ୱାସିଂଟନ: ଆମେରିକାର ଜର୍ଜିଆ ହାଇସ୍କୁଲରେ ଗୁଳିକାଣ୍ଡ । ଗୁଳିମାଡ଼ରେ ୪ ଜଣ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏହାସହ ପାଖାପାଖି ୯ ଜଣ ଗୁରୁତର ଥିବା କୁହାଯାଉଛି । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୁଳିକାଣ୍ଡ ଭିଆଇଥିବା ସନ୍ଦିଗ୍ଧ ନାବାଳକକୁ ଅଟକ ରଖିଛି ପୋଲିସ ।ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ରହିଛି ।
ନାବାଳକ ଚଳାଇଥିଲା ଗୁଳି!
ସୂଚନା ଅନୁସାରେ, US ସ୍ଥିତ ଜର୍ଜିଆ ହାଇସ୍କୁଲରେ ହୋଇଛି ଆଖିବୁଜା ଗୁଳିମାଡ଼ । ଫଳରେ ଟଳିପଡ଼ିଛନ୍ତି ଶିକ୍ଷକ ଓ ଛାତ୍ରଛାତ୍ରୀ । ଗୁଳିମାଡ଼ରେ ୪ ଜଣ ଘଟଣାସ୍ଥଳରେ ପ୍ରାଣ ହରାଇଥିବାବେଳେ ସେମାନଙ୍କ ମଧ୍ୟରେ ୨ ଜଣ ଶିକ୍ଷକ ଓ ୨ ଜଣ ଛାତ୍ରଛାତ୍ରୀ ରହିଛନ୍ତି । ଗୁଳିମାଡ଼ କରିଥିବା ୧୪ ବର୍ଷର ନାବାଳକକୁ ପୋଲିସ ଅଟକ ରଖିଛି । ସେପଟେ ୯ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଏମିତି କହିଲେ ଜୋ ବାଇଡେନ:
ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ସେ ନିଜର ସୋସିଆଲ ମିଡିଆ ହ୍ୟାଣ୍ଡେଲ (X) ରେ ଉଲ୍ଲେଖ କରିଛନ୍ତି, ଏହି ବନ୍ଧୁକ ହିଂସାକୁ ସମାପ୍ତ କରିବାକୁ ହେବ । ଏଥିପାଇଁ ହ୍ବାଇଟ ହାଉସ ତରଫରୁ ଗନ୍ ଭାଓଲେନ୍ସ ପ୍ରିଭେନ୍ସନ (Gun Violence Prevention) ପଦକ୍ଷେପ ନିଆଯାଇଛି । ଆମେ ଏଥିରେ ଅଗ୍ରଗତି କରୁଛି । ହେଲେ ଏହି ହିଂସାକୁ ସମ୍ପୂର୍ଣ୍ଣ ରୂପେ ସମାପ୍ତ କରିବାକୁ ଆହୁରି ପଦକ୍ଷେପ ନେବାର ଆବଶ୍ୟକତା ରହିଛି ।
ଏହା ବି ପଢନ୍ତୁ...ଆମେରିକାରେ ସ୍କୁଲରେ ପୁଣି ଗର୍ଜିଲା ଗୁଳି: ୧ ମୃତ, ୫ ଗୁରୁତର