ଓଡିଶା

odisha

ETV Bharat / international

ମଧ୍ୟରାତ୍ରରେ ଜଳିଲା ହୋଟେଲ: ୭୬ ମୃତ, ଦିନିକିଆ ରାଷ୍ଟ୍ରୀୟ ଶୋକ ଘୋଷଣା - TURKEY SKI RESORT FIRE

ତୁର୍କୀ ସ୍କି ରିସୋର୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ୭୬ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା, ଦିନିକିଆ ରାଷ୍ଟ୍ରୀୟ ଶୋକ ଘୋଷଣା କଲେ ରାଷ୍ଟ୍ରପତି ।

Turkey Ski resort fire
Turkey Ski resort fire (AP)

By ETV Bharat Odisha Team

Published : Jan 22, 2025, 8:59 AM IST

ଅଙ୍କରା:ଉତ୍ତର ପଶ୍ଚିମ ତୁର୍କୀର ସ୍କି ରିସୋର୍ଟର ଏକ ୧୨ ମହଲା ବିଶିଷ୍ଟ ହୋଟେଲର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏଥିରେ ଏବେ ସୁଦ୍ଧା ୭୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୧ ଜଣ ଆହତ ହୋଇଛନ୍ତି । ତେବେ ମଧ୍ୟରାତ୍ରିରେ ସମସ୍ତେ ଶୋଇଥିବା ସମୟରେ ଏହି ଅଘଟଣ ଘଟିଛି । ତୁର୍କୀର ଗୃହମନ୍ତ୍ରୀ ଅଲି ୟେରଲିକାୟା ଏନେଇ ସୂଚନା ଦେଇଛନ୍ତି । ଏହି ଅଘଟଣର ଯାଞ୍ଚ ପାଇଁ ଲୋକମାନଙ୍କୁ ପଚରାଉଚରା ଜାରି ରହିଛି ।

ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ:

ଇସ୍ତାନବୁଲରୁ ପାଖାପାଖି ୩୦୦ କିଲୋମିଟର ପୂର୍ବ ବୋଲୁ ରାଜ୍ୟର କୋରୋଲ୍ଗୁ ପାହାଡରେ ଅବସ୍ଥିତ ସ୍କି ରିସୋର୍ଟର ଏହି ହୋଟେଲରେ ଶୀତକାଳୀନ ଅବକାଶ ଆରମ୍ଭ ହୋଇଥିବାରୁ ଅଧିକ ପର୍ଯ୍ୟଟକ ରହିଥିଲେ । ଏହି ହୋଟେଲରେ ୨୩୮ ଅତିଥି ରହିଥିଲେ । ମଙ୍ଗଳବାର ଭୋର ୩.୨୭ ପାଖାପାଖି ନିଆଁ ଲାଗିଥିବା ବେଳେ ଏହି ସମୟରେ ସମସ୍ତେ ଶୋଇଥିଲେ । ନିଆଁ କବଳରୁ ବଞ୍ଚିବା ପାଇଁ କିଛି ଲୋକ ହୋଟେଲର ଝରକା ପଟୁ ତଳକୁ ଡେଇଁ ପଡିଥିଲେ । ଝରକାରୁ ତଳକୁ ଡେଇଁ ୨ ଜଣଙ୍କ ମୃତ୍ୟୁ ଘଟିଛି ।

Turkey Ski resort fire (AP)

ପ୍ରାଣ ବିକଳରେ ଝରକାରୁ ତଳକୁ ଡେଇଁ ପଡିଲେ ଲୋକେ:

ଗୃହମନ୍ତ୍ରଣାଳୟ ଅଲି ୟେରଲିକାୟା ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଯାଞ୍ଚ କରିବା ସହ କହିଛନ୍ତି, "ଏହି ଘଟଣା ବେଶ ଦୁଃଖଦାୟକ । ପ୍ରତ୍ୟକ୍ଷଦର୍ଶୀମାନଙ୍କ କହିବାନୁଯାୟୀ, ଏହି ଅଗ୍ନିକାଣ୍ଡ କାରଣରୁ ହୋଟେଲରେ ଆତଙ୍କ ଖେଳିଯାଇଥିଲା । ଲୋକମାନେ ନିଆଁ କବଳରୁ ବଞ୍ଚିବା ପାଇଁ ଏଣେତେଣେ ଧାଁ ଦୌଡ କରିଥିଲେ । ଏହି ସମୟରେ ଅନେକ ଲୋକେ କମ୍ବଳ କିମ୍ବା ଚାଦର ଘୋଡାଇ ହୋଇ ତଳକୁ ଆସିବାକୁ ଚେଷ୍ଟା କରୁଥିବା ବେଳେ ଅନେକ ଜଳିଯାଇଥିଲେ । ପୁରା ହୋଟେଲ ଧୁଆଁମୟ ହୋଇଯାଇଥିଲା । ଯେଉଁଥିପାଇଁ ଲୋକମାନଙ୍କୁ ରାସ୍ତା ପାଇବାରେ ମଧ୍ୟ ଅସୁବିଧା ହୋଇଥିଲା । ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତକୁ ଛଡା ଯିବ ନାହିଁ ।"

Turkey Ski resort fire (AP)

ଅଗ୍ନିକାଣ୍ଡରେ ୭୬ମୃତ:

ଏହି ଅଘଟଣରେ ମୃତ୍ୟୁ ସଂଖ୍ୟା ୭୬ ଛୁଇଁଥିବା ବେଳେ ଆହତଙ୍କ ସଂଖ୍ୟା ୫୧ ରହିଛି । କିଛି ଲୋକଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ଆଗକୁ ବଢିପାରେ ବୋଲି ଆଶଙ୍କା କରାଯାଉଛି । ମୃତକଙ୍କ ମଧ୍ୟରୁ ୪୫ ଜଣଙ୍କ ପରିଚୟ ମିଳିପାରିଥିବା ବେଳେ ଅନ୍ୟମାନଙ୍କ ପରିଚୟ ମିଳିପାରିନାହିଁ । ତୁର୍କୀ ସରକାର ଏକ ଟିମ ଗଠନ କରି ଏହି ଅଘଟଣର ଯାଞ୍ଚ ଜାରି ରଖିଛନ୍ତି । କୁହାଯାଉଛି ଯେ ଏହି ଅଗ୍ନିକାଣ୍ଡ ହୋଟେଲର ରେସ୍ତୋରାଁ ସେକ୍ସନରୁ ଲାଗିଥିଲା । ହୋଟେଲ ମାଲିକ ସମେତ ପାଖାପାଖି ୪ ଜଣଙ୍କୁ ଜେରା କରାଯାଇଛି ।

ଏହାମଧ୍ୟ ପଢନ୍ତୁ...

ଲସ୍ ଆଞ୍ଜେଲସରେ ଜଳୁଛି ଜଙ୍ଗଲ; ଘର ଛାଡିଲେ ସେଲିବ୍ରିଟି, ଚିନ୍ତାପ୍ରକଟ କଲେ ପ୍ରିୟଙ୍କା

ଜଳୁଛି ଲସ ଏଞ୍ଜେଲେସ: ଗଲାଣି 24 ଜୀବନ, ପବନ ସାଜୁଛି କାଳ

ଅବତରଣବେଳେ ଜଳିଗଲା ବିମାନ, ମୃତ୍ୟୁ ସଂଖ୍ୟା 100 ପାର୍

ତୁର୍କୀରେ ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳନ:

ଅନ୍ୟପଟେ ତୁର୍କୀ ରାଷ୍ଟ୍ରପତି ରେସେପ ତାୟିପ ଦିନିକିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି । ଯାହା ବୁଧବାର ଦିନ ପାଳନ କରାଯାଇଛି । ଆଜି ସମସ୍ତ ସରକାରା ଦପ୍ତରରେ ଓ ବିଦେଶରେ ତୁର୍କୀର ରାଜନୈତିକ ମିଶନରେ ଉଡୁଥିବା ସମସ୍ତ ପତାକା ଅର୍ଦ୍ଧନମିତ ରହିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details