ଓଡିଶା

odisha

ETV Bharat / politics

ରାଜ୍ୟ ବିଜେପିର ହେବ ନବକଳେବର, ଦିଲ୍ଲୀ ଗଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ

ବିଜେପି ରାଜ୍ୟ ସାଙ୍ଗଠନିକ ନିର୍ବାଚନ ପାଇଁ ସଜବାଜ । ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ ହେଲେ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ । ସେହିପରି ସହ-ନିର୍ବାଚନ ଅଧିକାରୀ ଭାବେ 3 ଜଣଙ୍କୁ ଦାୟିତ୍ୱ ।

By ETV Bharat Odisha Team

Published : 9 hours ago

BJP’S ORGANISATIONAL POLLS
BJP’S ORGANISATIONAL POLLS (ETV Bharat Odisha)

ଭୁବନେଶ୍ବର/ବାଲେଶ୍ବର: ରାଜ୍ୟ ବିଜେପି ସାଙ୍ଗଠନିକ ନିର୍ବାଚନ ପ୍ରସ୍ତୁତି । ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ ହେଲେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ । ବିଜେପିର ସାଙ୍ଗଠନିକ ନିର୍ବାଚନ । ରାଜ୍ୟ ସଭାପତିଙ୍କ ସମେତ ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଦିଲ୍ଲୀ ଡାକରା । ଆସନ୍ତାକାଲି ବିଜେପି ଦିଲ୍ଲୀ କାର୍ଯ୍ୟାଳୟରେ ବିଜେପିର ସାଙ୍ଗଠନିକ ନିର୍ବାଚନ ବୈଠକରେ ଯୋଗ ଦେବେ ପ୍ରତାପ ଓ ମନମୋହନ ସାମଲ ।

BJP’S ORGANISATIONAL POLLS (ETV Bharat Odisha)

ଦିଲ୍ଲୀ ଗଲେ ପ୍ରତାପ:

ରାଜ୍ୟ ବିଜେପି ସାଙ୍ଗଠନିକ ନିର୍ବାଚନ ପାଇଁ ଅଧିକାରୀ ଭାବେ ନିଯୁକ୍ତ ହେବା ପରେ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଦିଲ୍ଲୀ କାର୍ଯ୍ୟାଳୟରୁ ଡାକରା ଆସିଛି । ପ୍ରତାପ ଷଡ଼ଙ୍ଗୀ ଆଜି ସନ୍ଧ୍ୟାରେ ଦିଲ୍ଲୀ ବାହାରିଛନ୍ତି । ଆସନ୍ତାକାଲି ବିଜେପି ଦିଲ୍ଲୀ କାର୍ଯ୍ୟାଳୟରେ ବିଜେପିର ସାଙ୍ଗଠନିକ ନିର୍ବାଚନ ପାଇଁ ହେବାକୁ ଥିବା ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ମିଳିଥିବାବେଳେ ନିର୍ବାଚନ ଅଧିକାରୀ ଭାବେ ୩ ଜଣଙ୍କୁ ଦାୟିତ୍ୱ ଦିଆଯାଇଛି । ସାଂସଦ ସୁକାନ୍ତ ପାଣିଗ୍ରାହୀ, ସୁକେଶି ଓରାମ, ଯତୀନ ମହାନ୍ତିଙ୍କୁ ସହ ନିର୍ବାଚନ ଅଧିକାରୀ ଦାୟିତ୍ବ ମିଳିଛି । ବୁଥ ସଭାପତିଠାରୁ ଆରମ୍ଭ କରି ରାଜ୍ୟ ସଭାପତି ପର୍ଯ୍ୟନ୍ତ ଅକ୍ଟୋବରରେ ବିଜେପିର ସାଙ୍ଗଠନିକ ନିର୍ବାଚନ ହେବାକୁ ଯାଉଛି ।

BJP’S ORGANISATIONAL POLLS (ETV Bharat Odisha)



'ବିଜେପି DNAରେ ନିର୍ବାଚନ ପ୍ରକ୍ରିୟା ରହିଛି':
ପ୍ରତାପ ଷଡଙ୍ଗୀ କହିଛନ୍ତି,"ରାଜ୍ୟରେ ମୋତେ ନିର୍ବାଚନ ଅଧିକାରୀ ଦାୟିତ୍ୱ ମିଳିଛି । ଗତକାଲି ରାତିରେ ଅଚାନକ ସଂଗଠନ ମନ୍ତ୍ରୀଙ୍କ ଠାରୁ ମୁଁ ସୂଚନା ପାଇଲି । ଆଜି ଆମେ ଦିଲ୍ଲୀ ଯାଉଛୁ । ବିଜେପି DNAରେ ନିର୍ବାଚନ ପ୍ରକ୍ରିୟା ରହିଛି । ବିଜେପି ଏକ ଲୋକତାନ୍ତ୍ରିକ ପାର୍ଟି । ବିଜେପିରେ ସାଙ୍ଗଠନିକ ପ୍ରକ୍ରିୟା କିଛି ନୂଆ ନୁହେଁ । ଅନ୍ୟ ଦଳ ଭଳି ଆମ ଦଳରେ ଏକଛତ୍ରବାଦ, ବଂଶବାଦ କି ପରିବାରବାଦ ନାହିଁ । ଆଜି ଦଳରେ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଅଛନ୍ତି, କାଲି ଆଉ କିଏ ରହିପାରନ୍ତି । ତାହା ମାନେ ନୁହେଁ ପୁରୁଷାନୁକ୍ରମେ କେହି ରହିବେ । ବିଜେପି ପାଇଁ ନିର୍ବାଚନ ନୂଆ ନୁହେଁ । "

ଏହା ମଧ୍ୟ ପଢନ୍ତୁ...ମହାରାଷ୍ଟ୍ର ମହାଲଢେଇ; ବିଜେପିର ୯୯ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା, ନାଗପୁର ଦକ୍ଷିଣ ପଶ୍ଚିମ ସିଟରୁ ଲଢିବେ ଫଡନାଭିସ୍

ଏହା ମଧ୍ୟ ପଢନ୍ତୁ...ମୋହନ ମାଝୀ ସରକାରରେ ବଦଳିବ ‘ଆମ ଓଡିଶା ନବୀନ ଓଡିଶା’ର ନାମ

ଏହା ମଧ୍ୟ ପଢନ୍ତୁ...ଭାଙ୍ଗିଯିବ କି ବିଜେଡି ? ରବିଙ୍କ ଦାବିର ଜବାବ ରଖିଲେ ଶାରଦା ଓ ସାଲୁଜା

ସହ-ନିର୍ବାଚନ ଅଧିକାରୀ ଭାବେ 3 ଜଣଙ୍କୁ ଦାୟିତ୍ୱ:

ଗତକାଲି ରାଜ୍ୟ ବିଜେପି ସାଙ୍ଗଠନିକ ନିର୍ବାଚନ ପାଇଁ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ ହୋଇଛନ୍ତି ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ । ସେହିପରି ସହ ନିର୍ବାଚନ ଅଧିକାରୀ ଭାବେ 3 ଜଣଙ୍କୁ ଦାୟିତ୍ୱ ମିଳିଛି । ସାଂସଦ ସୁକାନ୍ତ ପାଣିଗ୍ରାହୀ, ଉପ-ସଭାପତି ସୁକେଶି ଓରାମ ଏବଂ ସାଧାରଣ ସମ୍ପାଦକ ଯତୀନ ମହାନ୍ତି ସହ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ ହୋଇଛନ୍ତି । ଅକ୍ଟୋବରରେ ସଦସ୍ୟତା ସାରିବା ପରେ ଆରମ୍ଭ ହେବ ସାଙ୍ଗଠନିକ ନିର୍ବାଚନ । ବୁଥ ସଭାପତିଠୁ ଆରମ୍ଭ କରି ଜିଲ୍ଲା ସଭାପତି, ରାଜ୍ୟ ସଭାପତି ଏବଂ ରାଷ୍ଟ୍ରୀୟ ସଭାପତି ନବ ନିର୍ବାଚିତ ହେବେ । ଏବେ ରାଜ୍ୟ ବିଜେପିର ସଦସ୍ୟତା ଅଭିଯାନ ଚାଲୁ ରହିଛି । ସକ୍ରିୟ ସଦସ୍ୟତାକୁ ଗୁରୁତ୍ଵ ଦିଆଯାଇଛି । ଚଳିତ ମାସ ଶେଷ ଯାଏଁ ଚାଲିବ ସଦସ୍ୟତା ଅଭିଯାନ ।


ଇଟିଭି ଭାରତ, ଭୁବନେଶ୍ବର/ବାଲେଶ୍ବର

ABOUT THE AUTHOR

...view details