ଓଡିଶା

odisha

ETV Bharat / lifestyle

ରାଶିଫଳ: କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ ଏହି ରାଶିର ବ୍ୟକ୍ତି, ଏମାନେ ହେବେ ସୌଭାଗ୍ୟଶାଳୀ

ଆଜି ଆପଣଙ୍କ ଦିନ କେମିତି କଟିବ ? କେଉଁ ରାଶିର ବ୍ୟକ୍ତିଙ୍କ ବଢ଼ିବ ଖର୍ଚ୍ଚ ? କେଉଁମାନେ ରହିବେ ସତର୍କ ? ପଢ଼ନ୍ତୁ ଆଜିର ରାଶିଫଳ

ମଙ୍ଗଳବାର ରାଶିଫଳ
ମଙ୍ଗଳବାର ରାଶିଫଳ (ETV Bharat)

By ETV Bharat Odisha Team

Published : 4 hours ago

ମେଷ: ଆଜି ଆପଣ ସୁନ୍ଦର ଜିନିଷ ଓ ବିଦେଶୀ କଳାକୃତିକୁ ପସନ୍ଦ କରିବେ । ଆପଣ ଏପରି ଜିନିଷ ସମ୍ପର୍କିତ ବ୍ୟବସାୟ କରିବା ପାଇଁ ମଧ୍ୟ ଗମ୍ଭୀରତାର ସହ ଭାବିପାରନ୍ତି । ଅବଶ୍ୟ ସେ ସମ୍ପର୍କରେ ଆପଣ କୌଣସି ଉପଯୁକ୍ତ ନିଷ୍ପତ୍ତିରେ ପହଞ୍ଚି ନ ପାରନ୍ତି । କିନ୍ତୁ, ଆଗକୁ ସେ ବିଷୟରେ ଭାବିବା ପାଇଁ ମନ ଖୋଲା ରଖିବାକୁ ନିଷ୍ପତ୍ତି ନେବେ ।

ମଙ୍ଗଳବାର ରାଶିଫଳ (ARIES)

ବୃଷ: ଆଜି ଆପଣ କିଣାକିଣି କରିବା ସମୟରେ ଖର୍ଚ୍ଚ ଉପରେ ନିୟନ୍ତ୍ରଣ କରି ନ ପାରନ୍ତି । ଆପଣଙ୍କ ଉପରେ କେହି ପ୍ରଭୁତ୍ଵ ଦେଖାଇ ପାରିବେ ନାହିଁ । ଯଦି ବି କେହି ଚେଷ୍ଟା କରନ୍ତି ଶତଚେଷ୍ଟ ପରେ ମଧ୍ୟ ବିଫଳ ହେବେ । ଆଜି ଆପଣ ବିପରୀତ ଲିଙ୍ଗର ବ୍ୟକ୍ତିଙ୍କ ପାଇଁ ଅଧିକ ଖର୍ଚ୍ଚାନ୍ତରେ ପଡିପାରନ୍ତି ।

ମଙ୍ଗଳବାର ରାଶିଫଳ (TAURUS)

ମିଥୁନ: ଆଜି ଆପଣ କୌଣସି ନୈରାଶବାଦ ଚିନ୍ତାଧାରାକୁ ମୁଣ୍ଡରେ ନ ପୁରାଇ ଶାନ୍ତ ରୁହନ୍ତୁ । ଆଜି ଆପଣ କୌଣସି କଠିନ କାର୍ଯ୍ୟ ନକରି ବିଶ୍ରାମ ନିଅନ୍ତୁ । ନିଜ ଶରୀରକୁ କଷ୍ଟ ଦେଇ ବାହାରକୁ ଯାତ୍ରା କରନ୍ତୁ ନାହିଁ । ନିଜ ଶରୀରର ଯତ୍ନ ନେବା ଆପଣଙ୍କର ମୂଖ୍ୟ ଦାୟିତ୍ୱ । ଶାରୀରିକ ଅସୁସ୍ଥତା ଭୋଗିପାରନ୍ତି । ନିଜର ଖର୍ଚ୍ଚର ପରିମାଣକୁ ରୋକିବାକୁ ସତର୍କତା ଅବଲମ୍ଵନ କରନ୍ତୁ । ଅପରାହ୍ନରେ ନିଜକୁ ପଢାପଢିରେ ବ୍ୟସ୍ତ ରଖିବେ, କିମ୍ଵା ସୃଜନାତ୍ମକ କାର୍ଯ୍ୟକଳାପରେ ଲିପ୍ତ ରହିବେ ।

ମଙ୍ଗଳବାର ରାଶିଫଳ (GEMINI)

କର୍କଟ: ନକ୍ଷତ୍ର ପ୍ରଭାବରୁ ଆପଣଙ୍କ ମନ ବ୍ୟାକୁଳ ଏବଂ ଅସ୍ଥିର ହୋଇପାରେ । ଆପଣ ଶାନ୍ତ ରହିବା ଆବଶ୍ୟକ, ନ ହେଲେ ଆପଣଙ୍କ ମାନସିକ ଅସ୍ଥିରତା ଯୋଗୁଁ ନିଷ୍ପତ୍ତି ନେବା କଷ୍ଟକର ହୋଇପଡିବ । ଆପଣ ଏଥିପାଇଁ ନିରାଶ ଅନୁଭବ କରିପାରନ୍ତି । ଛୋଟ କଥାକୁ ବଡ କରି କୌଣସି ଲାଭ ହେବ ନାହିଁ । ତେଣୁ ଯୁକ୍ତିତର୍କ ଠାରୁ ଯଥେଷ୍ଟ ଦୂରରେ ରୁହନ୍ତୁ ।

ମଙ୍ଗଳବାର ରାଶିଫଳ (CANCER)

ସିଂହ: ଆଜି ଆପଣ ଗଭୀର ଚିନ୍ତାକରି ବ୍ୟବସାୟକୁ ସଂପ୍ରସାରିତ କରିବାକୁ ଇଚ୍ଛା କରିପାରନ୍ତି । ଅର୍ଥପ୍ରାପ୍ତି ହେବାର ଯଥେଷ୍ଟ ସମ୍ଭାବନା ଅଛି । ଆଜି ଆପଣ ଖର୍ଚ୍ଚ କରିଥିବା ଟଙ୍କା ଠିକ୍‍ କାମରେ ବ୍ୟୟିତ ହୋଇଛି ବୋଲି ଆତ୍ମସନ୍ତୋଷ ଲାଭ କରିବେ । କୌଣସି ନୂତନ ଯୋଜନା କରନ୍ତୁ ନାହିଁ । ଆଜି ଯୁକ୍ତିତର୍କ ନକରିବା ଭଲ । ଆଇନ ସମ୍ବନ୍ଧୀୟ କାର୍ଯ୍ୟ ଠାରୁ ଦୂରେଇ ରୁହନ୍ତୁ । ବ୍ୟବସାୟରେ ଆପଣଙ୍କର ଅଂଶୀଦାରମାନଙ୍କ ଠାରୁ ଅଲଗା ହେବା, ଟଙ୍କା ପଇସା ଭାଗ ବଣ୍ଟା ହେବା କିମ୍ଵା ନୂତନ ଯୋଜନା ଆରମ୍ଭ କରିବାକୁ ଚିନ୍ତା କରିବେ ।

ମଙ୍ଗଳବାର ରାଶିଫଳ (LEO)

କନ୍ୟା: ଆଜି ଦିନଟିରେ ଆପଣ କୌଣସି ଅସୁବିଧାର ସମ୍ମୁଖୀନ ନହୋଇ ଶାନ୍ତିରେ ଦିନ କାଟିବେ । ଆଜି ଆପଣଙ୍କର ବାହାଘର କିମ୍ଵା କୌଣସି ସମ୍ପର୍କୀୟଙ୍କ ବାହାଘର ପାଇଁ ଜିନିଷପତ୍ର କିଣାକିଣିରେ ସମୟ କାଟିବେ । ଆଜି ଦିନଟି ବ୍ୟବସାୟରେ ପ୍ରଚୁର ଅର୍ଥଲାଭ ହୋଇପାରେ । ଆପଣ ନିଜ କାର୍ଯ୍ୟସ୍ଥଳରେ ସହକର୍ମୀମାନଙ୍କ ସହଯୋଗ ପାଇ ନିଜକୁ ସୌଭାଗ୍ୟଶାଳୀ ମନେ କରିବେ । ପାରିବାରିକ ଜୀବନ ତଥା ବନ୍ଧୁଜନଙ୍କ ସହ ସମ୍ପର୍କ ମଧୁର ହେବ । ଶାରୀରିକ ସୁସ୍ଥତା ବଜାୟ ରହିବ । କର୍ମଚଞ୍ଚଳ ହେବେ । ଯାତ୍ରା କରିବାର ଯୋଗ ରହିଛି ।

ମଙ୍ଗଳବାର ରାଶିଫଳ (VIRGO)

ତୁଳା:ଅଯଥା କଥା ବିଷୟରେ ଆପଣ କୌଣସି ଚିନ୍ତା ନ କରିବା ଆପଣଙ୍କ ପାଇଁ ଶୁଭ ହେବ । ଛୋଟ ଛୋଟ ବିଷୟକୁ ନିଜ ଉପରେ ପ୍ରଭାବୀ ହେବାକୁ ଦିଅନ୍ତୁ ନାହିଁ । କାର୍ଯ୍ୟସ୍ଥଳରେ ଆପଣ ଆପଣଙ୍କ ତଳେ ଥିବା କର୍ମଚାରୀମାନଙ୍କ ଠାରୁ ଚାପରେ ରହିପାରନ୍ତି । ପରିଶ୍ରମ ଅନୁସାରେ ଫଳ ମିଳିବ । ଆର୍ଥିକ ସ୍ଥିତିରେ ବିଶେଷ ପରିବର୍ତ୍ତନ ହେବାର ନାହିଁ ।

ମଙ୍ଗଳବାର ରାଶିଫଳ (LIBRA)

ବିଛା: ଆଜି ନିଜର କ୍ରୋଧକୁ ଲଗାମ ଦେବାକୁ ଭୁଲନ୍ତୁ ନାହିଁ । ଏହାର କୁପ୍ରଭାବ ସବୁକ୍ଷେତ୍ରରେ ଆପଣଙ୍କୁ ଅପଦସ୍ତ କରାଇବ । ଏପରିକି ଘରର ସଦସ୍ୟଙ୍କ ସହ ପାଟିତୁଣ୍ଡ ହୋଇ ସେମାନେ ଆପଣଙ୍କୁ ହେୟଜ୍ଞାନ କରିବେ । ଆପଣଙ୍କର ଦୃଢ ଅଟଳ ପ୍ରକୃତି ଆପଣଙ୍କୁ ବହୁ ଅସୁବିଧାରେ ପକାଇବ । ପ୍ରଥମେ ଆପଣ ରାଗିଯିବେ, ମାତ୍ର ପଛରେ ଅନୁତାପ କରିପାରନ୍ତି ତେଣୁ ଶାନ୍ତ ରୁହନ୍ତୁ । ମନରେ ଦୁଃଶ୍ଚିନ୍ତା ଭର୍ତ୍ତିକଲେ ଏହାର କୁପ୍ରଭାବ ଶରୀର ଉପରେ ପଡିବ । ଛାତ୍ରଛାତ୍ରୀମାନେ ନିଜପାଠ ପଢା ପ୍ରତି ଅନାଗ୍ରହ ପ୍ରକାଶ କରିବେ ।

ମଙ୍ଗଳବାର ରାଶିଫଳ (SCORPIO)

ଧନୁ:କଥାରେ ନ କହି କାର୍ଯ୍ୟରେ ପରିଣତ କରିବା ସବୁଠି ଭଲ, ଏହା କେଵଳ ଆଜି ପାଇଁ ନୁହେଁ ସବୁଦିନ ପାଇଁ ପ୍ରଜୁର୍ଯ୍ୟ । ଆପଣଙ୍କ କାର୍ଯ୍ୟଶକ୍ତିକୁ ପ୍ରଦର୍ଶିତ କରିବାର ସୁଯୋଗ ପ୍ରଦାନ କରନ୍ତୁ । ଆପଣ ନିଜର ଗତିବିଧି ଦ୍ୱାରା ନିଜର ଵ୍ୟକ୍ତିତ୍ୱ ଉନ୍ନତି ସାଧନ କରିବା ପାଇଁ ଚେଷ୍ଟା କରିବେ ଓ ଆପଣଙ୍କର ସ୍ୱପ୍ନର ଘରକୁ ତୋଳିବା ପାଇଁ ଅନ୍ୟମାନେ ଉତ୍ସାହ ପ୍ରଦାନ କରିବେ ।

ମଙ୍ଗଳବାର ରାଶିଫଳ (SAGITTARIUS)

ମକର: ନିଜ କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ । ଜଟିଳତା ମଧ୍ୟରେ ଗତି କରିବେ ଏବଂ ଦିନର ମୁଖ୍ୟ ସମୟ ଯାହାକି କ୍ରୋଧ ଓ ଆର୍ଥିକ କ୍ଷତିରେ ପହଞ୍ଚାଇବ । ଅନେକ କାରଣରୁ ନିଜ ବନ୍ଧୁଙ୍କ ସହିତ କଳହ ହୋଇପାରେ । ସମସ୍ୟା ବିଚାରାଳୟକୁ ଯାଇପାରେ । ଜନସାଧାରଣଙ୍କ କଟୁ ମାନସିକ ଅସ୍ଥିରତା ହୋଇପାରେ କିନ୍ତୁ ଏହାକୁ ସରଳ ଭାବରେ ନିଅନ୍ତୁ ।

ମଙ୍ଗଳବାର ରାଶିଫଳ (CAPRICORN)

କୁମ୍ଭ: ନୂଆ ପ୍ରକଳ୍ପରେ କାମ କରିବା ଏବଂ ଭ୍ରମଣ କରିବା ଏଡାନ୍ତୁ । ଆପଣ ଦିନସାରା ହତାସ ଏବଂ ବ୍ୟାକୁଳ ରହିପାରନ୍ତି । ସବୁଠାରୁ ଉତ୍ତମ ହେଉଛି ଆପଣଙ୍କୁ ଉଷୁକାଉଥିବା ବ୍ୟକ୍ତିଙ୍କ ପ୍ରକୃତ ଉଦ୍ଦେଶ୍ୟ ଜାଣିବା ପାଇଁ ଚେଷ୍ଟା କରନ୍ତୁ । ଆଜି, ଆପଣଙ୍କ ପାଇଁ ସବୁଠାରୁ ଭଲ ଜିନିଷ ହେଉଛି ଆପଣ ନିଜର ସୃଜନଶୀଳ ଗୁଣ ବ୍ୟବହାର କରି ଏକ ସୁନ୍ଦର କଳା ପ୍ରସ୍ତୁତ କରିବେ । ଆପଣ ନିଜର ବନ୍ଧୁ ଓ ପରିବାରର ସଦସ୍ୟଙ୍କ ସହ ରାତ୍ର ଭୋଜନକୁ ଖୁସି ମନରେ ଉପଭୋଗ କରିବେ ।

ମଙ୍ଗଳବାର ରାଶିଫଳ (AQUARIUS)

ମୀନ: ପ୍ରତ୍ୟେକ କ୍ଷେତ୍ରରେ ଆଜି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଫଳରେ ଆପଣଙ୍କ ମନୋବଳ ଦିନସାରା କମ୍‌ ରହିବ । ଆପଣଙ୍କ ସ୍ୱାସ୍ଥ୍ୟ ଏବଂ ସମ୍ପତ୍ତି ସମ୍ବନ୍ଧୀୟ କ୍ଷତିଗ୍ରସ୍ତ ହୋଇପାରେ । ତେଣୁ ଅତ୍ୟନ୍ତ ଶାନ୍ତ ଏବଂ ନିରବରେ ଏହି ଦିନ କାଟିବା ପାଇଁ ଚେଷ୍ଟା କରନ୍ତୁ । ଆପଣ ନିଜ କଥାବାର୍ତ୍ତାରେ ନିୟନ୍ତ୍ରଣ ରଖିବା ଉଚିତ, ବିଶେଷ ଭାବରେ ଯେତେବେଳେ ମହିଳାମାନଙ୍କ ସହିତ ମିଳାମିଶା କରୁଛନ୍ତି, ସେମାନଙ୍କ ପ୍ରତି ବିରକ୍ତିଭାବ କିମ୍ବା ପ୍ରତିଶୋଧ ପରାୟଣ ହେଲେ ଆପଣ ଅସୁବିଧାରେ ପଡିପାରନ୍ତି ।

ମଙ୍ଗଳବାର ରାଶିଫଳ (PISCES)

ABOUT THE AUTHOR

...view details