ମେଷ:ଆଜି ଆପଣ ସୁନ୍ଦର ଜିନିଷ ଓ ବିଦେଶୀ କଳାକୃତିକୁ ପସନ୍ଦ କରିବେ । ଆପଣ ଏପରି ଜିନିଷ ସମ୍ପର୍କିତ ବ୍ୟବସାୟ କରିବା ପାଇଁ ମଧ୍ୟ ଗମ୍ଭୀରତାର ସହ ଭାବିପାରନ୍ତି । ଅବଶ୍ୟ ସେ ସମ୍ପର୍କରେ ଆପଣ କୌଣସି ଉପଯୁକ୍ତ ନିଷ୍ପତ୍ତିରେ ପହଞ୍ଚି ନ ପାରନ୍ତି । କିନ୍ତୁ, ଆଗକୁ ସେ ବିଷୟରେ ଭାବିବା ପାଇଁ ମନ ଖୋଲା ରଖିବାକୁ ନିଷ୍ପତ୍ତି ନେବେ । ଆପଣଙ୍କର ଅଯଥା ଖର୍ଚ୍ଚ ବଢିପାରେ । ଏହା ଆପଣଙ୍କ ପାଇଁ ଭଲ ହେବ ଯେ ଆପଣ ଆପଣଙ୍କ ସଂଚିତ ଧନକୁ ନିବେଶ କରିବା ପାଇଁ ଯୋଜନା ମୁତାବକ କରିବେ । ଆପଣ ସାହାଯ୍ୟ ପାଇବାର ସମ୍ଭାବନାରୁ ବଞ୍ଚିତ ହୋଇପାରନ୍ତି । ତେଣୁ ସତର୍କ ହେବେ ।
ବୃଷ:ଆଜି ଆପଣ କିଣା କିଣି କରିବା ସମୟରେ ଖର୍ଚ୍ଚ ଉପରେ ନିୟନ୍ତ୍ରଣ କରି ନ ପାରନ୍ତି । ଆପଣଙ୍କ ଉପରେ କେହି ପ୍ରଭତ୍ଵ ଦେଖାଇପାରିବେ ନାହିଁ ଓ ଯିଏ ଦେଖେଇବାକୁ ଚେଷ୍ଟା କରିବେ ତାଙ୍କୁ କେବଳ ଭଗବାନ ସାହା । ଆଜି ଆପଣ ବିପରୀତ ଲିଙ୍ଗର ବ୍ୟକ୍ତିଙ୍କ ପାଇଁ ଅଧିକ ଖର୍ଚ୍ଚାନ୍ତରେ ପଡିପାରନ୍ତି । ଗୋଟିଏ ଛୋଟ ଯାତ୍ରା ଆପଣଙ୍କୁ ଆନନ୍ଦ ଦେବ । ସ୍ୱଳ୍ପରେ କହିବାକୁ ହେଲେ, ଏହି ଦିନର ଆପଣଙ୍କର ସମସ୍ତ ଖୁସି ପୁରା କରିବ । ପରିବାର ଏବଂ ପ୍ରିୟଜନଙ୍କ ସହ ଆପଣ ଆଜିର ସନ୍ଧ୍ୟା ହସ ଉଲ୍ଲାସରେ ବିତାଇ ପାରନ୍ତି ।
ମିଥୁନ: ଆଜି, ସବୁ ସମୟରେ ଆପଣଙ୍କ ସମସ୍ୟାଗୁଡିକ ପାଇଁ ପ୍ରୋତ୍ସାହନ ଓ ସମର୍ଥନ ପାଇବାକୁ ଆଶା କରିପାରନ୍ତି । ଆପଣଙ୍କ ଅଧିକ ଗପିବାର ଏକ ଅଭ୍ୟାସ ଅଛି ଓ ଆପଣଙ୍କ ମତାମତ ଦ୍ଵାରା ଚାପ ହଟାଇବାର ଆପଣଙ୍କ କ୍ଷମତାର ଆଜି ପରୀକ୍ଷା ହେବ । ଖର୍ଚ୍ଚର ପରିମାଣ ବୃଦ୍ଧି ପାଇବ । ମାତ୍ର ବିଦ୍ୟାର୍ଥିମାନଙ୍କ ପାଇଁ ଆଜି ଦିନଟି ଶୁଭ ଅଟେ । ଜନସାଧାରଣଙ୍କ ସହ ମତପାର୍ଥକ୍ୟ ଦେଖାଦେଇପାରେ । ଯଦି ପାରନ୍ତି ସେମାନଙ୍କଠାରୁ ଦୂରେଇ ରୁହନ୍ତୁ । ଆପଣଙ୍କୁ ଅପମାନିତ କଲା ପରି ଘଟଣା ସୃଷ୍ଟି କରନ୍ତୁ ନାହିଁ ।
କର୍କଟ:ନକ୍ଷତ୍ର ପ୍ରଭାବରୁ ଆପଣଙ୍କ ମନ ବ୍ୟାକୁଳ ଏବଂ ଅସ୍ଥୀର ହୋଇପାରେ । ଆପଣ ଶାନ୍ତ ରହିବା ଆବଶ୍ୟକ, ନ ହେଲେ ଆପଣଙ୍କ ମାନସିକ ଅସ୍ଥିରତା ଯୋଗୁଁ ନିଷ୍ପତ୍ତି ନେବା କଷ୍ଟକର ହୋଇପଡିବ । ଅବଶ୍ୟ, ଆପଣ ଏହିପାଇଁ ନିରାଶ ଅନୁଭବ କରିପାରନ୍ତି । ଛୋଟ କଥାକୁ ବଡ କରି କୌଣସି ଲାଭ ହେବ ନାହିଁ । କୌଣସି ତୀର୍ଥସ୍ଥାନ ଦର୍ଶନ କରିବାକୁ ଯାଇପାରନ୍ତି କିମ୍ୱା ଛୋଟକାଟିଆ ଯାତ୍ରାକରି ଆନନ୍ଦ ଉପଯୋଗ କରିପାରନ୍ତି । ନିଜର ବନ୍ଧୁ ଓ ପରିବାର ସହ ମଉଜ ମଜଲିସ କରିପାରନ୍ତି । ବୃତ୍ତିଧାରୀଙ୍କ ପାଇଁ ହଠାତ ଅର୍ଥପ୍ରାପ୍ତି ଯୋଗ ଅଛି ।
ସିଂହ:ଲୋକମାନଙ୍କୁ ପ୍ରୋତ୍ସାହିତ କରିବାର ଗୋଟିଏ ଉପାୟ ହେଉଛି ନିଜେ କାମ କରି ଦେଖାଇବା; ଅନ୍ୟଟି ହେଉଛି କଥା ମାଧ୍ୟମରେ ତାହା କରିବା । ଉଭୟ ସମାନ ଭାବେ ପ୍ରଭାବଶାଳୀ ଅଟେ । ଭାଗ୍ୟର କିଛି ସାହାଯ୍ୟ ଦ୍ଵାରା ଆଜି ଆପଣଙ୍କ କାମ ଠାରୁ କହିବା କଥାର ଓଜନ ଅଧିକ ରହିବ ଯାହା ଦ୍ଵାରା ଆପଣ ନିଜ ଉପସ୍ଥାପନା ଦକ୍ଷତାର ଉଚିତ ବ୍ୟବହାର କରିବେ । ଶାରିରୀକ ସୁସ୍ଥତା ଅକ୍ଷୁର୍ଣ୍ଣ ରହିପାରେ । ଅର୍ଥଲାଭର ଶୁଭ ସୂଚନା ଅଛି । ମନ ସ୍ଥିର ଓ ଶାନ୍ତ ରହିବ । ମହିଳା ମାନଙ୍କଠାରୁ ଶୁଭେଚ୍ଛା ମିଳିବ । ନୂତନ କର୍ମର ଶୁଭାରମ୍ଭ ପାଇଁ ଆଜି ଦିନଟି ଅତ୍ୟନ୍ତ ଶୁଭଙ୍କର ।
କନ୍ୟା: ଆପଣଙ୍କ ଆଡକୁ ଆସୁଥିବା ଆର୍ଥିକ ଆହ୍ଵାନଗୁଡିକର ସମ୍ମୁଖୀନ ହେବାକୁ ଆପଣ ଭଲ ପାଆନ୍ତି, କାରଣ ସେଗୁଡିକ ଆପଣଙ୍କ ସଫଳତାର ଆଶାକୁ ବଢାଇଥାଏ । ଆପଣ ଅଭିନବ ଧାରଣା ମନରେ ଆଣିବେ ଓ ଆପଣଙ୍କ ସମସ୍ୟା ସମାଧାନର ପଦ୍ଧତି ମଧ୍ୟ ଅଧିକ ବିକଶିତ ହେବ । ଅର୍ଥ ଦେଣ ନେଣ କାରବାରରେ ସନ୍ତୁଷ୍ଟ ହେବେ । ହାନିକାରକ ଚିନ୍ତା ମନରୁ ଦୂର କରନ୍ତୁ । ଆପଣନିଜର ପ୍ରିୟଜନ ଓ ବନ୍ଧୁଙ୍କ ସହ ସାକ୍ଷାତ କରିବେ । ଅଳ୍ପଦିନ ପାଇଁ ପରିଭ୍ରମଣରେ ଯାଇପାରନ୍ତି ।