ଓଡିଶା

odisha

ETV Bharat / politics

UGC ଚିଠା ନିୟାମକ ୨୦୨୫କୁ ବିଜେଡିର ବିରୋଧ, ଉତ୍ତର ରଖିଲା ବିଜେପି - UGC REGULATIONS 2025

ୟୁଜିସି ଚିଠା ନିୟାମକ ୨୦୨୫କୁ ବିଜେଡିର ବିରୋଧ । ସଂଘୀୟ ବ୍ୟବସ୍ଥାକୁ ଆଘାତ ଦେବା ଅଭିଯୋଗ ସତ୍ୟ ଉପରେ ଆଧାରିତ ନୁହେଁ କହିଲା ବିଜେପି ।

UGC REGULATIONS 2025
UGC REGULATIONS 2025 (ETV BHARAT ODISHA)

By ETV Bharat Odisha Team

Published : Feb 6, 2025, 8:05 PM IST

ଭୁବନେଶ୍ବର:ୟୁଜିସି ଚିଠା ନିୟାମକ ୨୦୨୫କୁ ନେଇ ମୁହାଁମୁହିଁ ବିଜେଡି ବିଜେପି । ସାମ୍ବାଦିକ ସମ୍ମିଳନୀ କରି ବିଜେପି ଉପରେ ବର୍ଷିଲେ ବିଜେଡି ନେତା ଦେବୀ ମିଶ୍ର ଏବଂ ଅମର ପଟ୍ଟନାୟକ । ଏହା ସଂଘୀୟ ବ୍ୟବସ୍ଥାକୁ ଆଘାତ କରୁଥିବା କହିଲା ବିଜେଡି । ସେପଟେ ଏହାର ଉତ୍ତର ରଖି ବିଜେଡି ନେତା ମାନେ ଠିକ ଭାବେ ଏହାକୁ ବୁଝିନାହାନ୍ତି ବୋଲି କହିଛନ୍ତି ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା ।

ୟୁଜିସି ଚିଠା ନିୟାମକ ୨୦୨୫କୁ ବିଜେଡିର ବିରୋଧ:

ବିଜେଡ଼ି ନେତା ଅମର ପଟ୍ଟନାୟକକହିଛନ୍ତି, ''ଗୋଟେ ରୁଲ ବା ରେଗୁଲେସନ ଆକ୍ଟ ଉପରେ ନୁହେଁ, ଏହାର ତଳେ । UGC କାମ ହେଲା ଗୁଣବତ୍ତା ରକ୍ଷା । ଯେଉଁ ୟୁଜିସି ଚିଠା ନିୟାମକ ୨୦୨୫ ଆସିଛି ତାର ମତାମତର ଆଜି ଶେଷ ଦିନ ଥିଲା । ଏହାକୁ ବିଜେଡି ପ୍ରତିବାଦ କରୁଛି । UGC ରେଗୁଲେସନ କେନ୍ଦ୍ର ସରକାର କରନ୍ତି । ରାଜ୍ୟ ଏହାକୁ ପାସ କରେ । ଭିସି ପ୍ରାଧ୍ୟାପକ ଚୟନ ନିୟମ ଅନୁସାରେ ନ ହେଲେ, ନିୟମ ଅଛି ଯେ ଡିଗ୍ରୀ ମିଳିବ ନାହିଁ । ଯାହା ଗୋଟିଏ ରାଜ୍ୟର ସଂଘୀୟ ବ୍ୟବସ୍ଥାରେ ବିଧାନସଭାର ପାଓ୍ବାର ଉପରେ ସମ୍ପୂର୍ଣ୍ଣ ହସ୍ତକ୍ଷେପର ଏହା ଗୋଟିଏ ନମୁନା । ଏହା ସଂଘୀୟ ବ୍ୟବସ୍ଥାକୁ ଆଘାତ ଦେଉଛି । ଗୋଟିଏ ଆକ୍ଟ ସଂଘୀୟ ବ୍ୟବସ୍ଥାରେ ପାସ ହୋଇଛି, ସେଣ୍ଟ୍ରାଲ ରେଗୁଲେସନଟା ତା ଉପରେ ରହିବ କେମିତି ? ସେମାନେ କୁଳାଧିପତିଙ୍କୁ ଦାୟିତ୍ୱ ଦେବାର ଅର୍ଥ ରାଜନୀତି କାରଣ ବିଭିନ୍ନ କମିସନ ରାଜ୍ୟପାଳ ରାଜନୈତିକ କାମ କରୁଛନ୍ତି ।’

vUGC REGULATIONS 2025 (ETV BHARAT ODISHA)

ସେ ଆହୁରି କହିଛନ୍ତି, ‘ଗୋଟିଏ ରାଜ୍ୟ ଉଚ୍ଚ ଶିକ୍ଷାନୁଷ୍ଠାନ ଯେତେବେଳେ ଷ୍ଟେଟ ଆକ୍ଟରେ ପାସ ହେଉଛି, ବଜେଟରେ ପ୍ରୋଭିଜନ, ତାଙ୍କର ଦରମା ଦେଉଛନ୍ତି ରାଜ୍ୟ ସରକାର । ଯେତେବେଳେ ଭିସି ନିଯୁକ୍ତି ପ୍ରକ୍ରିୟା ହେବ ସେତେବେଳେ ରାଜ୍ୟ ସରକାରଙ୍କ କୌଣସି ପ୍ରତିନିଧି ରହିବେ ନାହିଁ । କି ତାଙ୍କୁ ମଧ୍ୟ ଜଣାଯିବ ନାହିଁ । ଏଥିରୁ ଆପଣ ମାନେ ତାଙ୍କର ମଞ୍ଚା ଜାଣିପାରୁଥିବେ ରାଜ୍ୟର ୟୁନିଭରସିଟି ଓ ଉଚ୍ଚ ଶିକ୍ଷାନୁଷ୍ଠାନ ଉପରେ ତାଙ୍କର ହସ୍ତକ୍ଷେପ ରହିବେ । ଏ ଗୁଡିକକୁ କଣ୍ଟ୍ରୋଲ କରିବାକୁ ୟୁଜିସି ଚିଠା ନିୟାମକ ୨୦୨୫ ପ୍ରସ୍ତୁତ କରାଯାଇଛି । ଗତକାଲି ୬ ରାଜ୍ୟ ତାମିଲନାଡୁ, କେରଳ, କର୍ଣ୍ଣାଟକ, ତେଲେଙ୍ଗାନା, ହିମାଚଳ ପ୍ରଦେଶ ଝାଡ଼ଖଣ୍ଡର ଶିକ୍ଷାମନ୍ତ୍ରୀ ଏକ ରିଜୋଲୋସନ ପାସ କରି ଏହି ଡ୍ରାଫ ବିରୋଧରେ ୟୁଜିସିକୁ ଦେଇଛନ୍ତି । ବିଜେପି ମେଣ୍ଟରେ ଥିବା ବିହାର ବି ଏହାକୁ ବିରୋଧ କରିଛି । ଯଦି ଓଡ଼ିଶା ସରକାରଙ୍କ ସତ ସାହସ ଅଛି, ଏହା ବିରୋଧରେ କେନ୍ଦ୍ରକୁ ଜଣାନ୍ତୁ । ଜାଣିଶୁଣି ହସ୍ତକ୍ଷେପ କରି ରାଜନୀତି କରିବାକୁ ଚକ୍ରାନ୍ତ । ଏହି ଡ୍ରାଫ୍ଟ ରେଗୁଲେସନକୁ ସଂଶୋଧନ ନ କଲେ, ରାଜରାସ୍ତାକୁ ଆସିବ ବିଜେଡି। କାରଣ ଏହି ରେଗୁଲେସନ ଦ୍ୱାରା କୁଳାଧିପତି କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣରେ ରହିବାକୁ ଉଦ୍ଦେଶ୍ୟ।''

ଏହା ମଧ୍ୟ ପଢନ୍ତୁ-ରାଜ୍ୟରେ ଲାଗୁ ହେବ ‘ଜାତୀୟ ଶିକ୍ଷା ନୀତି’: ଜାରି ହେଲା ବିଜ୍ଞପ୍ତି - NATIONAL EDUCATION POLICY 2020

ଏହା ବି ପଢନ୍ତୁ...ଚଳିତ ଶିକ୍ଷାବର୍ଷରୁ ରାଜ୍ୟରେ ଜାତୀୟ ଶିକ୍ଷା ନୀତି , ଏଣିକି ସ୍ନାତକ କୋର୍ସ 4 ବର୍ଷ - NATIONAL EDUCATION POLICY 2020

2018ରେ ପାସ୍‌ ହୋଇଥିଲା UGC ଡ୍ରାଫ୍ଟ ରେଗୁଲେସନ:

ବିଜେଡି ନେତା ଦେବୀ ମିଶ୍ର କହିଛନ୍ତି, ''UGC ଡ୍ରାଫ୍ଟ ରେଗୁଲେସନ 2025 ଏହା 2018ରେ ହୋଇଥିଲା । ସେ ସମୟରେ ସଂଶୋଧନ ହୋଇଥିଲା। ଏବେ ଏହାକୁ ଅଣାଯାଉଛି । ସେଥିରେ ଯେଉଁ କ୍ଲଜ ସବୁ ଅଛି, ସେଥିରେ ରାଜ୍ୟ ବିଶ୍ଵବିଦ୍ୟାଳୟର ସ୍ୱୟଂ ଶାସନ, ନିଯୁକ୍ତି ସଂଘୀୟ ବ୍ୟବସ୍ଥା ଉପରେ ଥିଲା । ଏହି ରେଗୁଲେସନ ଅନେକ ଆଶଙ୍କା ସୃଷ୍ଟି କରିଛି । ଏନେଇ ବିଜେଡି ସ୍ମାରକପତ୍ର ଦେଇ କହିଛି ଯେ, ଯାହା ରାଜ୍ୟ ବଜେଟରୁ ହୁଏ, ଯେପରି ଭିସି ନିଯୁକ୍ତି, ସେଥିରେ ରାଜ୍ୟ ସରକାରଙ୍କ ପ୍ରତିନିଧି ରହିବା ଦରକାର । ସବୁ ଅଂଶୀଦାର ମାନଙ୍କ ସହ ଆଲୋଚନା ହେବା ଦରକାର, ନିଯୁକ୍ତି ପାଇଁ ଯେଉଁ ରେଗୁଲେସନ ଅଛି ସେଥିରେ ଭିସି ଯେ କୌଣସି ଲୋକ ହୋଇପାରିବ । ଏହା ଅଯଥା ହସ୍ତକ୍ଷେପ ବୋଲି ବିଜେଡିର ମତ ସର୍ଚ୍ଚ କମିଟି, ଚୟନ କମିଟି ସଂଶୋଧନ ହେଉ ।’

ଉତ୍ତର ରଖିଲା ବିଜେପି:

ୟୁଜିସି ଚିଠା ନିୟାମକ ୨୦୨୫କୁ ନେଇ ବିଜେଡିର ବିରୋଧ କରିବା ପ୍ରସଙ୍ଗରେ ଜବାବ ରଖିଲା ବିଜେପି ।ରାଜ୍ୟ ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, '' ବିଜୁ ଜନତା ଦଳ UGCକୁ ଚିଠି ଲେଖିଛନ୍ତି । ୟୁଜିସି ଚିଠା ନିୟାମକ ୨୦୨୫ର ଯେଉଁ ଚିଠା ପ୍ରସ୍ତାବ ଆସିଛି ତାକୁ ବିରୋଧ କରିଛି ବିଜେଡି । ଏହି ଚିଠା ପ୍ରସ୍ତାବକୁ ବିଜୁ ଜନତା ଦଳର ନେତା ମାନେ ଠିକ ଭାବେ ବୁଝିନାହାନ୍ତି, ନହେଲେ ସେମାନେ ଏପରି ଅଭିଯୋଗ ଆଣି ନଥାନ୍ତେ । ନୂଆ ଶିକ୍ଷାନୀତିକୁ ନେଇ କେନ୍ଦ୍ର ସରକାରଙ୍କ ଯେଉଁ ଐତିହାସିକ ନିଷ୍ପତ୍ତି ତା ବିରୋଧରେ ବିଜେଡି ହୀନ ଚକ୍ରାନ୍ତ କରୁଛି । ବିଜେପି ଏହାକୁ କଠୋରରୁ କଠୋର ଭାବେ ନିନ୍ଦା କରୁଛି । ସଂଘୀୟ ବ୍ୟବସ୍ଥାକୁ ଆଘାତ ଦେବା ଅଭିଯୋଗ ସତ୍ୟ ଉପରେ ଆଧାରିତ ନୁହେଁ । କାହିଁକିନା ସବୁ ବେଳେ ଶିକ୍ଷା ବ୍ୟବସ୍ଥାରେ ରାଜ୍ୟପାଳ ବା କୁଳାଧିପତିଙ୍କୁ ଶେଷ ନିଷ୍ପତ୍ତି ଦେବାର ଅଧିକାର ରହିଛି । ନୂତନ ଡ୍ରାଫ୍ଟରେ ଯଦି ରାଜ୍ୟପାଳଙ୍କୁ ଏଥି ପାଇଁ ନିର୍ଦ୍ଦିଷ୍ଟ ଭାବରେ କ୍ଷମତା ଦେଲେ ଏଥିରେ ବିଜେଡି କାହିଁକି ଆତଙ୍କିତ ହେଉଛି ତାହା ଆମକୁ ଜଣାନାହିଁ । ''

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details