ହାଇଦ୍ରାବାଦ:ପିଲାଦିନରେ, ଦୁନିଆର ପ୍ରତ୍ୟେକ ପିଲା ଏକ ସାଇକେଲ ପାଇବାର ସ୍ୱପ୍ନ ଥାଏ, ଯାହାକୁ ସେ ବହୁତ ଖୁସିରେ ଚଲାଇ ପାରିବେ । ପ୍ରତ୍ୟେକ ବ୍ୟକ୍ତିଙ୍କର ସାଇକେଲ ଚଲାଇବା ସମ୍ବନ୍ଧୀୟ ଅନେକ କିଛି କାହାଣୀ ରହିଛି । ହେଲେ ସମୟର ସୁଅରେ ବଡ଼ ହେଲା ପରେ ସମସ୍ତେ ସାଇକେଲ ଚଳାଇବା ଯେମିତି ଭୁଲିଗଲେଣି । ଯାହା ଫଳରେ ଆଜିକାଲିର ଆଧୁନିକ ଜୀବନଶୈଳୀ, ଖାଇବା ଅଭ୍ୟାସରେ ପରିବର୍ତ୍ତନ, ଶାରୀରିକ କାର୍ଯ୍ୟକଳାପର ଅଭାବ ଏବଂ ଦୀର୍ଘ ଘଣ୍ଟା ଧରି ବସି ରହିବା ଦ୍ୱାରା ଅଧିକ ଓଜନ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୁଅନ୍ତି । କିନ୍ତୁ ଆପଣ ଜାଣନ୍ତି କି? ସାଇକେଲ ଚଳାଇବା ଏକ ବ୍ୟାୟାମ ଅଟେ ।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ ଦିନକୁ ସ୍ୱଳ୍ପ ସମୟ ପାଇଁ ସାଇକେଲ ଚଲାଇବା ଶ୍ରେଷ୍ଠ ବିକଳ୍ପ, ଯଦିଓ ଆପଣ ଘଣ୍ଟା ଘଣ୍ଟା ବ୍ୟାୟାମ କରିବାକୁ ଚାହୁଁନାହାଁନ୍ତି । କୁହାଯାଏ ଯେ ଯଦି ଆପଣ ପ୍ରତିଦିନ କିଛି ସମୟ ସାଇକେଲ ଚଲାନ୍ତି, ଶାରୀରିକ ଭାବରେ ସକ୍ରିୟ ହେବା ସହ ଆପଣ ନିଜ ଶରୀର ପାଇଁ ବ୍ୟାୟାମ ମଧ୍ୟ କରିବେ । ସାଇକେଲର ସ୍ୱାସ୍ଥ୍ୟ ପ୍ରତି ଗୁରୁତ୍ୱ ଦେଖି ପ୍ରତିବର୍ଷ ଜୁନ୍ ୩ରେ ବିଶ୍ୱ ସାଇକେଲ ଦିବସ ପାଳନ କରାଯାଇଥାଏ । ତେବେ ଏହି ଦିବସରେ ଚାଲନ୍ତୁ ଜାଣିବା ଏହି ଦିବସ ପାଳନର ଉଦ୍ଦେଶ୍ୟ, ଲକ୍ଷ୍ୟ ଏବଂ ସାଇକେଲ ଚଳାଇବାର ଫାଇଦା ବିଷୟରେ...
ସାଇକେଲ ଚଲାଇବାର ଲାଭ:
- ଓଜନ ହ୍ରାସ କରାଏ: ବିଶେଷଜ୍ଞମାନେ କହିଛନ୍ତି ଯେ ସାଇକେଲ ଚଲାଇବା ଦ୍ୱାରା ଚର୍ବି ଶୀଘ୍ର ହ୍ରାସ ପାଇଥାଏ । ଏହା ଦ୍ୱାରା ଶରୀରର ଓଜନ ଶୀଘ୍ର ହ୍ରାସ କରାଯାଇପାରେ । କୁହାଯାଏ ଯେଉଁମାନେ ଶରୀରର ଅଧିକ ଓଜନ ନେଇ ଚିନ୍ତିତ ରହିଛନ୍ତି ସେମାନଙ୍କ ପାଇଁ ସାଇକେଲ ଚଲାଇବା ଅତ୍ୟନ୍ତ ଲାଭଦାୟକ ଅଟେ । କୁହାଯାଏ ଯେ ପ୍ରାୟ ୪୫-୬୦ ମିନିଟ୍ ସାଇକେଲ ଚଲାଇବା ୩୦୦ କ୍ୟାଲୋରୀ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।
- ମାଂସପେଶୀ ଗଠନ କରିବାରେ ସାହାଯ୍ୟ କରେ: ସାଇକେଲ ଚଲାଇବା ଦ୍ୱାରା ତୁମର ଗୋଡ ଏବଂ ମୂଳ ମାଂସପେଶୀକୁ ମଜବୁତ କରାଯାଏ । କୁହାଯାଏ ମାଂସପେଶୀ ପାଇଁ ସାଇକେଲ ଚଲାଇବା ଏକ ଭଲ ବ୍ୟାୟାମ ।
- ହାର୍ଟ ସ୍ୱାସ୍ଥ୍ୟ ପାଇଁ ଭଲ: ବିଶେଷଜ୍ଞମାନେ କହିଛନ୍ତି ଯେ ସାଇକେଲ ଚଲାଇବା ହାର୍ଟ ସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରିବାରେ ସାହାଯ୍ୟ ମିଳିଥାଏ । ଏହା ପ୍ରାୟତଃ ହୃଦ୍ଘାତ ଏବଂ ଅନ୍ୟାନ୍ୟ ଜଟିଳତାର ଆଶଙ୍କା ହ୍ରାସ କରିଥାଏ । ନିୟମିତ ସାଇକେଲ ଚଲାଇବା ଦ୍ୱାରା ରକ୍ତ ସଞ୍ଚାଳନରେ ଉନ୍ନତି ଆଣିବା ଏବଂ ଶରୀରର ସମସ୍ତ ଅଙ୍ଗକୁ ଅମ୍ଳଜାନ ଏବଂ ପୁଷ୍ଟିକର ଖାଦ୍ୟ ଯୋଗାଇବାରେ ସାହାଯ୍ୟ କରିଥାଏ ।
- ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୁଏ:କୁହାଯାଏ ସାଇକେଲ ଚଲାଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ ଏବଂ ରୋଗ ହେବାର ସମ୍ଭାବନାକୁ ହ୍ରାସ କରିଥାଏ । ଯାହା ଫଳରେ ଏହା ମଧୁମେହ ଏବଂ ଉଚ୍ଚ ରକ୍ତଚାପ ଭଳି ସମସ୍ୟାକୁ ମଧ୍ୟ ହ୍ରାସ କରିଥାଏ ।
- କର୍କଟ ରୋଗର ଆଶଙ୍କା ହ୍ରାସ କରେ: କେତେକ ଅଧ୍ୟୟନରୁ ଜଣାପଡିଛି ଯେ ସାଇକେଲ ଚଲାଇବା ଦ୍ୱାରା କେତେକ ପ୍ରକାରର କର୍କଟ ରୋଗ ହେବାର ଆଶଙ୍କା କମିଯାଏ । ଆମେରିକୀୟ ଜର୍ନାଲ୍ ଅଫ୍ କ୍ଲିନିକାଲ୍ ନ୍ୟୁଟ୍ରିସିଅନ ପ୍ରକାଶିତ ୨୦୧୭ ଅଧ୍ୟୟନରୁ ଜଣାପଡିଛି ଯେ ଯେଉଁ ପୁରୁଷମାନେ ସପ୍ତାହରେ ୧୫୦ମିନିଟ୍ ସାଇକେଲ ଚଳାନ୍ତି, ସେମାନଙ୍କ କୋଲୋନ୍ କର୍କଟ ହେବାର ଆଶଙ୍କା ୨୦% କମ୍ ଥାଏ । ସେହିପରି ୨୦୧୮ରେ ନ୍ୟାସନାଲ କ୍ୟାନସର ପ୍ରତିଷ୍ଠାନର ଜର୍ନାଲରେ ପ୍ରକାଶିତ ଅନ୍ୟ ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ଯେଉଁ ମହିଳାମାନେ ସପ୍ତାହରେ ୧୫୦ ମିନିଟ୍ ସାଇକେଲ ଚଳାଇଛନ୍ତି ସେମାନଙ୍କ ସ୍ତନ କର୍କଟ ହେବାର ଆଶଙ୍କା ୧୨% କମ୍ ରହିଛି ।
- ମନୋବଳକୁ ଉନ୍ନତ କରିଥାଏ: ବିଶେଷଜ୍ଞମାନେ କହିଛନ୍ତି ଯେ ସାଇକେଲ ଚଲାଇବା ଏଣ୍ଡୋରଫିନ୍ ମୁକ୍ତ କରିଥାଏ, ଯାହା ମନୋବଳକୁ ଉନ୍ନତ କରିବାରେ ଏବଂ ଚାପକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ତେଣୁ ନିୟମିତ ସାଇକେଲ ଚଲାଇବା ପରାମର୍ଶ ଦିଆଯାଇଛି ।
ବିଶ୍ୱ ସାଇକେଲ ଦିବସ ୨୦୨୪ ଥିମ୍:'ନୂଆ ରାହା ଦେଖାଏ ସାଇକେଲିଂ'