ଓଡିଶା

odisha

ETV Bharat / politics

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ; ଆଜିଠୁ ନାମାଙ୍କନ ଦାଖଲ - LOK SABHA ELECTION 2024 - LOK SABHA ELECTION 2024

Odisha First Phase Lok sabha Election Notification: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ନାମାଙ୍କନ ଭରିବେ ପ୍ରାର୍ଥୀ । ମେ' 13ରେ 4 ଲୋକସଭା ଓ 28ଟି ବିଧାନସଭା ଆସନ ପାଇଁ ପଡିବ ଭୋଟ । ଅଧିକ ପଢନ୍ତୁ

Etv Bharat
Etv Bharat

By ETV Bharat Odisha Team

Published : Apr 18, 2024, 8:43 AM IST

Updated : Apr 18, 2024, 10:46 AM IST

ନୂଆଦିଲ୍ଲୀ: 2024 ଲୋକସଭା ନିର୍ବାଚନର ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ମତଦାନ । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । 10ଟି ରାଜ୍ୟର 96ଟି ଲୋକସଭା ଆସନ ପାଇଁ ଆଜିଠୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହେବ । ଏପ୍ରିଲ 25 ତାରିଖ ଯାଏଁ ନାମାଙ୍କନ ପତ୍ର ଦାଖଲ କରିପାରିବେ ପ୍ରାର୍ଥୀ । ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମଧ୍ୟ ଆଜିଠୁ ନାମାଙ୍କନ ଭରିବେ ପ୍ରତିଦ୍ବନ୍ଦୀ ପ୍ରାର୍ଥୀ ।

ଏହା ମଧ୍ୟ ପଢନ୍ତୁ-ପ୍ରଥମ ପର୍ଯ୍ୟାୟ ଲୋକସଭା ଭୋଟ: ଥମିଲା ପ୍ରଚାର, ନେତାଙ୍କ ଛାତି ଧଡଧଡ - LOK SABHA ELECTIONs 2024

ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ ବିଜ୍ଞପ୍ତି: ଓଡ଼ିଶାରେ 4ଟି ପର୍ଯ୍ୟାୟରେ ହେବ ଲୋକସଭା ଓ ବିଧାନସଭା ନିର୍ବାଚନ । ପ୍ରଥମ ପର୍ଯ୍ୟାୟ ଭୋଟିଂ ପାଇଁ ଆଜି ବିଧିବଦ୍ଧ ବିଜ୍ଞପ୍ତି ଜାରି ହେବ । ପ୍ରଥମ ପର୍ଯ୍ୟାୟରେ 4 ଲୋକସଭା ଓ 28ଟି ବିଧାନସଭା ଆସନରେ ହେବ ମତଦାନ । ଏଥିପାଇଁ ଆଜିଠାରୁ ନାମାଙ୍କନପତ୍ର ଦାଖଲ କରିବେ ପ୍ରାର୍ଥୀ । ଆସନ୍ତା 25 ତାରିଖ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି । 26 ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ । ଏପ୍ରିଲ 29 ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି ।

ଚତୁର୍ଥ ପର୍ଯ୍ୟାୟ ବିଜ୍ଞପ୍ତି
ଏପ୍ରିଲ 18 ନାମାଙ୍କନ ଦାଖଲ ଆରମ୍ଭ
ଏପ୍ରିଲ 25 ନାମାଙ୍କନ ଦାଖଲ ଶେଷ
ଏପ୍ରିଲ 26 ନାମାଙ୍କନ ପତ୍ର ଯାଞ୍ଚ
ଏପ୍ରିଲ 29 ନାମାଙ୍କନ ପ୍ରତ୍ୟାହାର

ଏହା ମଧ୍ୟ ପଢନ୍ତୁ-ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ବିଜ୍ଞପ୍ତି, ଆଜିଠୁ ନାମାଙ୍କନ ଭରିବେ ପ୍ରାର୍ଥୀ - LOK SABHA ELECTION 2024

ଓଡ଼ିଶାରେ ଏହି ସବୁ ଆସନ ପାଇଁ ନାମାଙ୍କନ ଦାଖଲ କରିବେ ପ୍ରାର୍ଥୀ: ମେ' 13, ମେ' 20, ମେ' 25 ଓ ଜୁନ 1 ତାରିଖରେ ଚାରୋଟି ପର୍ଯ୍ୟାୟରେ ଓଡ଼ିଶାରେ ହେବ ଭୋଟ ଗ୍ରହଣ । ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର, କୋରାପୁଟ ଆସନରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ । ସେହିପରି 28ଟି ବିଧାନସଭା ଆସନ ପାଇଁ ମତଦାନ ହେବ । ସେଗୁଡିକ ହେଲା ନୂଆପଡ଼ା, ଖଡ଼ିଆଳ, ଲାଞ୍ଜିଗଡ଼, ନବରଙ୍ଗପୁର, ଡାବୁଗାଁ, ଧର୍ମଗଡ଼, ଜୁନାଗଡ, ଭବାନୀପାଟଣା, ନର୍ଲା, ଉମରକୋଟ, ଝରିଗାଁ, କୋଟପାଡ଼, ମାଲକାନଗିରି, ଚିତ୍ରକୋଣ୍ଡା, ବ୍ରହ୍ମପୁର, ବିଷମକଟକ, ରାୟଗଡ଼ା, ଛତ୍ରପୁର, ଦିଗପହଣ୍ଡି, ଚିକିଟି, ମୋହନା, ପାରଳାଖେମୁଣ୍ଡି, ଗୁଣୁପୁର, ଲକ୍ଷ୍ମୀପୁର, ଜୟପୁର, କୋରାପୁଟ ଓ ପଟାଙ୍ଗୀ ।

4 ଲୋକସଭା ଆସନର ବିଧାନସଭା ସିଟ
କଳାହାଣ୍ଡି (ଲୋକସଭା) ନୂଆପଡ଼ା ଖଡ଼ିଆଳ ଲାଞ୍ଜିଗଡ଼ ଧର୍ମଗଡ଼ ଜୁନାଗଡ ଭବାନୀପାଟଣା ନର୍ଲା

ନବରଙ୍ଗପୁର (ଲୋକସଭା)

ଉମରକୋଟ ଝରିଗାଁ ନବରଙ୍ଗପୁର ଡାବୁଗାଁ କୋଟପାଡ଼ ମାଲକାନଗିରି ଚିତ୍ରକୋଣ୍ଡା

ବ୍ରହ୍ମପୁର (ଲୋକସଭା)

ବ୍ରହ୍ମପୁର ଛତ୍ରପୁର ଗୋପାଳପୁର ଦିଗପହଣ୍ଡି ଚିକିଟି ମୋହନା ପାରଳାଖେମୁଣ୍ଡି

କୋରାପୁଟ (ଲୋକସଭା)

ଗୁଣୁପୁର ବିଷମକଟକ ରାୟଗଡ଼ା ଲକ୍ଷ୍ମୀପୁର ଜୟପୁର କୋରାପୁଟ ପଟାଙ୍ଗୀ

ଚତୁର୍ଥ ପର୍ଯ୍ୟାୟରେ ଏହି ରାଜ୍ୟରେ ହେବ ମତଦାନ: 10ଟି ରାଜ୍ୟର 96ଟି ଲୋକସଭା ଆସନରେ ମେ' 13 ତାରିଖରେ ହେବ ମତଦାନ । ଆନ୍ଧ୍ରପ୍ରଦେଶ, ବିହାର ,ଝାଡଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା, ତେଲେଙ୍ଗାନା, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଏବଂ ଜମ୍ମୁ-କାଶ୍ମୀର ।

Last Updated : Apr 18, 2024, 10:46 AM IST

ABOUT THE AUTHOR

...view details