ଭୁବନେଶ୍ବର:ସଂକଳ୍ପ ପତ୍ର ଉନ୍ମୋଚନ କରିଛି ବିଜେପି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସଂକଳ୍ପ ପତ୍ର କମିଟି ଅଧ୍ୟକ୍ଷ ରାଜନାଥ ସିଂ ଏବଂ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ସମେତ ଅମିତ ଶାହଙ୍କୁ ଧନ୍ୟବାଦ ଜଣାଇଛି ରାଜ୍ୟ ବିଜେପି । ବିଗତ ଦିନର ସବୁ ସଂକଳ୍ପକୁ ମୋଦି ଗ୍ୟାରେଣ୍ଟି ଭାବେ ପାଳନ କରାଯାଇଛି । ସଂକଳ୍ପ ପତ୍ର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସଂକଳ୍ପ ପତ୍ର କମିଟି ଅଧ୍ୟକ୍ଷ ରାଜନାଥ ସିଂ ଏବଂ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା, ଅମିତ ଶାହଙ୍କୁ ଧନ୍ୟବାଦ ଦେଲା ରାଜ୍ୟ ବିଜେପି । ବିଜେପିର ସଂକଳ୍ପ ପତ୍ର ନେଇ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, "ଓଡ଼ିଆ ନବ ବର୍ଷ ଭଳି ପବିତ୍ର ଦିନରେ ବିଜେପି ସଂକଳ୍ପ ପତ୍ର ଉନ୍ମୋଚନ କରିଛି । ବିଗତ ଦିନର ସବୁ ସଂକଳ୍ପକୁ ମୋଦି ଗ୍ୟାରେଣ୍ଟି ଭାବେ ପାଳନ କରାଯାଇଛି । ଅଯୋଧ୍ୟାରେ ରାମ ମନ୍ଦିର, 370 ଧାରା ଉଚ୍ଛେଦ, ତିନ ତଲାକ ବ୍ୟାନ, ଗରିବଙ୍କ ବିକାଶ ଭଳି ଅନେକ ପ୍ରତିଶ୍ରୁତି ପୂରଣ କରିଛନ୍ତି ଏବଂ ଦେଶବାସୀଙ୍କ ଆସ୍ଥା ଭାଜନ ହୋଇଛନ୍ତି ମୋଦି ।"
"ଏଥର ସଂକଳ୍ପ ପତ୍ରରେ ସମାଜର ସବୁ ବର୍ଗଙ୍କୁ ବିକଶିତ କରିବା ସହ ଭାରତକୁ ସମୃଦ୍ଧ ରାଷ୍ଟ୍ରରେ ପରିଣତ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ମୋଦି। ଗରିବ, ମହିଳା, ଚାଷୀ ଓ ଯୁବକଙ୍କୁ ଗୁରୁତ୍ଵ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ହିସାବରେ 25 କୋଟି ଗରିବ ଲୋକଙ୍କ ଜୀବନଧାରଣ ମାନ ଉନ୍ନତ ହୋଇଛି । ସେମାନେ ଗରିବୀ ସୀମାରେଖା ତଳୁ ଉପରକୁ ଉଠିଛନ୍ତି । 5 ବର୍ଷ ପାଇଁ ମାଗଣା ରାସନର ବ୍ୟବସ୍ଥା କରିଛନ୍ତି। ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ, ଆୟୁଷ୍ମାନ ଭାରତ, ଜନ ଔଷଧୀ କେନ୍ଦ୍ର କରାଯିବ । 'ଏକ ଦେଶ ଏକ ନିର୍ବାଚନ' ପାଇଁ କମିଟି ହୋଇଛି । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ କମିଟିର ଅଧ୍ୟକ୍ଷ ଅଛନ୍ତି । କମିଟି ଅନୁଧ୍ୟାନ କରୁଛି, ଚୂଡ଼ାନ୍ତ ରିପୋର୍ଟ ଆସିଲେ ସରକାର ବିଚାର କରିବେ" ବୋଲି କହିଛନ୍ତି ପୂର୍ବତନ ରାଜ୍ୟ ସଭାପତି ।
ବିଜେପିର ସଂକଳ୍ପ ପତ୍ର ଉନ୍ମୋଚିତ, ମୋଦି ଗ୍ୟାରେଣ୍ଟି କଥା ଦୋହରାଇଲା ଦଳ - Sameer On BJP MANIFESTO - SAMEER ON BJP MANIFESTO
BJP Manifesto: ‘ମୋଦି କି ଗ୍ୟାରେଣ୍ଟି -୨୦୨୪’ ନାଁରେ ବିଜେପି ପକ୍ଷରୁ ସଂକଳ୍ପ ପତ୍ର ଜାରି ହୋଇଛି । ଏଥର ଫୋକସରେ ରହିଛନ୍ତି ଗରିବ, ଯୁବକ, ନାରୀ ଓ ଅନ୍ନଦାତା । ଏହି ନିର୍ବାଚନୀ ଇସ୍ତାହାର ଜାରି ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ସମୀର ମହାନ୍ତି । ଅଧିକ ପଢନ୍ତୁ
Published : Apr 14, 2024, 5:26 PM IST
ଏହା ବି ପଢନ୍ତୁ...BJP ଇସ୍ତାହାର କେବଳ ଏକ ମିଛ ବଣ୍ଡଲ୍, ବେକାରୀ ସମ୍ପର୍କରେ କିିଛି ନାହିଁ: କଂଗ୍ରେସ - Congress Target BJP Manifesto
ଲୋକସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ଏହା ପୂର୍ବରୁ ଜାରି ହୋଇଛି ବିଜେପିର ସଂକଳ୍ପ ପତ୍ର । ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ସଂକଳ୍ପ ପତ୍ର ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ‘ମୋଦି କୀ ଗ୍ୟାରେଣ୍ଟି -୨୦୨୪’ ନାଁରେ ବିଜେପି ପକ୍ଷରୁ ସଂକଳ୍ପ ପତ୍ର ଜାରି ହୋଇଥିବାବେଳେ ଏଥର ଫୋକସରେ ରହିଛନ୍ତି ଗରିବ, ଯୁବକ, ନାରୀ ଓ ଅନ୍ନଦାତା । ସମଗ୍ର ଦେଶ ବିଜେପିର ଇସ୍ତାହାରକୁ ଅପେକ୍ଷା କରିଥିବାବେଳେ ଆଜି ତାହା ଉନ୍ମୋଚନ ହୋଇଛି ।
ଇଟିଭି ଭାରତ, ଭୁବନେଶ୍ବର