ଭୁବନେଶ୍ବର: ନିର୍ବାଚନ ପୂର୍ବରୁ ବିଜେଡିର ହୋଇଛି ଶକ୍ତି ବୃଦ୍ଧି । ବିଜେଡିର ମିଶ୍ରଣ ପର୍ବରେ ଦଳରେ ସାମିଲ ହେଲେ ପରିଣିତା ମିଶ୍ର ଓ ସୁଶାନ୍ତ ମିଶ୍ର । ବରଗଡ଼ ଜିଲ୍ଲା ବିଜେପିର ଜିଲ୍ଲା ଉପସଭାପତି ସୁଶାନ୍ତ ମିଶ୍ର 2014 ରେ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ିଥିଲେ | ସେ ଆଜି ବିଜେପି ଛାଡି ବିଜେଡିରେ ସାମିଲ ହୋଇଛନ୍ତି | ସେହିପରି ପରିଣିତା ମିଶ୍ର ଜଣେ ସମାଜ ସେବୀ ଭାବେ ମହିଳା ସଶକ୍ତିକରଣ କ୍ଷେତ୍ରରେ ବରଗଡ଼ ଜିଲ୍ଲାରେ ପରିଚିତ | ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ତରଫରୁ ଉଭୟଙ୍କୁ ଦଳକୁ ସ୍ବାଗତ କରିଛନ୍ତି ସାଂସଦ ସସ୍ମିତ ପାତ୍ର |
ସୁଶାନ୍ତ ସିଂ ସେମାନଙ୍କୁ ସ୍ବାଗତ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ସାମିଲ ହୋଇଥିବାରୁ ତାଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି | ବିଜେଡିର ସବୁ କାର୍ଯ୍ୟକ୍ରମରେ ସେ ଭାଗନେବେ ବୋଲି ଆଶା ପ୍ରକଟ କରିଛନ୍ତି | ବିଧାୟିକା ଦୀପାଳି ଦାସ ତାଙ୍କୁ ସ୍ବାଗତ କରିବା ସହ କହିଛନ୍ତି ଯେ ମହିଳାଙ୍କୁ ଆଗକୁ ଆଣି ନାରୀ ଜାତିକୁ ସଶକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ପ୍ରୟାସରତ | ବିକାଶ କୁ ଯିଏ ପ୍ରାଧାନ୍ୟ ଦେଇଛନ୍ତି ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଛି | ନବ ଦାସ କହୁଥିଲେ ବିକାଶ ଚାଁହୁଛ ବିଜେଡିରେ ସାମିଲ ହୁଅ | ସେ ଆଜି ନାହାନ୍ତି ତାଙ୍କ ଦାୟାଦଙ୍କ ନେତୃତ୍ବରେ ଦଳରେ ସାମିଲ ହେଲି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା ଆମର ମୂଳ ଲକ୍ଷ୍ୟ ।