ୱାଶିଂଟନ:ଆମେରିକାରେ ମାଡ଼ିଚାଲିଛି ଫଙ୍ଗାଲ୍ ଇନଫେକ୍ସନ 'କ୍ୟାନଡିଡା ଆରିସ' । ୱାଶିଂଟନରେ ୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି । ଏହି ସଂକ୍ରମଣ ଘାତକ ରୂପକ ନେଇପାରେ ବୋଲି ଡାକ୍ତର ଚେତାବନୀ ଦେଇଛନ୍ତି । ଜଣେ ରୋଗୀଠାରୁ ଅନ୍ୟ ଜଣେ ରୋଗୀକୁ ସହଜରେ ହେଉଛି ସଂକ୍ରମଣ । ଯାହାକି ବର୍ତ୍ତମାନ ଦେଶ ପାଇଁ ଚିନ୍ତାର ବିଷୟ ପାଲଟିଛି ।
ଡାକ୍ତରଙ୍କ କହିବା ଅନୁସାରେ, ଏହି ରୋଗ ଅତି ସହଜରେ ଜଣେ ରୋଗୀ ନିକଟରୁ ଅନ୍ୟ ଜଣଙ୍କୁ ସଂକ୍ରମଣ ହୋଇଥାଏ । ମୁଖ୍ୟତଃ ଏହା ହସ୍ପିଟାଲଗୁଡ଼ିକରେ ଅଧିକ ମାତ୍ରାରେ ବ୍ୟାପିଥାଏ । ଅନେକ ସମୟରେ ସଂକ୍ରମଣର ଶିକାର ହୋଇଥିବା ବ୍ୟକ୍ତି ଏ ବିଷୟରେ ଜାଣିପାରନ୍ତି ନାହିଁ । ପରବର୍ତ୍ତୀ ସମୟରେ ଇନଫେକ୍ସନ ବଢିଯାଏ । ତେବେ ରୋଗ ସଂକ୍ରମଣ ହେବା ମାତ୍ରେ ତୁରନ୍ତ ଲକ୍ଷଣ ଦେଖାଯାଏ ନାହିଁ ବୋଲି କହିଛନ୍ତି ଡାକ୍ତର । ଏଥିପାଇଁ 'କ୍ୟାନଡିଡା ଔରିସ'କୁ ସାଇଲେଣ୍ଟ କିଲର ବୋଲି ମଧ୍ୟ କୁହାଯାଏ । ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ (CDC)ର ତଥ୍ୟ ଅନୁସାରେ, ଏହି କବକ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗକୁ କ୍ଷତି ପହଞ୍ଚାଇଥାଏ । କ୍ଷତ ହୋଇଥିବା ସ୍ଥାନରେ କିମ୍ବା କାନରେ ବ୍ୟାକ୍ଟେରିଆଲ ଇନଫେକ୍ସନ ହୋଇଥାଏ । ଯାହାକି ସଂକ୍ରମଣ ହେବାର ଏକପ୍ରକାର ଲକ୍ଷଣ ବୋଲି ଡାକ୍ତରମାନେ କହିଛନ୍ତି ।