ଓଡିଶା

odisha

ଗ୍ରୀନ ଶାରାରାରେ ଫ୍ୟାନ୍ସଙ୍କୁ ଦିୱାନା କଲେ ରକୁଲ, ବିବାହ ପୂର୍ବର ଲୁକ୍ସ ଭାଇରାଲ

By ETV Bharat Odisha Team

Published : Feb 18, 2024, 10:15 AM IST

ରକୁଲ ପ୍ରୀତ ସିଂ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜର ଲାଟେଷ୍ଟ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ଗ୍ରୀନ ଆଉଟଫିଟରେ ନଜର ଆସିଛନ୍ତି । ଶାହାରୁଖ ଖାନଙ୍କ ଫିଲ୍ମର ‘‘ମେ କୋଇ ଏସା ଗୀତ ଗାଉଁ ’’ ଗୀତକୁ କ୍ୟାପସନରେ ଲେଖି ସେ ଏହି ଫଟୋକୁ ସେୟାର କରିଛନ୍ତି ।
ବିବାହ ଉତ୍ସବ ପାଇଁ ରକୁଲ ପ୍ରୀତ ସିଂ ଗତ ଗୁରୁବାର ଦିନ ତାଙ୍କ ପରିବାର ସହିତ ଜ୍ୟାକି ଭାଗ୍ନାନୀଙ୍କ ଘରେ ପହଞ୍ଚିଥିଲେ ।
ନିଜର ସ୍ପେଶାଲ ଦିନ ପାଇଁ ରକୁଲ ଗ୍ରୀନ କଲର ଶାରାରା ସେଟ୍ ପିନ୍ଧିଥିଲେ, ଯାହାର ଫଟୋ ସେ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।
ରକୁଲ ପ୍ରୀତ ଏକ ଚମକଦାର ଶାରାରା ସେଟ୍ ସହିତ ଏକ ମ୍ୟାଚିଙ୍ଗ ଚୋକର ପିନ୍ଧିଥିଲେ ।
ଗ୍ରୀନ ଶାରାରା ସହ ଖୋଲା କେଶରେ ରକୁଲ ବହୁତ ସୁନ୍ଦର ଦେଖାଯାଉଥିଲେ ।
ଫେବୃଆରୀ ୨୧ରେ ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡର ଲୋକପ୍ରିୟ କପଲ ଜ୍ୟାକି ଭଗ୍ନାନୀ ଏବଂ ରକୁଲ ପ୍ରୀତ ସିଂ ।
ଗୁରୁବାର ଜ୍ୟାକିଙ୍କ ଘରେ ଢୋଲ୍ ନାଇଟର କାର୍ଯ୍ୟକ୍ରମ ଚାଲିଥିବା ବେଳେ ରକୁଲ ନିଜ ପରିବାର ସହ ସେଠାରେ ସାମିଲ ହୋଇଥିଲେ ।

ABOUT THE AUTHOR

...view details