ଓଡିଶା

odisha

ETV Bharat / politics

ବିହାରର 16 ଲୋକସଭା ଆସନରେ ପ୍ରାର୍ଥୀ ଦେଲା ନୀତିଶଙ୍କ JDU - JDU Releases Candidates - JDU RELEASES CANDIDATES

JDU Releases Candidates List: ବିହାରର 16 ଲୋକସଭା ଆସନରେ ପ୍ରାର୍ଥୀ ଦେଲେ ନୀତିଶ କୁମାର । କଟିଲେ ଦୁଇ ସାଂସଦ, ଦୁଇ ଦଳବଦଳ ନେତାଙ୍କୁ ମିଳିଲା ସୁଯୋଗ । ଏକାକୀ ନିର୍ବାଚନ ଲଢୁଛନ୍ତି ବିଜେପି- ଜେଡିୟୁ ଓ ‘ହାମ’ । ଅଧିକ ପଢନ୍ତୁ

ବିହାରର 16 ଲୋକସଭା ଆସନରେ ପ୍ରାର୍ଥୀ ଦେଲା ନୀତିଶଙ୍କ JDU
ବିହାରର 16 ଲୋକସଭା ଆସନରେ ପ୍ରାର୍ଥୀ ଦେଲା ନୀତିଶଙ୍କ JDU

By ETV Bharat Odisha Team

Published : Mar 24, 2024, 3:52 PM IST

ପାଟନା:ବିହାରରେ ମେଣ୍ଟରେ ସାଧାରଣ ନିର୍ବାଚନ ଲଢୁଛନ୍ତି ବିଜେପି ଓ ନୀତିଶ କୁମାରଙ୍କ ଜେଡିୟୁ । ପୂର୍ବରୁ ଉଭୟ ଦଳ ମଧ୍ୟରେ ଆସନ ବୁଝାମଣା ଶେଷ ହୋଇଥିବା ବେଳେ ଆଜି ନୀତିଶଙ୍କ କ୍ୟାମ୍ପ 16 ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି । ଏଥିରେ ଦଳ ଦୁଇ ସାଂସଦଙ୍କୁ ଚଳିତଥର ଟିକେଟ ଦେଇନଥିବା ବେଳେ ଅନ୍ୟ ଦଳରୁ ଆସିଥିବା ଦୁଇଜଣ ଆମଦାନୀ ନେତାଙ୍କୁ ମଧ୍ୟ ଟିକେଟ ଦିଆଯାଇଛି । ଦଳର ପୂର୍ବତନ ସଭାପତି ଲଲନ ସିଂ ମଧ୍ୟ ଏଥର ସାଧାରଣ ନିର୍ବାଚନ ଲଢିବାକୁ ଯାଉଛନ୍ତି ।

ଆଜି ଦଳର ଜାତୀୟ ଉପସଭାପତି ବଶିଷ୍ଠ ନାରାୟଣ ସିଂ ପାଟନାରେ ଦଳୀୟ କାର୍ଯ୍ୟାଳୟରେ ଦଳର ଅନ୍ୟ ନେତାଙ୍କ ଉପସ୍ଥିତିରେ ପ୍ରେସମିଟରେ ଏହି ପ୍ରାର୍ଥୀଙ୍କ ଘୋଷଣା କରିଛନ୍ତି । ସିତାମଢୀରେ ଦଳ ବର୍ତ୍ତମାନର ସାଂସଦଙ୍କୁ ଟିକେଟ ଦେଇନି । ତାଙ୍କ ସ୍ଥାନରେ ବିଧାନ ପରିଷଦ ଅଧ୍ୟକ୍ଷ ଦେବେନ୍ଦ୍ର ଚନ୍ଦ୍ର ଠାକୁର ଚଳିତଥର ସାଂସଦ ପ୍ରାର୍ଥୀ ଭାବେ ସାମ୍ନାକୁ ଆସିଛନ୍ତି । ସେହିପରି ସିବାନରେ ରାଷ୍ଟ୍ରୀୟ ଲୋକମୋର୍ଚ୍ଚାର ପୂର୍ବତନ ରାଜ୍ୟ ସଭାନେତ୍ରୀ ବିଜୟାଲକ୍ଷ୍ମୀ କୁଶଓ୍ବାହାଙ୍କୁ ଟିକେଟ ମିଳିଛି । ବିଜୟାଲକ୍ଷ୍ମୀ ନିଜ ସ୍ବାମୀ ରମେଶ ସିଂ କୁଶଓ୍ବାହାଙ୍କ ସହ ରାଷ୍ଟ୍ରୀୟ ଲୋକମୋର୍ଚ୍ଚାରୁ ଇସ୍ତଫା ଦେଇ ସଂଯୁକ୍ତ ଜନତା ଦଳରେ ସାମିଲ ହୋଇଥିଲେ । ସେହିପରି ଲାଲୁଙ୍କ ରାଷ୍ଟ୍ରୀୟ ଜନତା ଦଳରୁ ଜେଡିୟୁ ଆସିଥିବା ଲଭଲି ଆନନ୍ଦ ମଧ୍ୟ ଟିକେଟ ପାଇଛନ୍ତି । ସେ ସିଓହାରରୁ ଲଢିବେ । ମୁଙ୍ଗେର ଆସନରୁ ଲଲନ ସିଂଙ୍କୁ ଦଳ ନିର୍ବାଚନ ଲଢାଇବାକୁ ଯାଉଛି ।

ବିହାରରେ ମୋଟ 40 ସଂସଦୀୟ ଆସନ ମଧ୍ୟରୁ ବିଜେପି ସର୍ବାଧିକ 17 ଆସନରେ ନିର୍ବାଚନ ଲଢିବ । ସେହିପରି ନୀତିଶଙ୍କ ଜେଡିୟୁ 16 ଆସନରେ ଓ ଚିରାଗ ପାସଓ୍ବାନଙ୍କ ଦଳ 5ଟି ଆସନରେ ପ୍ରାର୍ଥୀ ଦେବା ପାଇଁ ପୂର୍ବରୁ ନିଷ୍ପତ୍ତି ଚୂଡାନ୍ତ ହୋଇସାରିଥିଲା । ଅବଶିଷ୍ଟ 2 ଆସନ ମଧ୍ୟରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୀତନରାମ ମାଞ୍ଝୀଙ୍କ ‘ହିନ୍ଦୁସ୍ଥାନ ଆଓ୍ବାମ ମୋର୍ଚ୍ଚା’ ଓ ଉପେନ୍ଦ୍ର କୁଶଓ୍ବାହାଙ୍କ ‘ଆରଏଲଏମ’ ଗୋଟିଏ ଲେଖାଏଁ ଆସନରେ ପ୍ରାର୍ଥୀ ଦେବାକୁ ଯାଉଛନ୍ତି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମବିଳାଶ ପାଶଓ୍ବାନଙ୍କ ପୁଅ ଚିରାଗ ପାଶଓ୍ବାନଙ୍କ ପାର୍ଟିକୁ ବିଜେପି 5 ଆସନ ଛାଡିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଏହା ପରେ ଚିରାଗଙ୍କ ଦାଦା ତଥା ଆରଏଲଜେପି ନେତା ପଶୁପତି ପାରସ କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ବିଜେପି ନେତୃତ୍ବାଧୀନ ‘ଏନଡିଏ’ ମେଣ୍ଟ ସହ ନିଜ ପାର୍ଟିର ସମ୍ପର୍କ ଛିନ୍ନ କରିବାକୁ ବାଧ୍ୟ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ :- ବିହାରରେ ଛିଡିଲା NDA ଅଙ୍କ: 17ରେ ବିଜେପି, ଜେଡିୟୁକୁ 16 ଓ ଚିରାଗଙ୍କୁ 5 ଆସନ

ଜାତୀୟ ରାଜନୀତିରେ ଉତ୍ତର ପ୍ରଦେଶ ପରେ ଆସନ ଦୃଷ୍ଟିରୁ ବିହାରର ପ୍ରମୁଖ ଭୂମିକା ରହିଛି । 2019 ସାଧାରଣ ନିର୍ବାଚନରେ ବିଜେପି 17 ଓ ଜେଡିୟୁ 16 ଆସନରେ ଜିତିଥିଲା । ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମବିଳାଶ ପାସଓ୍ବାନଙ୍କ ଦଳ ‘ଲୋକ ଜନଶକ୍ତି ପାର୍ଟି’ 6 ଆସନରେ ଜିତିଥିଲା । ଅବଶିଷ୍ଟ ଗୋଟିଏ ଆସନ କଂଗ୍ରେସ ଖାତାକୁ ଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details