ଢାକା:ବାଂଲାଦେଶରେ ଜାରି ରହିଥିବା ହିଂସାତ୍ମକ ସ୍ଥିତି ଓ ରାଜନୈତିକ ଅସ୍ଥିରତା ମଧ୍ୟରେ ଗଠନ ହୋଇଛି ଅନ୍ତରୀଣ ସରକାର । ଏହି ସରକାରର ନେତୃତ୍ବ ନେବେ ନୋବେଲ ଶାନ୍ତି ପୁରସ୍କାର ବିଜେତା ମହମ୍ମଦ ୟୁନୁସ । ମଙ୍ଗଳବାର ବାଂଲାଦେଶ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଧିନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗୁରୁତ୍ବପୂର୍ଣ୍ଣ ବୈଠକରେ ଅନ୍ତରୀଣ ସରକାର ଚଳାଇବା ପାଇଁ ୟୁନୁସଙ୍କୁ ମନୋନୀତ କରାଯାଇଛି । ୟୁନୁସ ହେଉଛନ୍ତି ଶେଖ୍ ହସିନାଙ୍କ ବଡ଼ ସମାଲୋଚକ । ଦିନକ ପୂର୍ବରୁ ବାଂଲାଦେଶର ଆନ୍ଦୋଳନ ଘଟଣାରେ ସେ ଭାରତର ଆଭିମୁଖ୍ୟକୁ ସମାଲୋଚନା କରିଥିଲେ ।
ମହମ୍ମଦ ୟୁନୁସ୍ ଅନ୍ତରୀଣ ସରକାର ମୁଖ୍ୟ:
ଗରିବୀ ବିରୋଧରେ ଲଢେଇ ପାଇଁ 'ଗରିବଙ୍କ ବ୍ୟାଙ୍କର' ଭାବେ ଜଣାଶୁଣା ମହମ୍ମଦ ୟୁନୁସ ଅନ୍ତରୀଣ ସରକାରର ମୁଖ୍ୟ ପରାମର୍ଶଦାତା ଭାବେ ଆନ୍ଦୋଳନକାରୀ ଛାତ୍ରଙ୍କ ପ୍ରଥମ ପସନ୍ଦ ଥିଲେ । ଅନ୍ତରୀଣ ସରକାରର ନେତୃତ୍ବ ନେବାକୁ ୟୁନୁସଙ୍କୁ ନେତା ଭାବେ ମନୋନୀତ କରିବାକୁ ଆନ୍ଦୋଳନକାରୀ ଛାତ୍ରମାନେ ପ୍ରସ୍ତାବ ଦେଇଥିଲେ । ରାଷ୍ଟ୍ରପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ପ୍ରସ୍ତାବକୁ ଗ୍ରହଣ କରାଯାଇଛି । ଏହି ବୈଠକରେ ସଂରକ୍ଷଣ ବିରୋଧୀ ଆନ୍ଦୋଳନର ଛାତ୍ର ନେତାଙ୍କ ସମେତ ତିନି ସେନାର ମୁଖ୍ୟ ଉପସ୍ଥିତ ରହିଥିଲେ ।
ବୈଠକ ପରେ ମିଡିଆ ଆଗରେ ଛାତ୍ର ନେତାମାନେ କହିଥିଲେ, ମହମ୍ମଦ ୟୁନୁସଙ୍କ ନେତୃତ୍ବରେ ଶୀଘ୍ର ଅନ୍ତରୀଣ ସରକାର ଗଠନ କରାଯିବ । ଏହି ସରକାରର ଅଂଶ ହେବାକୁ ଥିବା ଆଉ ୧୦ରୁ ୧୪ ଜଣ ପ୍ରମୁଖ ବ୍ୟକ୍ତିବିଶେଷଙ୍କ ଏକ ତାଲିକା ସେମାନେ ଦାଖଲ କରିଛନ୍ତି ।
ଭାରତକୁ ୟୁନୁସ୍ଙ୍କ ସମାଲୋଚନା: