ରାଉରକେଲା :ନିର୍ବାଚନୀ ବିଗୁଲ ବାଜିବା ପରେ ଆରମ୍ଭ ହୋଇଯାଇଛି ରାଜନୈତିକ ଦଳଗୁଡିକର କସରତ । ରାଉରକେଲାରେ ନିର୍ବାଚନ ପୂର୍ବରୁ କଂଗ୍ରେସର ନିର୍ବାଚନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ସହ ଏଥର ନିର୍ବାଚନ ଜିତିବା ନେଇ ଦୃଢ଼କ୍ତି ପ୍ରକାଶ କରିଛି କଂଗ୍ରେସ । ବିଜେପି ଏବଂ ବିଜେଡି ଠାରୁ କଂଗ୍ରେସ ଢେର ଆଗରେ ରହିଛି ବୋଲି କହିଛନ୍ତି AICC ମୁଖପାତ୍ର ହମିଦ ହୁସେନ ।
ସାରା ଦେଶରେ ବର୍ତ୍ତମାନ ନିର୍ବାଚନୀ ହାୱା ବହିବା ଆରମ୍ଭ ହୋଇଛି । 2024 ସାଧାରଣ ନିର୍ବାଚନ ଲାଗି ଘୋଷଣା ହୋଇଯାଇଛି ତାରିଖ । ସୁନ୍ଦରଗଡ଼ ଜିଲ୍ଲାରେ ଆସନ୍ତା ମେ 20ରେ ହେବ ନିର୍ବାଚନ । ଏହାରି ମଧ୍ୟରେ ସମସ୍ତ ରାଜନୈତିକ ଦଳ ପକ୍ଷରୁ ଆରମ୍ଭ ହୋଇଯାଇଛି ନିର୍ବାଚନ ଲାଗି ଅଙ୍କ କଷା । ରାଜ୍ୟବାସୀଙ୍କ ଭରସା ଜିତିବାକୁ ବର୍ତ୍ତମାନ ସମସ୍ତ ଦଳ ଆରମ୍ଭ କରିଦେଇଛନ୍ତି ପ୍ରସ୍ତୁତି । କଂଗ୍ରେସ ମଧ୍ୟ ଜୋରସୋରରେ ଆରମ୍ଭ କରି ଦେଇଛି ପ୍ରଚାର କାର୍ଯ୍ୟ । ଇସ୍ତାହାର ପ୍ରକାଶ କରିବା ସହ ବୈଠକ ପରେ ବୈଠକ କରି ସଂଗଠନ ସଜାଡିବାରେ ଲାଗି ପଡିଛି ଦଳ । ତେବେ ରାଉରକେଲା ଓ ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ଦଳର ରଣନୀତି ଏବଂ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ପରେ ଏକ ସାମ୍ୱାଦିକ ସମ୍ମିଳନୀ କରି ଏଥର ନିର୍ବାଚନ ଜିତିବା ନେଇ ଦୃଢ଼ୋକ୍ତି ପ୍ରକାଶ କରିଛି କଂଗ୍ରେସ ।
ଏହାମଧ୍ୟ ପଢନ୍ତୁ.. ନବରଙ୍ଗପୁର ଜିଲ୍ଲାପାଳଙ୍କ ନିର୍ବାଚନ ପରିଚାଳନା ସମୀକ୍ଷା, ସୁରୁଖୁରୁ ମତଦାନ ନେଇ ପଦକ୍ଷେପ