ଓଡିଶା

odisha

ETV Bharat / politics

ବଢୁଛି ବିଜେପି ବଳ, ମିଶିଲେ ବିଜେଡି ଉପରେ ବର୍ଷିଲେ ଜୟପୁର ବ୍ଲକ ଅଧ୍ୟକ୍ଷା - BJP MISHRAN PARBA

ଶାସକ ଦଳର ବଢୁଛି ବଳ । ବିଜେପିରେ ମିଶିଲେ ଜୟପୁର ବ୍ଲକ ଅଧ୍ୟକ୍ଷା ତିଳୋତ୍ତମା ମୁଦୁଲି ସାମିଲ । ଏକାଧିକ ସରପଞ୍ଚ ବି ଦଳରେ ମିଶିଲେ ।

BJP Mishran Parba
BJP Mishran Parba (ETV Bharat Odisha)

By ETV Bharat Odisha Team

Published : Dec 16, 2024, 9:29 PM IST

ଭୁବନେଶ୍ବର:ପଞ୍ଚାୟତ ଏବଂ ପୌରନିର୍ବାଚନ ପୂର୍ବରୁ ବଳ ଗୋଟାଉଛି ଶାସକ ବିଜେପି ଦଳ । ଏବେବି ରାଜ୍ୟ କାର୍ଯ୍ୟାଳୟରେ ଲୋକମାନଙ୍କ ଭିଡ଼ ଦେଖିବାକୁ ମିଳୁଛି । ସରକାରକୁ 6 ମାସ ବିତିଯାଇଥିଲେ ମଧ୍ୟ ଏବେବି ମିଶ୍ରଣ ପର୍ବ ଜାରି ରହିଛି । ଜୟପୁର ବ୍ଲକ ଅଧ୍ୟକ୍ଷା ତିଳୋତ୍ତମା ମୁଦୁଲି ବିଜେପିରେ ସାମିଲ ହୋଇଛନ୍ତି ।

BJP Mishran Parba (ETV Bharat Odisha)

ବିଜେପିରେ ମିଶିଲେ ଶତାଧିକ ସରପଞ୍ଚ:

ବିଜେପି ମୁହାଁ ପଞ୍ଚାୟତ ପ୍ରତିନିଧି । ବିଜେପିରେ ସାମିଲ ହୋଇଛନ୍ତି ଶତାଧିକ ସରପଞ୍ଚ ଓ ସମିତି ସଭ୍ୟଙ୍କ ସହ ନାଏବ ସରପଞ୍ଚ। ଜୟପୁର ବ୍ଲକ ଅଧ୍ୟକ୍ଷା ତିଳୋତ୍ତମା ମୁଦୁଲି ମଧ୍ୟ ବିଜେପିରେ ମିଶିଛନ୍ତି । ବିଜେଡି ଛାଡ଼ି ଆଜି ସେ ବିଜେପିରେ ସାମିଲ ହୋଇଛନ୍ତି। ତାଙ୍କ ସହ 14 ଜଣ ସରପଞ୍ଚ ଏବଂ ସମିତି ସଭ୍ୟ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି। ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେମାନେ ବିଜେପିରେ ସାମିଲ ହୋଇଛନ୍ତି ।

ବିଜେପିରେ ସାମିଲ ହେଲେ ଅନ୍ୟ ଦଳର କର୍ମୀ:

BJP Mishran Parba (ETV Bharat Odisha)


ସେହିପରି ଯାଜପୁରର ବିଜେଡି ନେତା ପ୍ରଣବ ପ୍ରକାଶ ଦାସଙ୍କ ଅଞ୍ଚଳର ମଧ୍ୟ ଏକାଧିକ ସରପଞ୍ଚ ଏବଂ ପୂର୍ବତନ ସରପଞ୍ଚମାନେ ବିଜେପିରେ ସାମିଲ ହୋଇଛନ୍ତି । ମୋଟ 148 ଜଣ ସରପଞ୍ଚ, ପୂର୍ବତନ ସରପଞ୍ଚଙ୍କ ସମେତ ବିଜେଡି ଓ କଂଗ୍ରେସ କର୍ମୀ ସାମିଲ ହୋଇଛନ୍ତି । ପୂର୍ବତନ ସରପଞ୍ଚ ଦିଲ୍ଲୀପ କୁମାର ମହାନ୍ତିଙ୍କ ନେତୃତ୍ୱରେ ଏମାନେ ବିଜେପିରେ ମିଶିଛନ୍ତି। ସେହିପରି କଟକ ବିଜେଡି ଉପସଭାପତି ଆଦିତ୍ୟ ପାଣିଙ୍କ ନେତୃତ୍ୱରେ ମଧ୍ୟ ଅନେକ ବିଜେଡି କର୍ମୀ ବିଜେପିରେ ସାମିଲ ହୋଇଛନ୍ତି ।

ଜୟପୁର ବ୍ଲକ ଅଧ୍ୟକ୍ଷ ଅଭିଯୋଗ କରିଛନ୍ତି, "ବିଜେଡି ଆଦିବାସୀ ବିରୋଧୀ । ବ୍ଲକରେ କୌଣସି ବିକାଶମୂଳକ କାମରେ ବିଜେଡି ନେତୃତ୍ୱ ସହଯୋଗ କରୁନଥିଲେ।" ଆଦିବାସୀ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ସେ ବିଜେପିକୁ ଭରସା କରିଥିବା କହିଛନ୍ତି।

BJP Mishran Parba (ETV Bharat Odisha)

ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, "ସବୁ ଦଳର ନେତା ଆଗ୍ରହ କରି ବିଜେପିକୁ ଆସୁଛନ୍ତି । ବିଜେପି ମଜବୁତ ହେଉଛି ।" ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, ସେମାନେ ପୂର୍ବରୁ ଯୋଗାଯୋଗରେ ଥିଲେ । ବିଜେପି ସରକାରକୁ ଆସିବା ପୂର୍ବରୁ ମଧ୍ୟ ସହଯୋଗ କରିଛନ୍ତି ।"

ଏହା ବି ପଢନ୍ତୁ...ମୋହନ ମାଝୀଙ୍କ ବିଜେପି ସରକାରକୁ ୬ ମାସ, ମୋଦିଙ୍କ ଫୋକସରେ ରହିଛି କି ଓଡ଼ିଶା ?

ଏହା ବି ପଢନ୍ତୁ...ବିଜେପି କ୍ୟାମ୍ପରେ ସୁନନ୍ଦା, ମନମୋହନଙ୍କ ବୟାନ ‘ଯାଜପୁରରୁ ଆରମ୍ଭ, ଖାଲି ହୋଇଯିବ ବିଜେଡି’

ତୃଣମୂଳ ସ୍ତରରେ ସଂଗଠନ ମଜବୁତ ଲକ୍ଷ୍ୟ:

BJP Mishran Parba (ETV Bharat Odisha)

ସେପଟେ ଆରମ୍ଭ ହୋଇଯାଇଛି ବିଜେପିର ପଞ୍ଚାୟତ ରଣନୀତି । କାରଣ ଆଗକୁ ଅଛି ପଞ୍ଚାୟତ ନିର୍ବାଚନ । ରାଜ୍ୟ ବିଜେପିର ସୂଚନା ଅନୁସାରେ, ଜିଲ୍ଲା ବୁଲିବେ ରାଜ୍ୟ ସଭାପତି ମନମୋହନ ସାମଲ । ତୃଣମୂଳ ସ୍ତରରେ ସଂଗଠନ ମଜବୁତ ଦଳକୁ ମଜବୁତ କରିବା ନେଇ ଜିଲ୍ଲା ଗସ୍ତ କରିବେ ତୁଙ୍ଗ ନେତାମାନେ। ସରକାରୀ ଯୋଜନାର ସଫଳ ରୂପାୟନ ନେଇ ମଧ୍ୟ କରିବେ ଆଲୋଚନା । ସଭାପତିଙ୍କ ସମେତ ରାଜ୍ୟର ବଡ଼ ନେତା ବି ବୁଲିବେ ଜିଲ୍ଲା । ସଂଗଠନ କାର୍ଯ୍ୟ ତ୍ବରାନ୍ବିତ କରିବା ନେଇ ଜିଲ୍ଲା ଗସ୍ତ କରିବେ ବିଜେପିର ତୁଙ୍ଗ ନେତା। ସରକାରୀ କାର୍ଯ୍ୟ ତୃଣମୂଳ ସ୍ତରରେ କିପରି ପହଞ୍ଚୁଛି ସେନେଇ ମଧ୍ୟ ତଦାରଖ କରିବେ । ସରକାର ଯାହା ପ୍ରତିଶ୍ରୁତି ଦେଇଥିଲା ତାକୁ ପୂରଣ କରୁଛି । ଲୋକମାନେ ଏହାର ଲାଭ ପାଉଛନ୍ତି କି ନାହିଁ ତାକୁ ତଦାରଖ କରିବେ ସଭାପତି ମନମୋହନ ସାମଲ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details