ଭୁବନେଶ୍ବର:ମହିଳା ଆଇଆଇସି ମାଡ ମାରିବା ଘଟଣାରେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଆଗୁଆ ଜାମିନ ଆବେଦନ ଖାରଜ କରିଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ଏହାକୁ ନେଇ ରାଜ୍ୟରେ ସରଗରମ ରାଜନୀତି । ବିଜେପି ବିଧାୟକ ଜୟନାରାୟଣଙ୍କ ଉକ୍ତି ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ବିଜେଡିର ବରିଷ୍ଠ ନେତା ପ୍ରତାପ ଦେବ । ଏହାକୁ ନେଇ ବିଜେଡିକୁ ଜବାବ ଦେଇଛି ଶାସକ ଦଳ ବିଜେପି । ଯାହାକୁ ନେଇ ଉଭୟ ଦଳ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଦେଖିବାକୁ ମିଳିଛି ।
ଶାସକ ଦଳକୁ ଘେରିଲା ବିଜେଡି:
ଜୟ ନାରାୟଣଙ୍କ ଆଗୁଆ ଜାମିନ ଖାରଜ ପ୍ରସଙ୍ଗକୁ ନେଇ ନେଇ ବିଜେପିକୁ ଘେରିଛି ବିଜେଡି । ଏନେଇ ବିଜେଡି ବିଧାୟକ ପ୍ରତାପ ଦେବ, ‘ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ଉକ୍ତି ଗ୍ରହଣୀୟ ନୁହେଁ । ଏହାକୁ କୁହାଯାଏ କ୍ଷମତାର ଅଂହକାର । ସୁପ୍ରିମକୋର୍ଟ ନିୟମକୁ ପାଳନ କରୁନାହାନ୍ତି ଅର୍ଥ ବିଜେପି ବିଧାୟକ ମାନେ ଆଇନଠୁ ଊର୍ଦ୍ଧ୍ବରେ । ଗୃହ ବିଭାଗର ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୁହନ୍ତୁ ଆଇନ ସମସ୍ତଙ୍କ ପାଇଁ ସମାନ ନା ତାଙ୍କ କର୍ମକର୍ତ୍ତା ରାଜ୍ୟପାଳଙ୍କ ପୁଅ ପାଇଁ ଅଲଗା । ମୁଖ୍ୟମନ୍ତ୍ରୀ ଉତ୍ତର ରଖନ୍ତୁ । ସରକାର ତାକୁ ଜଦି ଅନୁସରଣ କରନ୍ତି ଅର୍ଥ ବିଜେପିର ସମସ୍ତଙ୍କୁ ସୁରକ୍ଷା ଦିଅନ୍ତୁ । ଆଗାମୀ ଦିନରେ ଓଡ଼ିଶାରେ ଯଦି ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବ ମୁଖ୍ୟମନ୍ତ୍ରୀ ଦାୟୀ ରହିବେ ।’