ଆଜିର ବ୍ୟସ୍ତବହୁଳ ଜୀବନରେ ଅନେକ ଲୋକ ମାନସିକ ଚାପଗ୍ରସ୍ତ ରହୁଛନ୍ତି । ଏହି ଚାପରୁ ସମ୍ପୂର୍ଣ୍ଣ ମୁକ୍ତ ହେବା ସମ୍ଭବ ନୁହେଁ । କିନ୍ତୁ ଏହି ମାନସିକ ଚାପ ଅଧିକ ବଢିଲେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର କାରଣ ହୋଇଥାଏ । ତେଣୁ ଏହାକୁ କମ୍ କରିବାକୁ ହେଲେ ଖାଦ୍ୟଭ୍ୟାସ ଓ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ଜରୁରୀ । ବିଶେଷଜ୍ଞଙ୍କ ଅନୁସାରେ, ଗୋଲାପ ପାଖୁଡାର ଚା' ସେବନ କଲେ ଏହି ଚାପ କେତେକାଂଶରେ କମ୍ ହୋଇପାରେ ।
ଗୋଲାପ ପାଖୁଡାରେ ଭରପୂର ଭିଟାମିନ ଥାଏ । ବିଶେଷଜ୍ଞଙ୍କ କହିବା କଥା, ଏଥିରେ ଥିବା ଭିଟାମିନ ସି, ଫେନୋଲିକ ଯୌଗିକ, କ୍ୟାରୋଟିନାଏଡ, ଟୋକୋଫେରୋଲ, ବାୟୋଫ୍ଲାଭୋନଏଡ, ଟାନିନ୍, ପେକଟିନ ଭଳି ତତ୍ତ୍ବ ରହିଛି, ଯାହା ମାନସିକ ଚାପ ହ୍ରାସ କରିବାରେ ପ୍ରଭାବଶାଳୀ । ଏନେଇ ନ୍ୟାସଲାନ ଲାଇବ୍ରେରୀ ଅଫ ମେଡିସିନ ବିଶେଷଜ୍ଞର ଏକ ଟିମ୍ ଜଣାଇଛନ୍ତି ।
ଗୋପାଲ ଚା' ପାଇଁ ଆବଶ୍ୟକୀୟ ସାମଗ୍ରୀ
- କ୍ଷୀର- 3 କପ୍
- ଚା' ପତି- 3 ଚାମଚ
- ଚିନି- 3 ଚାମଚ
- ଗୁଜୁରାତି- 3ଟି
- ଅନାସି ଫୁଲ- ଗୋଟିଏ
- କାଜୁ-10
- ବାଦାମ- 10
- ଗୋପାଲ ପାଖୁଡା ପେଷ୍ଟ -ଦୁଇ ଚାମଚ
- ପାଣି- 2 କପ୍
ଗୋଲାପ ଚା ପ୍ରସ୍ତୁତି ପ୍ରଣାଳୀ:
- ପ୍ରଥମେ ପୂର୍ବରୁ ପାଣି ଭିଜା ଯାଇଥିବା କାଜୁ ଓ ପିସ୍ତାବଦାମକୁ ଗ୍ରାଇଣ୍ଡ କରି ପେଷ୍ଟ ବନାନ୍ତୁ ।
- ଏବେ ଗ୍ୟାସରେ ଏକ ପାତ୍ର ବସାଇ ଦୁଇ ଗ୍ଲାସ ପାଣି ଗରମ କରନ୍ତୁ ।
- ଏଥିରେ ଚା' ପତି, ଗୋଲାପ ପାଖୁଡା ପେଷ୍ଟ, ଗୁଜୁରାତି ମିଶାଇ ଭଲ ଭାବେ ଫୁଟାନ୍ତୁ ।
- ଏହି କାଢାକୁ ଏକ ପାତ୍ରକୁ ଛାଣି ରଖନ୍ତୁ ।
- ବର୍ତ୍ତମାନ ଆଉ ଏକ ପାତ୍ରରେ କ୍ଷୀର ଗରମ କରନ୍ତୁ । ଏଥିରେ ଚିନି ମିଶାନ୍ତୁ ।
- କ୍ଷୀର ଫୁଟିଲେ ଏଥିରେ କାଜୁ ବାଦାମ ପେଷ୍ଟ ମିଶାଇ ଭଲ ଭାବେ ଗୋଳାନ୍ତୁ ।
- ଆଉ 2-3 ମିନିଟ୍ କ୍ଷୀର ଫୁଟିଲା ପରେ ଏଥିରେ ପୂର୍ବରୁ ପ୍ରସ୍ତୁ କରାଯାଇଥିବା କାଢା ମିଶାଇ ଗୋଳାନ୍ତୁ ଏବଂ 5 ମିନିଟ୍ ଫୁଟିବାକୁ ଛାଡନ୍ତୁ ।
- 5 ମିନିଟ୍ ପରେ ଗ୍ୟାସ୍ ବନ୍ଦ କରିଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ଗୋଲାପ ଚା' । ଏକ ଗ୍ଲାସରେ ଏହି ଚା'କୁ ଛାଣି ପିଅନ୍ତୁ ।