ଓଡିଶା

odisha

ETV Bharat / politics

ଓଡ଼ିଶା ପୋଲିସ ବିଜେଡିର ହାତ ବାରିସି ସାଜିଛି: ବିଜେପି - BJP DELEGATION MEET CEO - BJP DELEGATION MEET CEO

BJP DELEGATION MEET CEO: ନିର୍ବାଚନୀ ମାହୋଲରେ ବଢୁଥିବା ରାଜନୈତିକ ହିଂସାକୁ ନେଇ ସିଇଓଙ୍କୁ ଫେରାଦ ହୋଇଛି ବିଜେପି । ଓଡ଼ିଶା ପୋଲିସର ନିଷ୍କ୍ରିୟତାକୁ ଦାୟୀ କରି ଡିଜିପିଙ୍କ ବଦଳି ପାଇଁ ଦାବି କରିଛି ବିଜେପି । ଅଧିକ ପଢନ୍ତୁ

BJP DELEGATION MEET CEO
BJP DELEGATION MEET CEO (ETV Bharat Odisha)

By ETV Bharat Odisha Team

Published : May 18, 2024, 8:51 PM IST

BJP DELEGATION MEET CEO (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ନିର୍ବାଚନୀ ଜନିତ ହିଂସା ପ୍ରସଙ୍ଗରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ବାରସ୍ଥ ହୋଇଛି ବିଜେପି । ଏନେଇ ଏକ ପ୍ରତିନିଧ ଦଳ ସିଇଓଙ୍କୁ ଭେଟି ନିଜର ଅଭିଯୋଗ ଜଣାଇଛି । ରାଜ୍ୟ ବିଜେପିର ଉପସଭାପତି ଗୋଲକ ମହାପାତ୍ର କହିଛନ୍ତି ଯେ ଓଡ଼ିଶା ପୋଲିସ ବିଜେଡିର ହାତ ବାରିସି ସାଜିଛି । ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ ବିଜେଡ଼ି ଲୋକ ଆକ୍ରମଣ କରୁଥିବା ବେଳେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ । ଖଲ୍ଲିକୋଟରେ ଜଣେ କାର୍ଯ୍ୟକର୍ତ୍ତାକୁ ହତ୍ୟା କରାଗଲା । କଣ୍ଟାବାଞ୍ଜିରେ ବିଜେଡ଼ି ନେତ୍ରୀ ଟୁକୁନି ସାହୁଙ୍କ ଲୋକ ମାନେ ଗତକାଲି ଜଣଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି । ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ମଧ୍ୟ ମାଡ଼ ମରାଯାଇଛି ।

ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରି ନପାରିବାରୁ ଆନ୍ଧ୍ରରେ ଡିଜିଙ୍କୁ ବଦଳି କରାଗଲା । ତେଣୁ ଓଡ଼ିଶାରେ ମଧ୍ୟ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ଯେଉଁ ପ୍ରକାର ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବା କଥା ତାହା ଓଡ଼ିଶା ପୋଲିସ ଦ୍ବାରା ନିଆଯାଇନାହିଁ । ତେଣୁ ସବୁ ଘଟଣା ଉପରେ ସିଇଓଙ୍କୁ ଭେଟି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛି ବିଜେପି । ଏହାସହ କଣ କାର୍ଯ୍ୟାନୁଷ୍ଠାନ ନେଲେ ଡିଜି ସାର୍ବଜନିନ କରନ୍ତୁ ବୋଲି ଦାବି କରିଛି ଦଳ । ଯଦି ନଜଣାଇବ ତେବେ 25 ବର୍ଷ ବିଜେଡ଼ି ସରକାରକୁ ସମର୍ଥନ କରୁଛନ୍ତି ଡିଜି ବୋଲି ଜଣାପଡ଼ିବ । ଯଦି ପୋଲିସ କାର୍ଯ୍ୟାନୁଷ୍ଠାନ ନେବେ ନାହିଁ, ତେବେ ଡିଜିଙ୍କ ବଦଳି କରନ୍ତୁ ସିଇଓ । ପୋଲିସର ଅପାରଗତା କାରଣରୁ ଓଡ଼ିଶା ଅଶାନ୍ତ ହୋଇଛି । ଏହା ସହ ଗୋଲକ କହିଛନ୍ତି, "ରାଜ୍ୟରେ ନୂଆ ଡିଜି ଆଣନ୍ତୁ । ଯାହା ଫଳରେ ଓଡିଶାରେ ବଳକା ଥିବା ୩ ଟି ପର୍ଯ୍ୟାୟ ନିର୍ବାଚନ ଶାନ୍ତି ଶୃଙ୍ଖଳା ସହିତ ଶେଷ ହୋଇପାରିବ । ଅଶାନ୍ତ ଓଡିଶାକୁ ଶାନ୍ତ କରିବା ପାଇଁ ସିଇଓଙ୍କୁ ଆମେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରୁଛୁ । "

ଏହା ମଧ୍ୟ ପଢନ୍ତୁ .....ବିଜେପି ନେତା ଓ ମନ୍ତ୍ରୀ ଭାଓଲେସନର ସିରିଜ ସାଜିଛନ୍ତି: ସୁଲତା ଦେଓ - BJD Meets CEO

ଗୋକ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ନିର୍ବାଚନ ପରାଜୟରୁ ବଞ୍ଚିବା ପାଇଁ ବିଜୁ ଜନତା ଦଳ କଳା ଟଙ୍କା ଏବଂ ହିଂସାର ସାହାରା ନେଉଛି । ବିଜେଡିର ସାଧାରଣ ସମ୍ପାଦକ ତଥା ସମ୍ବଲପୁରର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ଘନିଷ୍ଠ ସହଯୋଗୀଙ୍କ କାର୍‌ରୁ ୫କୋଟି ଟଙ୍କା ଜବତ ହେବା ହେଉଛି ଏହାର ପ୍ରମାଣ । ଯାହାଙ୍କ ଠାରୁ ଟଙ୍କା ଜବତ ହୋଇଛି ସେହି ଠିକାଦାର ଜଣକ ଯାଜପୁର ପାହାଡ କେଳେଙ୍କାରୀର ଅନ୍ୟତମ ଅଭିଯୁକ୍ତ । ବୌଦ୍ଧର ଚାରି ଛକରେ ବିଜେଡିର ଜଣେ ମହିଳା ପ୍ରବକ୍ତାଙ୍କ ଗାଡିରୁ ୧୫ଲକ୍ଷ ଟଙ୍କାର ନଗଦ ଅର୍ଥରାଶି ଜବତ ହୋଇଛି । ଏହି ଟଙ୍କା ମଧ୍ୟ ଶାସକ ଦଳର କଳା ଟଙ୍କା । ଜଳେଶ୍ୱରରେ ଓଡ଼ିଶା ପଶ୍ଚିମବଙ୍ଗ ସୀମାରୁ ୧୫କେଜି ସୁନା ଜବତ ହୋଇଛି ଯାହା ଶାସକ ଦଳ ଆଣୁଥିଲା ଭୋଟରମାନଙ୍କୁ ବାଣ୍ଟିବା ପାଇଁ । ପୂର୍ବରୁ ନବରଙ୍ଗପୁର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀଙ୍କ ଉପସ୍ଥିତିରେ ତାଙ୍କ ଦଳର ଜଣେ ବରିଷ୍ଠ ନେତା ତ୍ରିନାଥ ଭଟ୍ଟ ଟଙ୍କା ବାଣ୍ଟୁଥିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି । ଏଥିରୁ ଗୋଟିଏ କଥା ପ୍ରମାଣିତ ହେଉଛି ଯେ, ବିଜେଡି କଳା ଟଙ୍କାକୁ ବ୍ୟବହାର କରି ଜନମତକୁ ପ୍ରଭାବିତ କରିବା ପାଇଁ ଚାହୁଁଛି । କିନ୍ତୁ ଓଡ଼ିଶାର ଜନସାଧାରଣ ଏଥିରେ ପ୍ରଭାବିତ ହେବେ ନାହିଁ । ବିଜେଡି ଯେତେ ଟଙ୍କା ବାଣ୍ଟିଲେ ବି ଲୋକେ ବିଜେପିକୁ ହିଁ ଭୋଟ ଦେବେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details