ଓଡିଶା

odisha

ETV Bharat / politics

ରାଜ୍ୟରେ 9 ଲୋକସଭା ପ୍ରାର୍ଥୀ ଦେଲା କଂଗ୍ରେସ: ଭୁବନେଶ୍ବରରୁ ୟାସିର ନଓ୍ବାଜ, ବାଲେଶ୍ବରରୁ ଶ୍ରୀକାନ୍ତ - Congress announces candidates - CONGRESS ANNOUNCES CANDIDATES

Congress announces candidates: 9 ଲୋକସଭା ପାଇଁ କଂଗ୍ରେସ ଘୋଷଣା କଲା ପ୍ରାର୍ଥୀ । ବାଲେଶ୍ବରରୁ ଶ୍ରୀକାନ୍ତ ଓ ଭୁବନେଶ୍ବରରୁ ଲଢିବେ ୟାସିର ନଓ୍ବାଜ । ଅଧିକ ପଢନ୍ତୁ

ରାଜ୍ୟରେ 9 ଲୋକସଭା ପ୍ରାର୍ଥୀ ଦେଲା କଂଗ୍ରେସ: ଭୁବନେଶ୍ବରରୁ ୟାସିର, ବାଲେଶ୍ବରରୁ ଶ୍ରୀକାନ୍ତ
ରାଜ୍ୟରେ 9 ଲୋକସଭା ପ୍ରାର୍ଥୀ ଦେଲା କଂଗ୍ରେସ: ଭୁବନେଶ୍ବରରୁ ୟାସିର, ବାଲେଶ୍ବରରୁ ଶ୍ରୀକାନ୍ତ

By ETV Bharat Odisha Team

Published : Apr 13, 2024, 10:10 PM IST

Updated : Apr 13, 2024, 10:58 PM IST

ଭୁବନେଶ୍ବର:ଆଜି ରାଜ୍ୟର ୯ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ଭୁବନେଶ୍ବର ସଂସଦୀୟ କ୍ଷେତ୍ରରୁ ରାଜ୍ୟ ଯୁବ କଂଗ୍ରେସ ସଭାପତି ୟାସିର ନଓ୍ବାଜ ପ୍ରାର୍ଥୀ ହୋଇଛନ୍ତି । ସେହିପରି ନିକଟରେ ଦଳକୁ ଫେରିଥିବା ବରିଷ୍ଠ ନେତା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ବାଲେଶ୍ବର ଆସନରୁ ଟିକେଟ ପାଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ କେନ୍ଦୁଝରରୁ ମୋହନ ହେମ୍ବ୍ରମ ଭଦ୍ରକରୁ ଅନନ୍ତ କୁମାର ସେଠୀ, ଯାଜପୁରରୁ ଅଞ୍ଚଳ ଦାସ, ଢେଙ୍କାନାଳରୁ ସଶ୍ମିତା ବେହେରା, କେନ୍ଦ୍ରାପଡାରୁ ସିଦ୍ଧାର୍ଥ ସ୍ବରୂପ ଦାସ, ଜଗତସିଂହପୁରରୁ ରବୀନ୍ଦ୍ର କୁମାର ସେଠୀ, ପୁରୀରୁ ସୁଚରିତା ମହାନ୍ତିଙ୍କୁ ଦଳ ଟିକେଟ ଦେଇ ନିର୍ବାଚନ ମୈଦାନକୁ ଓହ୍ଲାଇଛି । ୨ ତାରିଖରେ ଦଳ ୮ଟି ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରିଥିଲା । ଆଜି ଘୋଷଣାକୁ ମିଶାଇ ସଂସଦୀୟ ପ୍ରାର୍ଥୀ ସଂଖ୍ୟା 17ରେ ପହଞ୍ଚିଛି । ପରବର୍ତ୍ତୀ ସମୟରେ ଆଉ ୪ଟି ଆସନରେ ଦଳ ପ୍ରାର୍ଥୀ ଘୋଷଣା କରିବାକୁ ଯାଉଛି ।

ପ୍ରାର୍ଥୀ ତାଲିକା

କେନ୍ଦୁଝର (ଏସଟି) - ମୋହନ ହେମ୍ବ୍ରମ

ବାଲେଶ୍ବର- ଶ୍ରୀକାନ୍ତ କୁମାର ଜେନା

ଭଦ୍ରକ (ଏସସି) - ଅନନ୍ତ କୁମାର ସେଠୀ

ଯାଜପୁର (ଏସସି) - ଅଞ୍ଚଳ ଦାସ

ଢେଙ୍କାନାଳ- ସଶ୍ମିତା ବେହେରା

କେନ୍ଦ୍ରାପଡା - ସିଦ୍ଧାର୍ଥ ସ୍ବରୂପ ଦାସ

ଜଗତସିଂହପୁର - ରବୀନ୍ଦ୍ର କୁମାର ସେଠୀ

ପୁରୀ- ସୁଚରିତା ମହାନ୍ତି

ଭୁବନେଶ୍ୱର- ୟାସିର ନଓ୍ବାଜ

ଏପ୍ରିଲ 2 ତାରିଖରେ କଂଗ୍ରେସ ପ୍ରଥମ ପର୍ଯ୍ୟାୟରେ ଲୋକସଭା ପାଇଁ 8 ପ୍ରାର୍ଥୀ ଓ ବିଧାନସଭା ପାଇଁ 47 ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା । ଦଳୀୟ ତାଲିକାରେ ମୋଟ 49 ବିଧାସଭା ଆସନରେ ପ୍ରାର୍ଥୀ ଘୋଷଣା ହୋଇଥିବା ବେଳେ 2ଟି ଆସନ ଜେଏମଏମ ଓ ସିପିଆଇ-ଏମକୁ ଛାଡିଥିଲା ଦଳ । ଚର୍ଚ୍ଚିତ ଚେହେରାଙ୍କ ମଧ୍ୟରେ ପିସିସି ସଭାପତି ସଭାପତି ଶରତ ପଟ୍ଟନାୟକ ନୂଆପଡା ବିଧାନସଭା ଆସନରୁ ଟିକେଟ ପାଇଥିଲେ । ରାଜ୍ୟ କଂଗ୍ରେସର ପୂର୍ବତନ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ପାରାଳାଖେମୁଣ୍ଡି ଆସନରୁ ଟିକେଟ ପାଇଛନ୍ତି । ରାଜ୍ୟରେ ଦଳର ଏକମାତ୍ର ସାଂସଦ ସପ୍ତଗିରି ଉଲ୍ଲାକା ପୁଣି ଥରେ କୋରାପୁଟ ସଂସଦୀୟ ଆସନରୁ ଲଢୁଛନ୍ତି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଦଳର ରାଜ୍ୟ ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଦାସ ନର୍ଲାରୁ ବିଧାୟକ ପ୍ରାର୍ଥୀ ହୋଇଛନ୍ତି । ସେହିପରି ନିକଟରେ ବିବାଦ ଓ ଚର୍ଚ୍ଚା ପରେ ଦଳରେ ସାମିଲ ହୋଇଥିବା ଅଭିନେତା ମନୋଜ ମିଶ୍ରଙ୍କୁ ମଧ୍ୟ ଦଳ ବଲାଙ୍ଗୀରରୁ ସାଂସଦ ପ୍ରାର୍ଥୀ କରିଥିଲା । ଆଜି 2ୟ ପର୍ଯ୍ୟାୟରେ ଦଳ ଯୁବ ଚେହେରା ତଥା ରାଜ୍ୟ ଯୁବ କଂଗ୍ରେସ ସଭାପତି ୟାସିର ନଓ୍ବାଜଙ୍କୁ ରାଜଧାନୀ ପରି ଗୁରୁତ୍ବପୂର୍ଣ୍ଣ ଆସନରେ ସାଂସଦ ପ୍ରାର୍ଥୀ କରିଛି ।

କଂଗ୍ରେସର ପ୍ରଥମ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ

ବରଗଡ଼- ସଞ୍ଜୟ ଭୋଇ

ବ୍ରହ୍ମପୁର- ରଶ୍ମିରଞ୍ଜନ ପଟ୍ଟନାୟକ

ବଲାଙ୍ଗୀର- ମନୋଜ ମିଶ୍ର

କନ୍ଧମାଳ- ଅମୀର ଚାନ୍ଦ ନାୟକ

ସୁନ୍ଦରଗଡ଼- ଜନାର୍ଦ୍ଦନ ଦେହୁରୀ

କଳାହାଣ୍ଡି- ଦ୍ରୌପଦୀ ମାଝୀ

ନବରଙ୍ଗପୁର- ଭୁଜବଳ ମାଝୀ

କୋରାପୁଟ - ସପ୍ତଗିରି ଉଲାକା

ଏହା ବି ପଢନ୍ତୁ- ଦିଲ୍ଲୀ ଗସ୍ତରେ ପିସିସି ସଭାପତି, ୧୮ ସୁଦ୍ଧା ଚୂଡାନ୍ତ ହେବ ସମସ୍ତ ପ୍ରାର୍ଥୀ ତାଲିକା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 13, 2024, 10:58 PM IST

ABOUT THE AUTHOR

...view details