ଓଡିଶା

odisha

ETV Bharat / politics

ବରଗଡ, ବଲାଙ୍ଗୀର ଓ କଳାହାଣ୍ଡି ସଂସଦୀୟ କ୍ଷେତ୍ର ଦଖଲ ପାଇଁ ବିଜେଡିର ରଣନୀତି - Meeting To Strengthen BJD - MEETING TO STRENGTHEN BJD

BJD Meeting: ଆଜି ୩ଟି ଲୋକସଭା କ୍ଷେତ୍ରର ସମୀକ୍ଷା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ ଆୟୋଜିତ ବୈଠକରେ ବରଗଡ଼, ବଲାଙ୍ଗୀର ଓ କଳାହାଣ୍ଡିର ପର୍ଯ୍ୟବେକ୍ଷକ ଓ ବରିଷ୍ଠ ନେତା ଉପସ୍ଥିତ ଥିଲେ । ଅଧିକ ପଢନ୍ତୁ

BJD Meeting
BJD Meeting

By ETV Bharat Odisha Team

Published : Mar 22, 2024, 10:28 PM IST

BJD Meeting

ଭୁବନେଶ୍ବର:ଆଜି ୩ଟି ଲୋକସଭା କ୍ଷେତ୍ରର ସମୀକ୍ଷା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ ବରଗଡ଼, ବଲାଙ୍ଗୀର ଓ କଳାହାଣ୍ଡି ଲୋକସଭା କ୍ଷେତ୍ରର ସମୀକ୍ଷା ହୋଇଛି । ବୈଠକରେ ଏହି ତିନି ଲୋକସଭା କ୍ଷେତ୍ରର ପର୍ଯ୍ୟବେକ୍ଷକ ଓ ବରିଷ୍ଠ ନେତା ଉପସ୍ଥିତ ଥିଲେ ।ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଫୁଲ ଦମରେ ଲାଗିପଡ଼ିଛି ଅଛି ବିଜୁ ଜନତା ଦଳ । ବିଜେଡି ପକ୍ଷରୁ ବିଭିନ୍ନ ସଂସଦୀୟ କ୍ଷେତ୍ରର ଚାଲିଛି ସମୀକ୍ଷା । ବିଜେଡି ସୁପ୍ରିମୋ ନବୀନ ନିବାସରେ ଦଳୀୟ ନେତାଙ୍କୁ ଡାକି କରୁଛନ୍ତି ଆଲୋଚନା ଓ ସମୀକ୍ଷା । ସଂସଦୀୟ କ୍ଷେତ୍ରର ସମୀକ୍ଷା ପ୍ରକ୍ରିୟାରେ ଆଜି ୩ଟି ଲୋକସଭା କ୍ଷେତ୍ର ବାବଦରେ ଆଲୋଚନା ହୋଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ବରଗଡ଼, ବଲାଙ୍ଗୀର ଓ କଳାହାଣ୍ଡି ଲୋକସଭା କ୍ଷେତ୍ରର ସମୀକ୍ଷା କରିଛନ୍ତି । ବୈଠକରେ ଏହି ତିନି ସଂସଦୀୟ କ୍ଷେତ୍ରର ବରିଷ୍ଠ ନେତା ଓ ପର୍ଯ୍ୟବେକ୍ଷକ ସାମିଲ ହୋଇଛନ୍ତି ।

ସୂଚନା ଅନୁସାରେ, ବରଗଡ଼, ବଲାଙ୍ଗୀର ଓ କଳାହାଣ୍ଡି ସଂସଦୀୟ କ୍ଷେତ୍ର ବିଜେପି ଦଖଲରେ ରହିଛି । ବିଜେପି ପ୍ରାର୍ଥୀ ଏଠାରେ ବଡ଼ ବ୍ୟବଧାନରେ ବିଜୟ ହୋଇଛନ୍ତି । ଏହି ତିନି କ୍ଷେତ୍ରକୁ ନିଜ ଦଖଲକୁ ଆଣିବାକୁ ବିଜେଡି ପ୍ରସ୍ତୁତ କରିଛି ରଣନୀତି । ବୈଠକରେ ବରଗଡ଼ ପର୍ଯ୍ୟବେକ୍ଷକ ସୁଧୀର ସାମଲ, କଳାହାଣ୍ଡି ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତରାୟ ଉପସ୍ଥିତ ଥିଲେ । ବଲାଙ୍ଗୀର ପର୍ଯ୍ୟବେକ୍ଷକ ସୁଶାନ୍ତ ସିଂ ବୈଠକରେ ଉପସ୍ଥିତ ଥିଲେ କି ନାହିଁ ସେନେଇ ସୂଚନା ମିଳିନାହିଁ । ତେବେ ସେ ବିଭିନ୍ନ କାରଣ ପାଇଁ ଦଳ ଉପରେ ଅସନ୍ତୁଷ୍ଟ ଥିବା କଥା କୁହାଯାଉଛି ।

ଏହା ମଧ୍ୟ ପଢନ୍ତୁ...ବିଜେଡିର ମିଶନ କୋରାପୁଟ; ନେତା ଓ ପର୍ଯ୍ୟବେକ୍ଷକଙ୍କୁ ମନ୍ତ୍ର ଦେଲେ ନବୀନ

ବିଜେଡି ସଭାପତି ନବୀନ ପଟ୍ଟନାୟକ ତୃଣମୂଳସ୍ତରରେ ଦଳୀୟ ସଂଗଠନକୁ ଆହୁରି ସୁଦୃଢ ସହ ଲୋକଙ୍କର ଅଧିକ ନିକଟର ହୋଇ ଘରେ ଘରେ ବିକାଶର ବାର୍ତ୍ତା ପହଞ୍ଚାଇବାକୁ ପରାମର୍ଶ ଦେଇଛନ୍ତି । ସବୁ ଆସନରେ ୨୦୨୪ ନିର୍ବାଚନ ଜିତିବା ପାଇଁ ମିଳିମିଶି କାମ କରିବାକୁ ପରାମର୍ଶ ଦିଆଯାଇଛି । ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି , "ଆଜି ବରଗଡ଼, ବଲାଙ୍ଗୀର ଓ କଳାହାଣ୍ଡି ସଂସଦୀୟ କ୍ଷେତ୍ରର ସମୀକ୍ଷା ହୋଇଛି। ଏହା ସହିତ ଏହି ୩ ଲୋକସଭା କ୍ଷେତ୍ର ଅନ୍ତର୍ଗତ ସମସ୍ତ ବିଧାନସଭା ମଣ୍ଡଳୀର ସ୍ଥିତି ନେଇ ସମୀକ୍ଷା କରାଯାଇଛି । ଦଳ ସେଠାରେ କିପରି ବିପୁଳ ପରିମାଣର ଭୋଟ ବ୍ୟବଧାନରେ ବିଜୟ ହେବ ସେନେଇ ଆଲୋଚନା ହୋଇଛି ।" ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଓ ସମସ୍ତ କର୍ମକର୍ତ୍ତାଙ୍କ ସହାୟତାରେ ଦଳ ବଡ଼ ବ୍ୟବଧାନରେ ବିଜୟ ଲାଭ କରିବ ବୋଲି ସେ ଆଶାବାଦୀ ଅଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details