ଓଡିଶା

odisha

ETV Bharat / politics

ମନ୍ଥର ଗତିରେ ନିର୍ମାଣାଧୀନ ବିଧାୟକଙ୍କ କ୍ୱାର୍ଟର, ଅସନ୍ତୋଷ ଜାହିର କଲେ ବାଚସ୍ପତି - MLA QUARTERS PROJECT ISSUE

ବିଧାୟକଙ୍କ ପାଇଁ ବହୁତଳ ପ୍ରାସାଦ ନିର୍ମାଣରେ ବିଳମ୍ବ । ସମୀକ୍ଷା ପରେ ଅସନ୍ତୋଷ ପ୍ରକାଶ କଲେ ବାଚସ୍ପତି ସୁରମା ପାଢ଼ୀ । ସେପଟେ କଟାକ୍ଷ କଲେ ବିରୋଧୀ ।

MLA QUARTERS PROJECT ISSUE
MLA QUARTERS PROJECT ISSUE (ETV Bharat Odisha)

By ETV Bharat Odisha Team

Published : Nov 14, 2024, 6:06 PM IST

ଭୁବନେଶ୍ବର:ମନ୍ଥର ଗତିରେ ଚାଲିଛି ୟୁନିଟ 4ରେ ବିଧାୟକଙ୍କ ପାଇଁ ନିର୍ମାଣ ହେଉଥିବା ବହୁତଳ ପ୍ରାସାଦ । ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ । ନିର୍ମାଣ କାର୍ଯ୍ୟରେ ବିଳମ୍ବତା ଲାଗି ସମୀକ୍ଷା ପରେ ଅସନ୍ତୋଷ ଜାହିର କରିଛନ୍ତି ବାଚସ୍ପତି । ବିଜେଡି ସରକାରରେ ଆରମ୍ଭ ହୋଇଥିବା କାମ 2025 ଡିସେମ୍ବର ସରିବା ଲାଗିଥିଲା ଡେଡ୍ ଲାଇନ । ପୂର୍ବ ସରକାରର କିଛି ନିଷ୍ପତ୍ତି କାରଣରୁ କାର୍ଯ୍ୟରେ ମନ୍ଥରତା ଆସିଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନ ବାଜି ।

ମନ୍ଥର ଗତିରେ ବିଧାୟକଙ୍କ ବହୁତଳ ପ୍ରାସାଦ ପ୍ରୋଜେକ୍ଟ:

MLA QUARTERS PROJECT ISSUE (ETV Bharat Odisha)

ଭୁବନେଶ୍ୱର ୟୁନିଟ 4ରେ ବିଧାୟକଙ୍କ ପାଇଁ ନିର୍ମାଣ ଚାଲିଛି ବହୁତଳ ପ୍ରାସାଦ । ଜଣକୁ 4 ହଜାର ବର୍ଗ ଫୁଟ ଫ୍ଲାଟ ଦେବାକୁ ଯୋଜନା ହୋଇଛି । ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସମୟରେ ଟେଣ୍ଡର ସହ କାମ ଆରମ୍ଭ ହୋଇଥିଲା । ଏଥିପାଇଁ ଠିକା ସଂସ୍ଥା KEC ଦାୟିତ୍ୱ ଦେଇଥିଲେ ତତ୍କାଳୀନ ବିଜେଡି ସରକାର । 105ଟି ଟାଇପ 7 କ୍ଵାଟର, 195ଟି ଟାଇପ 6 କ୍ଵାଟର ରହିବ । ରାଜକୀୟ ଓ ହାଇଟେକ ଢାଞ୍ଚାରେ ନିର୍ମାଣ ଚାଲିଛି କାର୍ଯ୍ୟ । ଏହି କ୍ୱାର୍ଟର ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ । ନିର୍ମାଣ କାର୍ଯ୍ୟରେ ବିଳମ୍ବତା ଲାଗି ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି ବାଚସ୍ପତି ।

'2025 ଶେଷ ସୁଦ୍ଧା ସରିବ ବୋଲି ଆଶା':
ବାଚସ୍ପତି ସୁରମା ପାଢ଼ୀ କହିଛନ୍ତି,"ବିଧାୟକଙ୍କ ଲାଗି ନିର୍ମାଣ ହେଉଥିବା କ୍ୱାର୍ଟର ଦୁଇ ଥର ସମୀକ୍ଷା କରିଛି । ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସନ୍ତୋଷଜନକ ନୁହେଁ ବୋଲି ଜାଣିବାକୁ ପାଇଛି । ପୂର୍ବରୁ କିଛି ଆଇନ ଗତ ନିଷ୍ପତ୍ତି କାରଣରୁ ଏହି କାର୍ଯ୍ୟରେ ମନ୍ଥର ଆସିଛି । 2025 ଶେଷ ସୁଦ୍ଧା ସରିବ ବୋଲି ଆମେ ଆଶା କରୁଛୁ । ଯେଉଁ ମାନଙ୍କ ପାଇଁ ବର୍ତ୍ତମାନ କ୍ୱାର୍ଟର ବ୍ୟବସ୍ଥା ନାହିଁ ବା କ୍ୱାର୍ଟର ପାଇନାହାନ୍ତି ସେମାନେ ମାସକୁ 30 ହଜାର ଟଙ୍କା ପାଇବେ ।"

ଏହା ମଧ୍ୟ ପଢନ୍ତୁ ...'ପରୀକ୍ଷାରେ ଜାଲିଆତି କଲେ ୫ ବର୍ଷ ଜେଲ୍‌', ମୋହନ ମାଝୀ ସରକାର ଆଣିବେ ନୂଆ ଆଇନ

ଏହା ମଧ୍ୟ ପଢନ୍ତୁ ...ନଭେମ୍ବର ୨୦ରୁ ବରଗଡରୁ ଆରମ୍ଭ ହେବ ଧାନ ସଂଗ୍ରହ

ଏହା ମଧ୍ୟ ପଢନ୍ତୁ ... ଗ୍ରାମାଞ୍ଚଳ ସ୍ୱ-ରୋଜଗାରକୁ ଗୁରୁତ୍ୱ: 8ଟି ପ୍ରସ୍ତାବକୁ କ୍ୟାବିନେଟର ମୋହର

ଅସନ୍ତୋଷ ପ୍ରକାଶ କଲେ ବାଚସ୍ପତି:

ସମୀକ୍ଷା ବୈଠକରେ କାମ ମନ୍ଥର ଗତିରେ ଚାଲିଥିବା ନେଇ ବାଚସ୍ପତି ଅସନ୍ତୋଷ ପ୍ରକାଶ କରିବା ପରେ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି । ବିଜେପି ସରକାର ଆସିବା ପରେ ମନ୍ତ୍ରୀ ଓ ବିଧାୟକଙ୍କ ପାଇଁ ଚାଲିଛି କ୍ୱାର୍ଟର ଆବଣ୍ଟନ । କିଛି ବିଧାୟକ କ୍ୱାର୍ଟର ପାଇଥିବା ବେଳେ ଅନେକ କ୍ଵାଟର ପାଇନାହାନ୍ତି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବିଧାୟକ ।

ଏମିତି କହିଲେ ବିରୋଧୀ:

କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଛନ୍ତି,"ବିଧାୟକଙ୍କ ପାଇଁ ବହୁତଳ ପ୍ରାସାଦ କାର୍ଯ୍ୟରେ ଆମେ ଅସନ୍ତୁଷ୍ଟ । 29 ସୁଦ୍ଧା କାର୍ଯ୍ୟ ସମ୍ପୂର୍ଣ୍ଣ ଭଳି ଲାଗୁନାହିଁ । ଏହାକୁ ସରକାର ଏବଂ ବାଚସ୍ପତି ମନିଟର କରନ୍ତୁ । ଆମେ ଷ୍ଟେଟ ଗେଷ୍ଟ ହାଉସରେ ରହୁଛୁ ।"ସେହିପରି ବିଜେଡି ବିଧାୟକ ସାରଦା ଜେନା ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି," ରାଜ୍ୟରେ ବିଜେପି ସରକାର ଆସିବା ପରେ ସବୁ କାମ ମନ୍ଥର ଗତିରେ ଚାଲିଛି ।"

ଇଟିଭି ଭାରତ,ଭୁବନେଶ୍ବର

ABOUT THE AUTHOR

...view details