । ବିଜେପି ଭାରତ ବର୍ଷରେ ବୁଡୁଥିବାରୁ ଲୋକେ ବିଜେଡିକୁ ସରକାରକୁ ଫେରାଇ ଆଣିବେ । ଓଡିଶା ପରିପ୍ରେକ୍ଷୀରେ ନବୀନ ପଟ୍ଟନାୟକ କେବଳ ସାମ୍ନାକୁ ଆସୁଛନ୍ତି । ଜନସାଧାରଣ ଓ ସରକାରୀ ଦଳ ନେତା ବି ନବୀନଙ୍କୁ ମୁଖ୍ୟମନ୍ତ୍ରୀ କହି ସମ୍ବୋଧନ କରି ଦେଉଛନ୍ତି । ନବୀନ ହିଁ ଓଡ଼ିଶାର ଏକମାତ୍ର ବିକଳ୍ପ । 4 ମାସରେ ଜନସାଧାରଣ କହିଲେଣି ଭୁଲ ହୋଇଗଲା । ଯଦି ଆଜି ନିର୍ବାଚନ ହୁଏ, ତେବେ ବିଜେଡି ସପକ୍ଷରେ ଫଳାଫଳ ଯିବ ।"

ଏହା ବି ପଢନ୍ତୁ-‘ଓଡ଼ିଶା ରାଜଭବନ ଝାଡ଼ଖଣ୍ଡ ନିର୍ବାଚନର ୱାର ରୁମ’, ମୁହାଁମୁହିଁ ଶାସକ-ବିରୋଧୀ - jharkhand assembly election

ଏହା ବି ପଢନ୍ତୁ-ବିଜୟରେ ଉନ୍ମାଦିତ,ପରାଜୟରେ ହତୋତ୍ସାହିତ ହୁଅନାହିଁ: ନବୀନଙ୍କୁ ଧର୍ମେନ୍ଦ୍ରଙ୍କ କାଉଣ୍ଟର - Dharmendra counter Naveen

ଏହା ବି ପଢନ୍ତୁ...ବିଜେପି-କଂଗ୍ରେସ-ବିଜେଡି: କିଏ କାହାର B ଟିମ୍‌ ?

କଂଗ୍ରେସର ପ୍ରତିକ୍ରିୟା:
କଂଗ୍ରେସ ନେତା ଅଶୋକ ଦାସ କହିଛନ୍ତି, " ସାରା ଭାରତ ବର୍ଷରେ ଜମ୍ମୁ-କାଶ୍ମୀର ଓ ହରିୟାଣା ଫଳାଫଳର ପ୍ରଭାବ ପଡିବ । ମାନସିକ ସ୍ତରରେ ଲୋକଙ୍କ ମଧ୍ୟରେ ପରିବର୍ତ୍ତନ ଧୀରେ ଧୀରେ ଆସୁଥିବା ପରିଲକ୍ଷିତ ହେଉଛି । ଏକଜିଟ୍ ପୋଲ କଥା ଠିକ ହୋଇପାରେ ନ ହୋଇପାରେ । ଫଳାଫଳ ଭଲ ହେଉ ବା ନହେଉ କଂଗ୍ରେସ ଆଗକୁ ଭଲ ପ୍ରଦର୍ଶନ କରିବ । 'କଂଗ୍ରେସ ମୁକ୍ତ ଭାରତ ଗଠନ' ନେଇ ମୋଦିଙ୍କ ଆହ୍ୱାନ ବିଫଳ ହେଲା ବୋଲି ଫଳାଫଳ ବାର୍ତ୍ତା ଦେବ । 'ଅବ କି ବାର ଓ 40ପାର୍' ନାରାର ଅହଙ୍କାର ଆଉ ରହିବ ନାହିଁ । ଲୋକମତ ଓ ଗଣତନ୍ତ୍ରକୁ ସମ୍ମାନ ଦେବା ଦରକାର ।"
ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details