ଓଡିଶା

odisha

ETV Bharat / politics

କଂଗ୍ରେସର ୩ ବରିଷ୍ଠ ନେତାଙ୍କ ନାଁରେ ଏତଲା

ନିର୍ବାଚନ ପରେ ଟଙ୍କା ନଦେବାରୁ ଫସିଲେ କଂଗ୍ରସର ତିନି ବରିଷ୍ଠ ନେତା । ଭରତପୁର ଥାନାରେ ଏତଲା ଦେଲେ ଜଣେ ବ୍ୟବସାୟୀ ।

By ETV Bharat Odisha Team

Published : 5 hours ago

POLICE CASE AGAINST CONGRESS LEADER
POLICE CASE AGAINST CONGRESS LEADER (ETV Bharat Odisha)

ଭୁବନେଶ୍ବର:ହରଡ଼ଘଣାରେ ରାଜ୍ୟ କଂଗ୍ରେସ । କଂଗ୍ରେସର 3 ନେତାଙ୍କ ନାଁରେ ଥାନାରେ ଏତଲା । ପ୍ରଭାରୀ ଅଜୟ କୁମାର, ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ ଏବଂ ମିଡିଆ ସେଲର ପୂର୍ବତନ ଅଧ୍ୟକ୍ଷ ବିଶ୍ୱରଞ୍ଜନ ମହାନ୍ତିଙ୍କ ନାଁରେ ଭରତପୁର ଥାନାରେ ଏତଲା ଦାୟର । ଆଶୁତୋଷ ମହାପାତ୍ର ନାମକ ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ ଏତଲା । IPC 120 b ,420 ,506,34 ଦଫାରେ ମାମଲା ରୁଜୁ କରିଛି ପୋଲିସ । କୋର୍ଟ ଆଦେଶ ଅନୁସାରେ ଏତଲା ଦେଇଛନ୍ତି ଆଶୁତୋଷ ମହାପାତ୍ର । ଏଫଟେ ଏନେଇ ସଂପୃକ୍ତ କଂଗ୍ରେସ ନେତାଙ୍କ ପ୍ରତିକ୍ରିୟା ମିଳିନି ।

କାହିଁକି ଦେଲେ ଏତଲା ?:-

ସୂଚନା ଥାଉ କି 2024 ସାଧାରଣ ନିର୍ବାଚନରେ କଂଗ୍ରେସ ପ୍ରଚାର ପାଇଁ ଏହି ବ୍ୟକ୍ତିଙ୍କ ଠାରୁ LED ଭଡା ସୂତ୍ରରେ ନେଇଥିଲେ । ଏକ କୋଟି 42 ଲକ୍ଷ ଟଙ୍କା ନଦେବା ଅଭିଯୋଗ ନେଇ ଥାନାରେ ଏତଲା ଦେଇଛନ୍ତି ଆଶୁତୋଷ । ତେବେ ନିର୍ବାଚନ ପରେ ଟଙ୍କା ନଦେବାରୁ ଆଶୁତୋଷ ଆଇନର ଆଶ୍ରୟ ନେଇଛନ୍ତି । ଆଜି ଭରତପୁର ଥାନାରେ ଏତଲା ଦେଇଛନ୍ତି ଆଶୁତୋଷ । ତେବେ ଏନେଇ ସମ୍ପୃକ୍ତ ନେତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

POLICE CASE AGAINST CONGRESS LEADER (ETV Bharat Odisha)

ରାଜ୍ୟ କଂଗ୍ରେସର ୩ ବରିଷ୍ଠ ନେତାଙ୍କ ନାଁରେ ମାମଲା

  • ଅଜୟ କୁମାର, ଶରତ ପଟ୍ଟନାୟକ, ବିଶ୍ବରଂଜନ ମହାନ୍ତିଙ୍କ ନାଁରେ ମାମଲା
  • ଭରତପୁର ଥାନାରେ ମାମଲା ରୁଜୁ
  • IPC 120 b ,420 ,506,34 ଦଫାରେ ମାମଲା ରୁଜୁ
  • ଆଶୁତୋଷ ମହାପାତ୍ର ନାମକ ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ ମାମଲା
  • ବକେୟା ୧ କୋଟି ୪୨ ଲକ୍ଷ ଟଙ୍କା ନଦେବା ନେଇ ଅଭିଯୋଗ
POLICE CASE AGAINST CONGRESS LEADER (ETV Bharat Odisha)

ଷ୍ଟିୟରିଂ କମିଟି ହାତରେ ରାଜ୍ୟ କଂଗ୍ରେସର ଭାଗ୍ୟ:-

ସେପଟେ ଦୀର୍ଘ ଦିନ ହେବ ଓଡିଶା କଂଗ୍ରେସ ମୁରବିହୀନ ହୋଇପଡ଼ିଛି । ପିସିସି ସଭାପତି ଓ ଅନ୍ୟ ପ୍ରାଦେଶିକ ସାଙ୍ଗଠନିକ ପଦବୀ ନେଇ ଆସିପାରୁନି ଚୂଡାନ୍ତ ନିଷ୍ପତ୍ତି । ଦିଲ୍ଲୀରୁ ଓଡିଶା ‘ପିସିସି’ ନେଇ କୌଣସି ଗ୍ରୀନ ସିଗ୍ନାଲ ମିଳି ପାରୁନି । ଏବେ ଷ୍ଟିୟରିଂ କମିଟି ହାତରେ ରାଜ୍ୟ କଂଗ୍ରେସର ଭାଗ୍ୟ ।ରାଜ୍ୟରେ ନେତୃତ୍ବ ଅଭାବରୁ ଦିଶାହୀନ କଂଗ୍ରେସ ଦିନକୁ ଦିନ ଦୁର୍ବଳ ହେଉଛି । ଓଡିଶା ପ୍ରଦେଶ କଂଗ୍ରେସରେ କେହି ମୁଖିଆ ନଥିବାରୁ ରାଜନୈତିକ କାର୍ଯ୍ୟକ୍ରମ ମଧ୍ୟ ଏବେ ଶିଥିଳ ହୋଇପଡିଛି । ନା ବସୁଛି ବୈଠକ, ନା ପ୍ରସ୍ତୁତ ହେଉଛି କୌଣସି ଆକ୍ସନ ପ୍ଲାନ ।

ଏହ ମଧ୍ୟ ପଢନ୍ତୁ...ଦୋହଲିଲା ଗଞ୍ଜାମ ବିଜେଡ଼ି; ବିସ୍ଫୋରଣ କଲେ ଲତିକା, ରଞ୍ଜିତା ସାଜିଥିଲେ ବିଭୀଷଣ !

ଏହା ମଧ୍ୟ ପଢନ୍ତୁ...ସୂଚନା ଅଧିକାର କର୍ମୀଙ୍କୁ ଧମକାଇଲେ ସହ୍ୟ କରିବେନି ସରକାର: ଆଇନ ମନ୍ତ୍ରୀ

ଏହା ମଧ୍ୟ ପଢନ୍ତୁ ....ASOଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣା; ଗର୍ଜିଲା ଯୁବ କଂଗ୍ରେସ

ଜୁଲାଇରୁ ଭାଙ୍ଗିଲାଣି ପିସିସି:-

ଚଳିତବର୍ଷ ଜୁଲାଇ 21ରୁ ‘ପିସିସି’ର ସମସ୍ତ କମିଟି ଭଙ୍ଗ କରିଛି ‘ଏଆଇସିସି’ । ଅଗଷ୍ଟରେ ଏକ 14 ଜଣିଆ ଷ୍ଟିୟରିଂ କମିଟି ଗଠନ କରାଯାଇଛି । କାଶ୍ମୀର କଂଗ୍ରେସର ଯୁବ ନେତା ସହନବାଜ ଚୌଧୁରୀଙ୍କ ସହ 2 ଜଣିଆ ସମ୍ପାଦକ ଓଡିଶା ପାଇଁ ନିଯୁକ୍ତ ହୋଇଛନ୍ତି । ହେଲେ ଏପର୍ଯ୍ୟନ୍ତ କଂଗ୍ରେସର କୌଣସି ଆଖି ଦୃଶିଆ କାର୍ଯ୍ୟକ୍ରମ ହୋଇପାରିନି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details