ଓଡିଶା

odisha

ETV Bharat / health

ଋତୁସ୍ରାବ ବନ୍ଦ ପରେ 30% ମହିଳାଙ୍କୁ ହେଉଛି ଏହି ହାଡ ରୋଗ, ରୁହନ୍ତୁ ସାବଧାନ !

ଅଷ୍ଟିଓପୋରୋସିସ ଏମିତି ଏକ ରୋଗ ଯାହା ହାଡକୁ ଦୁର୍ବଳ କରିଦିଏ । ପୁରୁଷଙ୍କ ଅପେକ୍ଷା ମହିଳାମାନେ ଏଥିରେ ଅଧିକ ପୀଡିତ । ଆଜି ଅଷ୍ଟିଓପୋରୋସିସ ଦିବସ ଅବସରରେ ଜାଣନ୍ତୁ ଏ ରୋଗ ସମ୍ପର୍କରେ

By ETV Bharat Health Team

Published : 12 hours ago

World Osteoporosis day 2024
World Osteoporosis day 2024 (ETV Bharat)

World Osteoporosis day 2024:ସାଧାରଣତଃ ବୟସ ବଢିଲେ ହାଡ ଦୁର୍ବଳ ହେବାରେ ଲାଗେ । ଏହାସହିତ ଆମର ଖରାପ ଜୀବନଶୈଳୀ ଓ ଅସ୍ବାସ୍ଥ୍ୟକର ଖାଦ୍ୟ ଅଭ୍ୟାସ ହାଡକୁ ଦୁର୍ବଳ କରିଦିଏ । ଏହି କାରଣରୁ ଅଷ୍ଟିଓପୋରୋସିସ ଭଳି ଗମ୍ଭୀର ସମସ୍ୟା ହୋଇଥାଏ । ପୂର୍ବରୁ ଏହି ରୋଗ କେବଳ ବୟସ୍କମାନଙ୍କ ମଧ୍ୟରେ ଦେଖାଯାଉଥିବା ବେଳେ ଏବେ ଯୁବବର୍ଗ ମଧ୍ୟ ଏହାର ଶିକାର ହେଉଛନ୍ତି । ଅଷ୍ଟିଓପୋରୋସିସ ହେଲେ ହାଡ ଖୁବ୍ ଦୁର୍ବଳ ବା ପୋଲା ହୋଇଯାଏ । ହାଡର ପତାଳା ହେବା ସହ ଘନତ୍ବ କମିଯାଏ । ଯାହାଫଳରେ ସାମାନ୍ୟ ଆଘାତରେ ମଧ୍ୟ ହାଡ ଭାଙ୍ଗିଯିବାର ଆଶଙ୍କା ରହିଥାଏ ।

ଏଥିପାଇଁ ଅଷ୍ଟିଓପୋରୋସିସ ରୋଗର ଗମ୍ଭୀରତା ଓ ଚିକିତ୍ସା ନେଇ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରତିବର୍ଷ ଅକ୍ଟୋବର 20 ତାରିଖକୁ 'ବିଶ୍ବ ଅଷ୍ଟିଓପୋରୋସିସ ଦିବସ' ଭାବେ ପାଳନ କରାଯାଏ । ପ୍ରତ୍ୟେକ ବର୍ଷ ଏକ ଥିମ୍ ଉପରେ ଏହି ଦିବସ ପାଳିତ ହେଉଥିବା ବେଳେ ଚଳିତ ବର୍ଷର ଥିମ୍ ରହିଛି- Say no to fragile bones (ଦୁର୍ବଳ ହାଡକୁ ନା କୁହନ୍ତୁ) ।

ସାଇଲେଣ୍ଟ ଡିଜିଜ୍ ଅଷ୍ଟିଓପୋରୋସିସ

ଅଷ୍ଟିଓପୋରୋସିସକୁ ସାଇଲେଣ୍ଟ ଡିଜିଜ୍ ବୋଲି କୁହାଯାଏ, କାରଣ ସାଧାରଣ ଭାବେ ଏହାର ଲକ୍ଷଣ ଜଣାପଡେନି । ହାଡ ନ ଭାଙ୍ଗିବା ଯାଏଁ ଆପଣ ଏହା ବିଷୟରେ ଜାଣିପାରନ୍ତି ନାହିଁ । ଅଷ୍ଟିଓପୋରୋସିସ୍ ମେନୋପଜ ପରେ ମହିଳା ଓ ବୟସ୍କ ଲୋକଙ୍କ ହାଡ ଫ୍ୟାକ୍ଚର ହେବାର ମୁଖ୍ୟ କାରଣ ଅଟେ । ଯେକୌଣସି ହାଡରେ ଫ୍ୟାକ୍ଚର ହୋଇପାରେ ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ତଥ୍ୟ ଅନୁସାରେ, ମେନୋପଜ (ସମ୍ପୂର୍ଣ୍ଣ ଋତୁସ୍ରାବ ବନ୍ଦ) ପରେ 30 ପ୍ରତିଶତ ମହିଳା ଅଷ୍ଟିଓପୋରୋସିସ ପୀଡିତ । ଭାରତରେ ପ୍ରାୟ 61 ମିଲିୟନ ଲୋକ ଏହି ରୋଗରେ ପୀଡିତ ଥିବାବେଳେ ସେଥିମଧ୍ୟରୁ କେବଳ 80 ପ୍ରତିଶତ ହେଉଛନ୍ତି ମହିଳା । ମେନୋପଜ ପୂର୍ବରୁ ଇଷ୍ଟ୍ରୋଜେନ ହ୍ରାସ ପାଇଲେ ହାଡର ଘନତ୍ବ ହ୍ରାସ ପାଇଥାଏ । ମେନୋପଜ ପରେ ବି ଏହା କମ୍ ହେବାରେ ଲାଗିଥାଏ । ଇଷ୍ଟ୍ରୋଜେନ ସ୍ତର କମିଲେ ଅଷ୍ଟିଓପୋରୋସସ ଆଶଙ୍କା ଅଧିକ ହୁଏ ।

ଚିକିତ୍ସା:

  • ଜୀବନଶୈଳୀରେ ପରିବର୍ତ୍ତନ ଯେମିତିକ-ସୁସ୍ଥ ଖାଦ୍ୟ ଗ୍ରହଣ, ନିୟମିତ ବ୍ୟାୟାମ କରିବା
  • କ୍ୟାଲେସିୟମ ଓ ଭିଟାମିନ-ଡି ଯୁକ୍ତ ଖାଦ୍ୟ ଖାଇବା
  • ସୀମିତ ମଦ୍ୟପାନ ଓ ଧୂମ୍ରପାନ
  • ଔଷଧ ସେବନ
  • ହାଡ ମଜଭୁତ କରିବା ପାଇଁ ଔଷଧର ବ୍ୟବହାର କରାଯାଇପାରେ ।

Ref- https://www.niams.nih.gov/health-topics/osteoporosis

ଏହା ମଧ୍ୟ ପଢନ୍ତୁ:Tips For Bone Health: କରନ୍ତୁ ଏହି ବ୍ୟାୟାମ; ଲୁହା ପରି ମଜଭୁତ ହୋଇଯିବ ହାଡ଼, ବଢିବ ଶକ୍ତି - Exercise for healthy bone

ଏହା ମଧ୍ୟ ପଢନ୍ତୁ:ଖାଇବା ପରେ ଛାତିରେ ଜଳାପୋଡା ହେଉଛି ? ନ୍ୟୁଟ୍ରିସନିଷ୍ଟ କହିଲେ ଏମିତି

(Disclaimer- ଏଠାରେ ଦିଆଯାଇଥିବା ସୂଚନା କେବଳ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।)

ABOUT THE AUTHOR

...view details