ଓଡିଶା

odisha

ETV Bharat / photos

ଫଟୋରେ ଖବର; ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଫିଜିର ସର୍ବୋଚ୍ଚ ନାଗରିକ ସମ୍ମାନ - President Droupadi Murmu

President Droupadi Murmu: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଫିଜିରେ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରାଯାଇଛି । ରାଷ୍ଟ୍ରପତି ୱିଲିୟମ ମୈୱାଲିଲି କଟୋନିୱେରେ ରାଷ୍ଟ୍ରପତିଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନ "କ୍ୟାପଟେନ ଅଫ୍ ଦ ଅର୍ଡର ଫିଜି" ପ୍ରଦାନ କରିଛନ୍ତି । ଦେଖନ୍ତୁ ଝଲକ, (President of India, 'X' Handle)

By ETV Bharat Odisha Team

Published : Aug 6, 2024, 3:20 PM IST

ଫିଜିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରାଯାଇଛି । (President of India, 'X' Handle)
ରାଷ୍ଟ୍ରପତି ରାତୁ ୱିଲିୟମ ମୈୱାଲିଲି କଟୋନିୱେରେ ରାଷ୍ଟ୍ରପତିଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନ "କ୍ୟାପଟେନ ଅଫ୍ ଦ ଅର୍ଡର ଫିଜି" ପ୍ରଦାନ କରିଛନ୍ତି । (President of India, 'X' Handle)
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଫିଜି ସଂସଦକୁ ସମ୍ବୋଧିତ କରିବାବେଳେ ଏହି ସମ୍ମାନ ପାଇଁ କୃତଜ୍ଞତା ଜଣାଇଛନ୍ତି । (President of India, 'X' Handle)
ଦୁଇ ଦିନିଆ ଫିଜି ଗସ୍ତରେ ଆସିଥିବା ମୁର୍ମୁ ଏହି ସମ୍ମାନକୁ ଭାରତ ଏବଂ ଫିଜି ମଧ୍ୟରେ ଥିବା ବନ୍ଧୁତ୍ୱର ଗଭୀର ବନ୍ଧନର ପ୍ରତିଫଳନ ବୋଲି ବର୍ଣ୍ଣନା କରିଛନ୍ତି। (President of India, 'X' Handle)
ରାଷ୍ଟ୍ରପତି କହିଛନ୍ତି,''ଏହି ଦେଶ ସହ ଆମର 145 ବର୍ଷର ଏକ ସ୍ୱତନ୍ତ୍ର ତଥା ସ୍ଥାୟୀ ବନ୍ଧନ ଅଛି ଏବଂ ଏଠାରେ ସମସ୍ତଙ୍କୁ ଭେଟିବା ଅତ୍ୟନ୍ତ ଆନନ୍ଦଦାୟକ ଅନୁଭୂତି ।'' (President of India, 'X' Handle)
ଫିଜି ଯାତ୍ରାର ଏବଂ ସର୍ବୋଚ୍ଚ ନାଗରିକ ସମ୍ମାନର ଅନେକ ଫଟୋ ରାଷ୍ଟ୍ରପତିଙ୍କ ଏକ୍ସ ହ୍ୟାଣ୍ଡଲରେ ସେୟାର କରିଛନ୍ତି । (President of India, 'X' Handle)
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁବାରେ ପହଞ୍ଚିବା ପରେ ଫିଜିରେ ତାଙ୍କୁ ସମ୍ମାନର ଭବ୍ୟ ସ୍ୱାଗତ କରାଯାଇଥିଲା । (President of India, 'X' Handle)
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଫିଜିରେ ପହଞ୍ଚିବା ପରେ ବିମାନବନ୍ଦରରେ ପିଲାମାନେ ସ୍ନେହପୂର୍ଣ୍ଣ ସ୍ୱାଗତ କରିଥିଲେ । (President of India, 'X' Handle)
ଫିଜିର ପ୍ରଧାନମନ୍ତ୍ରୀ ସୀତିନୀ ରାବୁକାଙ୍କ ଉପସ୍ଥିତିରେ ରାଷ୍ଟ୍ରପତିଙ୍କ ସମ୍ମାନାର୍ଥେ ଏକ ପାରମ୍ପାରିକ ସ୍ୱାଗତ ସମାରୋହ ଆୟୋଜିତ ହୋଇଥିଲା । (President of India, 'X' Handle)
ଫିଜି ଯାତ୍ରା ପରେ ତିମୋରଲିସ୍ତେ ଯାତ୍ରା କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । (President of India, 'X' Handle)
ପ୍ରଥମ ଥର କୌଣସି ଭାରତୀୟ ରାଷ୍ଟ୍ରପତି ଏହା ହେଉଛି ଫିଜି ଏବଂ ତିମୋରଲିସ୍ତେ ଗସ୍ତ । (President of India, 'X' Handle)
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁବାର ମହାତ୍ମା ଗାନ୍ଧୀ ମେମୋରିଆଲ ହାଇସ୍କୁଲରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ (President of India, 'X' Handle)
ଏହା ପରେ ରାଷ୍ଟ୍ରପତିସେଠାରେ ଉପସ୍ଥିତ ଛାତ୍ରମାନଙ୍କ ସହ କଥାବାର୍ତ୍ତା କରିଥିଲେ । (President of India, 'X' Handle)
ତେବେ ରାଷ୍ଟ୍ରପତିଙ୍କ ଏହି ଯାତ୍ରା ଫଳରେ ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ମଜବୁତ ହେବ । (President of India, 'X' Handle)

ABOUT THE AUTHOR

...view details