ହାଇଦ୍ରାବାଦ: ୟୁରୋପରେ ହେଉଥିବା ରଷ-ୟୁକ୍ରେନ ଯୁଦ୍ଧ ଏସିଆର ନିକଟତର ନହେଲେ ବି ଏହାର ପ୍ରଭାବ ପଡିବାରେ ଲାଗିଛି । ଋଷ ୟୁକ୍ରେନର ସବୁଠୁ ଶକ୍ତିଶାଳୀ ସହର ଖାରକିଭକୁ ଟାର୍ଗେଟ୍ କରିଛି । ଏପରିକି ଯୁଦ୍ଧ କ୍ଷେତ୍ରରେ ଋଷ ନିଜର ରଣନୀତିରେ ମଧ୍ୟ ସଫଳ ହେବାରେ ଲାଗିଛି । ତେବେ ଋଷ-ୟୁକ୍ରେନ ଯୁଦ୍ଧ ପୂର୍ବରୁ ଉଭୟ ଦେଶ ସହ ଭାରତର ବାଣିଜ୍ୟିକ ସମ୍ପର୍କ ଖୁବ ନୀବିଡ଼ ଥିଲା । ବର୍ତ୍ତମାନ ଜାରି ରହିଥିବା ଯୁଦ୍ଧ ସ୍ଥିତି ଯୋଗୁଁ ଦୁଇ ଦେଶକୁ ସପ୍ଲାଏ ହେବାରେ ବାଧା ସୃଷ୍ଟି ହୋଇଛି । ଯାହାକି ଭାରତର ଶକ୍ତି କ୍ଷେତ୍ରକୁ ପ୍ରଭାବିତ କରିବା ସହ ଖାଦ୍ୟ ଯୋଗାଣକୁ ମଧ୍ୟ ପ୍ରଭାବିତ କରିଛି । ଫଳରେ ଅଧିକାଂଶ ଦେଶ ଭଳି ଭାରତ ମଧ୍ୟ ପୁନଃବିଚାର କରିବାକୁ ବାଧ୍ୟ ହୋଇଛି । ଋଷ ଭାରତକୁ ଅନେକ ସମୟରେ ପ୍ରତିରକ୍ଷା କ୍ଷେତ୍ରରେ ସାହାଯ୍ୟ କରିଆସିଛି । ଏହା ଏକ ପ୍ରତିରକ୍ଷା ଯୋଗାଣକାରୀ ଦେଶ ହୋଇଥିବାବେଳେ ଋଷ ନିଜର ରଣନୀତିକୁ ଗୁରୁତ୍ବ ଦେଇ ଆସୁଛି ।
୨୦୨୨ ଫେବ୍ରୁଆରୀରୁ ଋଷରୁ ଭାରତକୁ ତେଲ ଆମଦାନୀ ଆଉ ଏକ ନିର୍ଭରଶୀଳତାକୁ ଦର୍ଶାଉଛି । ତେବେ ତୈଳଦରରେ ସ୍ଥିରତା ଯୋଗୁଁ ହିଁ ଏହା ଅନ୍ୟ ଦେଶମାନଙ୍କ ପାଇଁ ନିର୍ଭରଯୋଗ୍ୟ ହୋଇପାରିଛି । ଭୌଗଳିକ ଦୃଷ୍ଟିକୋଣରୁ ଋଷ-ୟୁକ୍ରେନ ଯୁଦ୍ଧ ହେଉଛି ଏକ ଶକ୍ତି ବିବାଦ । ଏହି ଯୁଦ୍ଧରେ ଚୀନ, ଇରାନ, ସିରିଆ, ଉତ୍ତର କୋରିଆ ଆଦି ମଧ୍ୟ ପ୍ରଭାବିତ ହୋଇଛନ୍ତି । ଏହି ସବୁ ଦେଶ ଗୋଟିଏ ପଟେ ଥିବାବେଳେ ପାଶ୍ଚାତ୍ୟ ଦେଶମାନେ ବିପକ୍ଷରେ ରହିଛନ୍ତି । ଏହି ଯୁଦ୍ଧରେ ନିରପେକ୍ଷ ଥିବା ଦେଶ ଗୁଡିକର ମଧ୍ୟ ଭିନ୍ନ ସ୍ଥାନ ରହିଛି । ଯାହାକି ଏକ ଗୁରୁତ୍ବପୂର୍ଣ୍ଣ ସମୀକରଣ ସୃଷ୍ଟି କରିଛି । ବିଶ୍ବକୁ ଏକ କ୍ରାନ୍ତିକାରୀ ପର୍ଯ୍ୟାୟ ଦେଇ ଗତି କରିବାକୁ ପଡିଛି । ଏକପାଖିଆ ସ୍ଥିତିରୁ ସାଂଗଠନିକ ବିରୋଧ ଦେଖିଛି ବିଶ୍ବ । ଋଷ-ୟୁକ୍ରେନ ଯୁଦ୍ଧ, ଇସ୍ରାଏଲ-ହମାସ ଯୁଦ୍ଧ ବହୁ ପ୍ରାକୃତିକ ସମ୍ପଦ ନଷ୍ଟ କରିଛି । ଏସବୁ ସତ୍ତ୍ବେ ଦେଶ ଦେଶ ମଧ୍ୟରେ ଥିବା ନିର୍ଭରଶୀଳତା ଅନ୍ୟ ଦେଶମାନଙ୍କ ସହ ସୁସମ୍ପର୍କ ସ୍ଥାପନ କରିବାକୁ ବାଧ୍ୟ କରିଛି । ଯେପରିକି ଚୀନ ନିଜର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଋଷିଆ ସହ ଉତ୍ତମ ସମ୍ପର୍କ ରଖି ଆସିଛି ।