ଓଡିଶା

odisha

ETV Bharat / photos

ଆଲିଆ@31: କେବଳ ଫିଲ୍ମ ନୁହଁ, ବ୍ୟବସାୟରୁ ବି ଆୟ କରନ୍ତି ମୋଟା ଅଙ୍କର ଟଙ୍କା, ନେଟ ୱର୍ଥ ଜାଣିଲେ ଉଡିଯିବ ହୋସ୍

By ETV Bharat Odisha Team

Published : Mar 15, 2024, 3:43 PM IST

Alia Bhatt Birthday: ଆଜି ଆଲିଆ ଭଟ୍ଟ ତାଙ୍କ 31ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ସେଲିବ୍ରିଟି ସମେତ ଫ୍ୟାନ୍ସ ତାଙ୍କୁ ଜନ୍ମଦିନର ଶୁଭାକାମନା ଜଣାଉଛନ୍ତି। ଅତି କମ ବୟସରେ ବଲିଉଡରେ ବେଶ ଖ୍ୟାତି ଅର୍ଜନ କରିଥିବା ଆଲିଆ ବେଶ ଲୋକପ୍ରିୟତା ସାଉଁଟିବା ସହ କୋଟି କୋଟି ଟଙ୍କାର ମାଲିକାଣି ଅଟନ୍ତି। ତେବେ ଆଲିଆଙ୍କ ଜନ୍ମଦିନ ଅବସରରେ ଜାଣନ୍ତୁ ଅଭିନେତ୍ରୀଙ୍କ ବିଷୟରେ କିଛି ରୋଚକ କଥା,
ପ୍ରସିଦ୍ଧ ନିର୍ଦ୍ଦେଶକ ମହେଶ ଭଟ୍ଟ ଏବଂ ସୋନି ରଜଦାନିଙ୍କ ଝିଅ ଆଲିଆ ଭଟ୍ଟଙ୍କୁ ଆଜି କୌଣସି ପରିଚୟର ଆବଶକ୍ୟତା ନାହିଁ।
12 ବର୍ଷର ଫିଲ୍ମି କ୍ୟାରିଅରରେ ସେ ବଲିଉଡ ହେଉ ଅବା ସାଉଥ କିମ୍ୱା ହଲିଉଡରେ ହେଉ ସବୁ ଇଣ୍ଡଷ୍ଟ୍ରିରେ ନିଜର ଜଲୱା ଦେଖାଇଛନ୍ତି।
ଷ୍ଟୁଡେଣ୍ଟ ଅଫ୍ ଦି ଇୟର ସହ ଆଲିଆ 2012 ମସିହାରେ ବଲିଉଡରେ ଡେବ୍ୟୁ କରିଥିଲେ।
ଏହା ପରେ ସେ ଡିଅର ଜିନ୍ଦେଗୀ, ଗଙ୍ଗୁବାଇ କାଠିଆୱାଡି, ଡାର୍ଲିଙ୍ଗ, ବ୍ରହ୍ମାସ୍ତ୍ର, ରକି ଔର ରାନୀ କି ପ୍ରେମ କାହାନୀ ଭଳି ଅନେକ ହିଟ ଫିଲ୍ମରେ କାମ କରିଛନ୍ତି।
ଆଜି ଆଲିଆ ଇଣ୍ଡଷ୍ଟ୍ରିରେ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ଅଟନ୍ତି।
ଆଲିଆ ଭଟ୍ଟ କେବଳ ଚଳଚ୍ଚିତ୍ରରୁ ନୁହଁ ବରଂ ସେ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରୁ ମଧ୍ୟ ଭଲ ରୋଜଗାର କରନ୍ତି।
ଆଲିଆ ଏକ ଚଳଚ୍ଚିତ୍ର ପାଇଁ 15 ରୁ 20 କୋଟି ଟଙ୍କା ଆଦାୟ କରୁଥିବା ବେଳେ ବିଜ୍ଞାପନ ପାଇଁ ସେ ପ୍ରାୟ 1-2 କୋଟି ଟଙ୍କା ଆଦାୟ କରନ୍ତି।
ଅଭିନେତ୍ରୀଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ପ୍ରାୟ 550 କୋଟି ଟଙ୍କା ହେବ ବୋଲି କୁହାଯାଉଛି।
ଆଲିଆ ରଣଭୀର କପୁରଙ୍କୁ ବିବାହ କରିଥିବା ବେଳେ ଉଭୟଙ୍କ ଝିଅ ରାହା ରହିଛନ୍ତି। ଯିଏ ବର୍ତ୍ତମାନ ନିଜ କ୍ୟୁଟନେସ ପାଇଁ ଚର୍ଚ୍ଚାରେ ରହିଛନ୍ତି।
ଆଲିଆ ୨୦୨୨, ଏପ୍ରିଲ ୧୪ରେ ଅଭିନେତା ରଣବୀରଙ୍କୁ ବିବାହ କରିଥିଲେ ଏବଂ ସେହିବର୍ଷ ନଭେମ୍ୱରରେ ରାହାଙ୍କ ପିତାମାତା ହୋଇଥିଲେ।

ABOUT THE AUTHOR

...view details