ଓଡିଶା

odisha

ETV Bharat / politics

ନରସିଂହ ଘୋଷଣା କଲେ କଂଗ୍ରେସ ଗ୍ୟାରେଣ୍ଟି - Congress Guarantee Card

Congress Guarantee: ନିର୍ବାଚନ ପାଇଁ ନରସିଂହ ଦେଲେ କଂଗ୍ରେସ ଓ ନରସିଂହ ଗ୍ୟାରେଣ୍ଟି । ତେବେ ଆଜି ବଲାଙ୍ଗୀରରେ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢ଼ନ୍ତୁ,

Congress Guarantee
Congress Guarantee

By ETV Bharat Odisha Team

Published : Mar 23, 2024, 10:32 PM IST

Congress Guarantee

ବଲାଙ୍ଗୀର: ନିର୍ବାଚନ ପାଇଁ ନରସିଂହ ଦେଲେ କଂଗ୍ରେସ ଓ ନରସିଂହ ଗ୍ୟାରେଣ୍ଟି। ତେବେ ଆଜି ବଲାଙ୍ଗୀରରେ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଯେଉଁଥିରେ କଂଗ୍ରେସ ଦଳ ନିର୍ବାଚନ ଜିତିଲେ ବିଭିନ୍ନ 9ଟି କାର୍ଯ୍ୟ ସମ୍ପାଦନା ପାଇଁ ବଲାଙ୍ଗୀର ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଗ୍ୟାରେଣ୍ଟି ଦେଇଛନ୍ତି। ସେହିପରି ବଲାଙ୍ଗୀରରେ କଂଗ୍ରେସ ପାର୍ଟି ଜିତିଲେ ସେ ନରସିଂହ ଗ୍ୟାରେଣ୍ଟି ଦେବେ ବୋଲି ପ୍ରତିଶ୍ରୃତି ଦେଇଛନ୍ତି। ତେବେ ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ନରସିଂହ ମିଶ୍ର କଂଗ୍ରେସ ଦଳର ନଅଟି ଗ୍ୟାରେଣ୍ଟି କଥା କହିଛନ୍ତି।

ଯେଉଁଥିରେ ବୋନସ ସହ ଧାନର ସର୍ବନିମ୍ନ ମୂଲ୍ୟ 3ହଜାର ଟଙ୍କା ଦେବା, କୃଷି ଋଣ ଛାଡ, କୃଷକ ମାନଙ୍କ ପାଇଁ ମାସିକ ଦୁଇ ହାଜର ଟଙ୍କା ପେନସନ, ପ୍ରତ୍ୟେକ ଘରୋଇ ବିଦ୍ୟୁତ୍ ଉପଭୋକ୍ତାଙ୍କ ମାସକୁ 200 ୟୁନିଟ ବିଦ୍ୟୁତ୍ ମାଗଣା ଦେବା, ପାଞ୍ଚ ଲକ୍ଷ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବା, ବେକାର ଥିବା ଯୁବକ ଯୁବତୀଙ୍କୁ ମାସିକ ବେକାରୀ ଭତ୍ତା 3ହଜାର ଟଙ୍କା ଦେବା, ସମସ୍ତ ଏସଏଚଜି ମହିଳା ଗୋଷ୍ଠୀଙ୍କ ଋଣ ଛାଡ, ଗୃହ ଲକ୍ଷ୍ମୀ ଯୋଜନାରେ ସବୁ ଘରର ଜଣେ ମହିଳାଙ୍କୁ ମାସିକ ଦୁଇ ହଜାର ଟଙ୍କା ପ୍ରଦାନ, ପ୍ରତି ପରିବାରକୁ ମାସିକ ପାଞ୍ଚ ଶହ ଟଙ୍କାରେ ଗ୍ୟାସ ସିଲିଣ୍ଡର ପ୍ରଦାନ, ସରକାରୀ କର୍ମଚାରୀ ତଥା ଜଣ ସାଧାରଣ ପାଇଁ 25 ଲକ୍ଷ୍ୟ ଟଙ୍କାର ସ୍ବାସ୍ଥ୍ୟ ବୀମା, ବାର୍ଦ୍ଧକ୍ୟ ଓ ଅନ୍ୟାନ୍ୟ ଭତ୍ତା ମାସିକ ଦୁଇ ହଜାର ଦେବା ଓ ରାଜ୍ୟରେ ପଛୁଆ ବର୍ଗ ପାଇଁ 27 ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କଂଗ୍ରେସ ଦେବ ଓ ଏହା କଂଗ୍ରେସର ଗ୍ୟାରେଣ୍ଟି ବୋଲି ସେ କହିଛନ୍ତି।

ଏହା ମଧ୍ୟ ପଢ଼ନ୍ତୁ... ଉନ୍ମୋଚନ ହେଲା କଂଗ୍ରେସର ଗ୍ୟାରେଣ୍ଟି କାର୍ଡ, କଂଗ୍ରେସ ସରକାରକୁ ଆସିଲେ କରିବ ଏହି କାର୍ଯ୍ୟ - Congress Guaranty Card

ସେହିପରି ବଲାଙ୍ଗୀରରେ ସରକାରୀ ଜମି ଜବର ଦଖଲକୁ ନେଇ ବାଦ ବିବାଦ ଲାଗି ରହି ଆସିଛି। ତେବେ ଏହାର ଉଚ୍ଛେଦ ନେଇ ବଲାଙ୍ଗୀରରେ କାଦୁଅ ଫିଙ୍ଗା ରାଜନୀତି ଚାଲି ଆସିଛି। ତେବେ ସରକାରୀ ଜମିରେ ଦୀର୍ଘବର୍ଷ ଧରି ରହି ଆସିଥିବା ଲୋକଙ୍କୁ ବିକାଶ ନାରେ ଉଚ୍ଛେଦକୁ ନେଇ ବିଜେଡି ଦଳ ସ୍ଥାନୀୟ ବିଧାୟକ ନରସିଂହ ମିଶ୍ରଙ୍କ ଉପରେ ଦୋଷାରୋପ କରି ଆସିଛି। ତେବେ ଏହାର ଜବାବରେ ନରସିଂହ ମିଶ୍ର ଆଜି ନିଜ ଗ୍ୟାରେଣ୍ଟି କଥା କହିଛନ୍ତି। ତେବେ ବଲାଙ୍ଗୀରରେ କଂଗ୍ରେସ ପାର୍ଥୀ ବିଜୟୀ ହେଲେ ଏଠିକାର ସବୁ ସରକାରୀ ଜମିକୁ ଲୋକଙ୍କ ନାଆରେ ଥଇଥାନ କରାଯିବ ଓ ପଟ୍ଟା ଦିଆଯିବ ବୋଲି ସେ କହିଛନ୍ତି। ତେବେ ଏଥିରେ କିଛି ଆପତ୍ତି ମୂଳକ ଜମି ମଧ୍ୟ ରହିଛି ଯାହାର କିସମ ବଦଲାଯିବ ଓ ଲୋକଙ୍କୁ ଜମି ହକ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details