ହାଇଦ୍ରାବାଦ: ଇସ୍ରାଏଲ ଓ ହସାମ ମଧ୍ୟରେ ଚାଲିଥିବା ଯୁଦ୍ଧ କ୍ରମଶଃ ଉଗ୍ରରୂପ ଧାରଣ କରିବାରେ ଲାଗିଛି । ଗତବର୍ଷ ଅକ୍ଟୋବର 7ରୁ ପଶ୍ଚିମ ଏସିଆରେ ସଂଘର୍ଷ ଲାଗି ରହିଛି । ହମାସ, ହିଲବିଲ୍ଲାହ, ହାଉଥି, ଇରାକ, ସିରିୟା ସହ ଲଢୁଥିବା ବେଳେ ଏଥିରେ ଅନେକ ସଙ୍ଗଠନ ଯୋଡିବାରେ ଲାଗିଛନ୍ତି । ଗତବର୍ଷ 7 ଅକ୍ଟୋବରରେ ହମାସ ଇସ୍ରାଏଲ ନାଗରିକଙ୍କ ଉପରେ ଆକ୍ରମଣ ପରେ ଯୁଦ୍ଧ ସ୍ଥିତି ବଢିଯାଇଥିଲା । ପ୍ରଥମରୁ ଇସ୍ରାଏଲ ଗାଜାରେ ଥିବା ହମାସ ସହ ଲଢେଇ କରିବାକୁ ଚାହୁଥିଲା । ହେଲେ ହିଜବୁଲ୍ଲାର ସମର୍ଥନ ପରେ ଏହି ଯୁଦ୍ଧ ଲେବନାନକୁ ପ୍ରଶମିତ ହେଲା । ଇସ୍ରାଏଲ ଯୁଦ୍ଧ ବଢାଇବାକୁ ଚାହୁଁନଥିଲା, ନିମ୍ନ ସ୍ତରରେ ଏସବୁ ରହୁ ଚାହୁଁଥିଲା । କିନ୍ତୁ ଇରାନ ଏସବୁ ଶକ୍ତିଙ୍କୁ ଖୋଲା ସମର୍ଥନ ଦେବା ପରେ ଶେଷରେ ସଂଘର୍ଷ ବା ଯୁଦ୍ଧକୁ ବଢାଇବା ପାଇଁ ପରିସ୍ଥିତି ବାଧ୍ୟ କରିଥିଲା ଇସ୍ରାଏଲକୁ ।
ଚଳିତ ବର୍ଷ ଏପ୍ରିଲ 1ରେ, ଇରାନକୁ ଟାର୍ଗେଟ କରିଥିଲା ଇସ୍ରାଏଲ । ଯେଉଁଥିରେ ଇରାନର IRGC(ଇସଲାମିକ ରେଭ୍ୟୁଲୁସନାରି ଗାର୍ଡ ଫୋର୍ସ)ର 7 ଅଧିକାରୀଙ୍କ ମୃତ୍ୟୁ ହୋଇଥିଲା । ଜାହାର କଡା ଜବାବ ଦେବାକୁ ବାଧ୍ୟ ହେଲା ଇରାନ । ଯଦି ଇସ୍ରାଏଲର ଏପରି ଟାର୍ଗେଟକୁ ଅଣଦେଖା କରିଥାନ୍ତା ଇରାନ ତାହାଲେ ଇସ୍ରାଏଲ ଆତ୍ମଗର୍ବ ଆହୁରି ବଢିଯାଇଥାନ୍ତା । ଏଥିସହ ଇରାନ ବି ଛବି ସବୁଠି ମଳିନ ପଡିଥାନ୍ତା । ସଂଘର୍ଷ ଯଦି ଆହୁରି ଜଟିଳ ହୋଇଥାନ୍ତା ଆହୁରି ବଢିଥାନ୍ତା ।
କଡା ଜବାବ ଦେବାକୁ ଚାହୁଁଥିବା ଇରାନ ଗତ ଏପ୍ରିଲ 13ରେ ଇସ୍ରାଏଲ ଉପରେ 300ରୁ ଅଧିକ ମିସାଇଲ ଓ ଡ୍ରୋନ ଆକ୍ରମଣ କରିଥିଲା । କେବଳ ମିଲିଟାରି ବେସ୍ ଉପରେ ଆକ୍ରମଣ କରିଥିଲା ଇରାନ । ଉଦ୍ଦେଶ୍ୟ କେବଳ ଏହା ଥିବା ଯୁଦ୍ଧ ନବଢୁ । କିନ୍ତୁ ଇସ୍ରାଏଲ ଉପରେ ଚାପ ବଢୁ । ଏହି ମିସାଇଲ ଆକ୍ରମଣ କରି ଇରାନ ଏହା ସନ୍ଦେଶ ଦେବାକୁ ଚାହୁଁଥିଲା । ଯଦି ତା ଉପରେ ଆକ୍ରମଣ କରାଯାଏ ଇରାନ ଚୁପ ବସିବନି ତାହାର ଜବାବ ଦେବ ଆକ୍ରମଣ କରିବ । ତେବେ ମିସାଇଲ ଗୁଡିକୁ ଆକାଶରେ ଖସାଇ ଦିଆଯାଇଥିଲା । ଡ୍ରୋନ ଗୁଡିକୁ ନଷ୍ଟ କରିଦିଆଯାଇଥିଲା । ଏହା ପରେ ଇରାନର ଆକ୍ରମଣର ଜବାବ ଦେଇଥିଲା ଇସ୍ରାଏଲ । ଏପ୍ରିଲ 19ରେ ମିସାଇଲ ଆକ୍ରମଣ କରି ଇରାନର S-300 ମିସାଇଲ ପ୍ରଣାଳୀକୁ ଧ୍ବଂସ କରିଦେଇଥିଲା । ଏଥିରେ କେହି ମୃତହତ ହୋଇନଥିଲେ । ତେଲ ଆଭିଭର ଏହି ସନ୍ଦେହ ଥିଲା କି ଭବିଷ୍ୟତରେ ଇରାନର ଷ୍ଟାଟେଜିକ ପ୍ରତିଷ୍ଠାନ ଉପରେ ଆକ୍ରମଣ ହୋଇପାରେ । ଏହାର ଅନ୍ତ ହୋଇଥିଲା ।
ତେବେ ନିକଟରେ ଇସ୍ରାଏଲ ଲେବାନନ ଉପରେ ଜୋରଦାର ଆକ୍ରମଣ କରିଛି । ଯେଉଁଥିରେ ହମାସ ଓ ହିଜବୁଲର ଟପ୍ ନେତାଙ୍କୁ ହତ୍ୟା କରିଛି ଇସ୍ରାଏଲ । ଏହା ପରେ ପୁଣି ଇରାନ ଓ ଇସ୍ରାଏଲ ମଧ୍ୟରେ ବିବାଦ ବଢି ଯାଇଛି । ହମାସ ନେତା ଇସମାଇଲ ହାନିହେଙ୍କୁ ତେହରାନରେ ହତ୍ୟା କରାଗଲା । ସେ ସମୟରେ କୌଣସି ପ୍ରତିକ୍ରିୟା ରଖିନଥିଲା ଇରାନ । ସମ୍ଭବତଃ ଏହାକୁ ନେଇ ତେଲ ଅଭିଭର ମନୋବଳ ଆହୁରି ସୁଦୃଢ ହେଲା । ଇରାନର ବ୍ରିଗେଡିୟର ଜେନେରାଲ ଅବ୍ବାସ ନିଲଫୋରୁସାନଙ୍କ ସହ ହିଜବୁଲ୍ଲା ନେତା ନସରାହ୍ଲାରଙ୍କୁ ହତ୍ୟା ଓ ଲେବନାନରେ ଆକ୍ରମଣକୁ ନେଇ ବାଧ୍ୟ କଲା । ଫଳରେ ତେହରାନ ଚାପକୁ ପଳେଇ ଆସିଲା । କାର୍ଯ୍ୟାନୁଷ୍ଠାନ ନକରିବା ଅର୍ଥ ହିଜବୁଲ୍ଲା ଉପରେ ନିୟନ୍ତ୍ରଣ ନରଖିବା ।
ଲେବନାନ ଓ ଗାଜା ଉପରେ ଆକ୍ରମଣ ରୋକିବା ନେଇ ଚାଲିଥିବା ଶାନ୍ତି ଆଲୋଚନାରେ ଆମେରିକା ପକ୍ଷରୁ ଇସ୍ରାଏଲ ଉପରେ କୌଣସି ଚାପ ପକାଯାଇନଥିଲା । ଯାହା ସୂଚନା ରହିଛି, ଇସ୍ରାଏଲ ଓ ହିଜବୁଲ୍ଲା ଶାନ୍ତି ଆଲୋଚନା ନେଇ ନିକଟତର ଥିଲେ । ତେବେ ହିଜବୁଲ୍ଲା ଉପରେ ଆକ୍ରମଣ କରିବାରୁ ଇସ୍ରାଏଲକୁ ଅଟକା ଯାଇପାରିଥାନ୍ତା । କିନ୍ତୁ ଏବେ ଆଭିମୁଖ୍ୟ ସ୍ପଷ୍ଟ ଶାନ୍ତି ନୁହେଁ । ଏବେ ଇସ୍ରାଏଲକୁ ଆକ୍ରମଣ କରିବାକୁ ଅଟକା ଯାଉନାହିଁ । ଗତ 7 ଅକ୍ଟୋବର ଆକ୍ରମଣର ଜବାବ ଦେଉଛି ଇସ୍ରାଏଲ । ତେବେ ଇରାନକୁ ସଂଘର୍ଷକୁ ଆଗକୁ ବଢାଇବାରୁ ଅଟକା ଯାଉଛି ।
ଇସ୍ରାଏଲର ମିଲିଟାରୀ ଫୋର୍ସ ଉପରେ 200 ମିସାଇଲ ଆକ୍ରମଣ କରିଥିଲା । ଅଧିକାଶଂ ମିସାଇଲ ଆକାଶରୁ ଖସାଇ ନଷ୍ଟ କରି ଦିଆଯାଇଥିଲା । ଇସ୍ରାଏଲ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ମାଟି ଉପରେ କମ କ୍ଷତି ହୋଇଥିଲା । ତେହରାନ କହିଥିଲା କି ସଂଘର୍ଷକୁ ଆଗକୁ ବଢାଇବାକୁ କୌଣସି ଉଦ୍ଦେଶ୍ୟ ନାହିଁ । ଯେତେବେଳେ ଇସ୍ରାଏଲ ପ୍ରତି ଆକ୍ରମଣ କରିବ ସେତେବେଳେ ଜବାବ ଦେବ । କାରଣ ଇରାନ ଜାଣିଛି ଇସ୍ରାଏଲ ଠାରୁ ତାର ସୈନ୍ୟ ଶକ୍ତି ଦୁର୍ବଳ । ଏଥିସହ ପଶ୍ଚିମ ଶକ୍ତି ଗୁଡିକର ମଧ୍ୟ ସମର୍ଥନ ରହିଛି । ଇରାନ ପାଖରେ କେବଳ ଋଷ ଓ ଚୀନର ରାଜନୈତିକ ସମର୍ଥନ ରହିଛି ।