ଓଡିଶା

odisha

ETV Bharat / politics

ପୁରୁଣା ନେତା ଦଳ ଛାଡିବା ଦ୍ବାରା ବିଜେଡିରେ ଭୂସ୍ଖଳନ ହେଉଛି: ଅକ୍ଷୟ ସାହୁ

BJD may face landslide like situation: ନିର୍ବାଚନ ପାଖେଇ ଆସୁଥିବାବେଳେ ଶାସକ ବିଜେଡି ଦଳର ଅଡ଼ୁଆ ବଢ଼ିବାରେ ଲାଗିଛି । ଗୋଟିଏ ପରେ ଗୋଟିଏ ପୁରୁଖା ନେତା ଏବେ ଦଳ ଛାଡ଼ି ବିରୋଧୀ ଶିବିର ମୁହାଁ । ଫଳରେ ବିଜେଡିରେ ଏବେ ଭୂସ୍ଖଳନ ଭଳି ସ୍ଥିତି ଉପୁଜିଛି ବୋଲି କହିଛନ୍ତି ବରିଷ୍ଠ ରାଜନୀତି ସମୀକ୍ଷକ ଅକ୍ଷୟ ସାହୁ । ଅଧିକ ପଢ଼ନ୍ତୁ

By ETV Bharat Odisha Team

Published : Mar 2, 2024, 5:12 PM IST

BJD may face landslide like situation
BJD may face landslide like situation

BJD may face landslide like situation

ଭୁବନେଶ୍ବର: ନିର୍ବାଚନକୁ ଆଉ ଦିନ କେଇଟା ବାକି । ତିନି ପ୍ରମୁଖ ରାଜନୈତିକ ଦଳ ନିର୍ବାଚନୀ ରଣନୀତି ପ୍ରସ୍ତୁତ କରିବାରେ ବ୍ୟସ୍ତ । କିନ୍ତୁ ବିଭିନ୍ନ ଦଳ ପାଇଁ ଏବେ ଚିନ୍ତାର ବିଷୟ ପାଲଟିଛି ଦଳ ଡିଆଁ ରାଜନୀତି । ଏଥର ଦଳ ଡିଆଁ ପର୍ବରେ ଶାସକ ବିଜେଡି ବେଶୀ କ୍ଷତିରେ ରହିଥିବାବେଳେ ଲାଭରେ ରହିଛି ବିରୋଧୀ ବିଜେପି । କାରଣ ବିଜେଡିର ଅନେକ ପୁରୁଣା ନେତା ଏବେ ଦଳ ଛାଡୁଛନ୍ତି । ଯାହା ବିଜେଡି ପାଇଁ ଭୁସ୍ଖଳନ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି କହିଛନ୍ତି ରାଜନୈତିକ ସମୀକ୍ଷକ ଅକ୍ଷୟ ସାହୁ ।

ଅକ୍ଷୟ କହିଛନ୍ତି, "ବିଜେଡି ଯେତେବେଳେ 1997 ମସିହାରେ ଗଠନ ହୋଇଥିଲା ସେତେବେଳେ ଅନେକ ନେତା ଯେଉଁମାନେ ବିଜେଡିର ପରିକଳ୍ପନା କରିଥିଲେ ସେମାନେ ଗୋଟିଏ ରାଜନୈତିକ ଧାରାରୁ ଆସିଥିଲେ । ସେମାନେ ଦଳ ଗଠନ କରି ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରାଇଲେ । ତା' ପରେ ସେହି ରାଜନୈତିକ ବ୍ୟକ୍ତିତ୍ବମାନଙ୍କୁ ନବୀନ ସାଇଡ୍‌ କରିବାକୁ ଲାଗିଲେ । ସେକେଣ୍ଡ ଜେନେରେସନ ନେତା ଆଗକୁ ଆସିଲେ । ତା' ପରେ ସେହି ନେତାଙ୍କୁ ବଦଳାଇ ତୃତୀୟ ଜେନେରେସନ ପଲିଟିସିଆନ ଆଣିଲେ ନବୀନ । ଦ୍ବିତୀୟ ଜେନେରେସନର ଯେଉଁ ପଲିଟିସିଆନ ଥିଲେ ସେମାନେ ନବୀନଙ୍କ ପରାମର୍ଶଦାତା ପ୍ୟାରୀମୋହନଙ୍କ ଦ୍ବାରା ପ୍ରମୋଟ ହୋଇଥିଲେ । ଏବଂ ସେମାନଙ୍କୁ ସାଇଡଲାଇନ କରିବା ପରେ ପ୍ରଣବ ପ୍ରକାଶ ଦାସଙ୍କ ପରି ରାଜନେତାମାନେ ଆସିଲେ । ଯେଉଁମାନେ ପ୍ରଶାସନିକ ପ୍ରକ୍ରିୟାରେ ଭାଗିଦାର ହେଲେ । ଏବେ ଗୋଟିଏ ନୂଆ ଗୋଷ୍ଠୀ ତିଆରି କରାଯାଉଛି ଯାହାର ନେତୃତ୍ବ ନେଉଛନ୍ତି ଭିକେ ପାଣ୍ଡିଆନ । ପୁରୁଣା ନେତାମାନେ ଏବେ ନିଜକୁ ସୁରକ୍ଷିତ ମଣୁନାହାନ୍ତି । ନୂଆ ଗୋଷ୍ଠୀ ନେତାଙ୍କ ସହିତ ଏହି ପୁରୁଣା ନେତାମାନେ ଖାପ ଖୁଆଇ ଚଳିପାରୁନାହାନ୍ତି । ଯାହା ଫଳରେ ସେମାନେ ଦଳ ଛାଡି ବିଜେପି କିମ୍ବା କଂଗ୍ରେସ ମୁହାଁ ହୋଇଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...ଘର ବାହୁଡ଼ିବେ ବିଧାୟକ ଅରବିନ୍ଦ ଢାଲି: ଶଙ୍ଖ ଛାଡ଼ିଲେ, କାଲି ଧରିବେ ପଦ୍ମ

ପ୍ରେମାନନ୍ଦ ନାୟକ, ଦେବାଶିଷ ନାୟକ, ଅରବିନ୍ଦ ଢାଲି, ପ୍ରଦୀପ ପାଣିଗ୍ରାହୀ, ପ୍ରଶାନ୍ତ ଜଗଦେବ, ବଳଦେବ ମାଝୀ, ଜଗନ୍ନାଥ ନୁଦ୍ରୁକାଙ୍କ ପରି ନେତାମାନେ ବିଜେଡି ଛାଡିଛନ୍ତି । ଏନେଇ ଅକ୍ଷୟ କହିଛନ୍ତି, "ଜଗନ୍ନାଥ ସାରକାଙ୍କ ପାଇଁ ଜଗନ୍ନାଥ ନୁଦ୍ରୁକା କ୍ୟାମ୍ପେନ କରିଥାନ୍ତି । କୋରାପୁଟ ରାଜନୀତିକୁ ଭଲ ଭାବେ ଜାଣିଛନ୍ତି । ସେ ବିଜେଡି ଛାଡିବା ଦଳ ପାଇଁ କ୍ଷତିକାରକ ନିଶ୍ଚୟ । ପୁରୁଣା ନେତାମାନେ ଭବିଷ୍ୟତର ରାଜନୈତିକ କ୍ୟାରିୟର ସେତେ ନିରାପଦ ନୁହେଁ ବୋଲି ଭାବୁଛନ୍ତି । ଆଗକୁ ଆହୁରି ବହୁତ ନେତା ବିଜେଡି ଛାଡିବାର ସମ୍ଭାବନା ଅଛି । ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଥିଲେ 10 ହଜାର ଆବେଦନ ଆସିଛି ଟିକେଟ ପାଇଁ । ଏହି 10 ହଜାରରୁ 147 ବିଧାନସଭା ଟିକେଟ ଏବଂ 21 ଲୋକସଭା ଟିକେଟ ବଣ୍ଟା ହୋଇଗଲେ ବାକି ରହିଯିବେ 9 ହଜାର 8 ଶହରୁ ଅଧିକ । ସେମାନେ ବିଜେଡିକୁ ସମର୍ଥନ କରିବେ ନାହିଁ ବୋଲି କହିପାରିବା ନାହିଁ । କିନ୍ତୁ ଅଧାରୁ ଅଧିକ ବିରୋଧି ହୋଇଯିବାର ଆଶଙ୍କା ରହିଛି । ଏବେ କୁହାଯାଇପାରେ ବିଜେଡିର ଭୂସ୍କଖଳନ ପ୍ରକ୍ରିୟା ଆରମ୍ଭ ହୋଇଛି । ବିଜେଡିର ନୀତି ଆଦର୍ଶ ନାହିଁ ନେତାଙ୍କୁ ବାନ୍ଧି ରଖିବା ପାଇଁ, ପଲିଟିକାଲ ଭଏସ୍‌ ନାହିଁ । ଗଣତନ୍ତ୍ରରେ ଭଏସ୍‌ ଦରକାର । ଯେଉଁମାନେ ସ୍ବପ୍ନ ଦେଖାଇ ନେତାଙ୍କୁ ଦଳରେ ରଖିପାରିବେ । କିନ୍ତୁ ବିଜେଡି ଏହାକୁ ଲୁଜ କରୁଛି । ସେଥିପାଇଁ ପୁରୁଣା ନେତାମାନେ ଏବେ ଦଳକୁ ବାଏ ବାଏ କରିବା ଆରମ୍ଭ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details