ଓଡିଶା

odisha

ETV Bharat / health

ଏସବୁ ଲକ୍ଷଣ ହୋଇପାରେ ଏଡସ୍, ଜାଣନ୍ତୁ କେମିତି ଏଥିରୁ ବଞ୍ଚିବେ - WORLD AIDS DAY 2024

ଏଡସ୍ ଏକ ଘାତକ ରୋଗ, ଯାହାର ଚିକିତ୍ସା ପଦ୍ଧତି ଆଜି ଯାଏଁ ଡାକ୍ତରମାନେ ବାହାର କରିପାରି ନାହାନ୍ତି । ଏହି ରୋଗ ହେଲେ ବିଭିନ୍ନ ଲକ୍ଷଣ ଦେଖାଯାଏ, ଜାଣନ୍ତୁ କ'ଣ

ବିଶ୍ବ ଏଡସ୍ ଦିବସ
ବିଶ୍ବ ଏଡସ୍ ଦିବସ (ETV Bharat)

By ETV Bharat Health Team

Published : Dec 1, 2024, 2:34 PM IST

Updated : Dec 1, 2024, 4:18 PM IST

ବିଶ୍ବରେ ଏଚ୍‌ଆଇଭି ସଂକ୍ରମଣ ବା ଏଡସ୍ ଏକ ଭୟଙ୍କର ସ୍ବାସ୍ଥ୍ୟ ସମସ୍ୟା । ଏହି ରୋଗର ଚିକିତ୍ସା ପାଇଁ ଆଜି ପର୍ଯ୍ୟନ୍ତ କୌଣସି ଔଷଧ କିମ୍ବା ଟିକା ବାହାରି ପାରିନାହିଁ । ସାଧାରଣତଃ ଅସୁରକ୍ଷିତ ଯୌନ ସମ୍ପର୍କ କିମ୍ବା ଅଧିକ ଲୋକଙ୍କ ସହ ଶାରିରୀକ ସମ୍ପର୍କ ରଖିବା କାରଣରୁ ଏଡସ୍ ହୋଇଥାଏ ବୋଲି କୁହାଯାଏ । କିନ୍ତୁ ଏହାଛଡା ଏଡସ୍ ସଂକ୍ରମିତଙ୍କଠାରୁ ରକ୍ତ ଗ୍ରହଣ, ସଂକ୍ରମିତ ବ୍ୟକ୍ତିଙ୍କ ଦ୍ବାରା ବ୍ୟବହୃତ ଛୁଞ୍ଚି ପୁନଃବ୍ୟବହାର କରିବା ଦ୍ବାରା ବି ଏହା ଅନ୍ୟକୁ ସଂକ୍ରମିତ କରିଥାଏ । ଯେକୌଣସି ବୟସର ଲୋକଙ୍କୁ ଏଡସ୍ ହୋଇପାରେ । ଏହି ଲୋକମାନେ କେବଳ ଶାରିରୀକ ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୁଅନ୍ତି ନାହିଁ ସାମାଜିକ ବିଭେଦର ମଧ୍ୟ ଶିକାର ହୁଅନ୍ତି । ଏଡସ୍ ବିଷୟରେ ଅଧିକ ଜନସଚେନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରତିବର୍ଷ ଡିସେମ୍ବର 1 ତାରିଖକୁ 'ବିଶ୍ବ ଏଡସ୍ ଦିବସ' ଭାବେ ପାଳନ କରାଯାଉଛି । ଚଳିତ ବର୍ଷର ଥିମ୍ ରହିଛି 'ଠିକ୍ ରାସ୍ତାରେ ଚାଲନ୍ତୁ: ମୋ ସ୍ବାସ୍ଥ୍ୟ, ମୋର ଅଧିକାର' (Take the rights path: My health, my right)

ଏଡସ୍ ଏକ ଘାତକ ରୋଗ । ଭାରତରେ ଏଡସ୍ ସଂକ୍ରମିତଙ୍କ ସଂଖ୍ୟା ବିଶ୍ବରେ ତୃତୀୟ । ଏହି ରୋଗର ଲକ୍ଷଣ ହଠାତ୍ ଜଣାପଡେ ନାହିଁ । ଏଚ୍‌ଆଇଭି ସଂକ୍ରମଣର ପ୍ରଥମେ ମାସ କିମ୍ବା ଏହା ପରେ ଅନେକ ଲୋକଙ୍କଠାରେ ଲକ୍ଷଣ ଦେଖାଯିବା ଆରମ୍ଭ କରେ । କିନ୍ତୁ ଏହା ଯେ ଏଡସ୍‌ର ଲକ୍ଷଣ ସେମାନେ ତୁରନ୍ତ ଜାଣିପାରନ୍ତି ନାହିଁ । ଏହାର କାରଣ ହେଲା, ଏଡସ୍‌ର ପ୍ରାରମ୍ଭିକ ଲକ୍ଷଣଗୁଡିକ ଫ୍ଲୁ ଏବଂ ଅନ୍ୟାନ୍ୟ ଋତୁକାଳୀନ ସ୍ବାସ୍ଥ୍ୟ ସମସ୍ୟାର ଲକ୍ଷଣ ସହ ମେଳ ଖାଇଥାଏ ।

ଏଡସ୍‌ ସଂକ୍ରମଣର ଲକ୍ଷଣଗୁଡିକ ହେଲା:-

  • ସବୁବେଳେ ହାଲୁକା ଜ୍ବର ରହିବା
  • ଅଧିକ ଥଣ୍ଡା ଲାଗିବା
  • ପ୍ରାୟ ସବୁ ସମୟରେ ମୁଣ୍ଡବିନ୍ଧା ହେବା
  • ଗଳା ଖସ୍‌ଖସ୍
  • ଅତ୍ୟଧିକ ଥକ୍କାପଣ ଲାଗିବା, ଟିକିଏ କାମରେ ହାଲିଆ ଲାଗିବା
  • ଗଣ୍ଠି ଓ ମାଂସପେଶୀରେ ଯନ୍ତ୍ରଣା
  • ଚର୍ମରେ ରାସେସ୍ ହେବା, କୁଣ୍ଡେଇ ହେବା
  • ବାନ୍ତି ଲାଗିବା
  • ଡାଇରିଆ
  • ଓଜନ ହ୍ରାସ ହେବା
  • ନିଦ ସମସ୍ୟା

ଏହିସବୁ ସମସ୍ୟା ଏଡସ୍‌ର ଲକ୍ଷଣ ହୋଇପାରେ ।

କେମିତି ଏଡସ୍ ରୋଗରୁ ଦୂରେଇ ରହିବେ ?

  • ସବୁବେଳେ ସୁରକ୍ଷିତ ଯୌନ ସମ୍ପର୍କ ରଖବାର ଅଭ୍ୟାସ କରନ୍ତୁ ।
  • ନିୟମିତ ଭାବେ ହସ୍ପିଟାଲରେ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରାନ୍ତୁ ।
  • ନିଶାଦ୍ରବ୍ୟ ଇଞ୍ଜେକ୍ଟ କରୁଥିଲେ ନିଜକୁ ସୁରକ୍ଷିତ ରଖନ୍ତୁ ।
  • ସିରିଞ୍ଜ ବା ଛୁଞ୍ଚି ଓ ରେଜର ବ୍ଲେଡ କାହା ସହ ସେୟାର କରନ୍ତୁ ନାହିଁ ।
  • ସବୁବେଳେ ନୂଆ ସିରିଞ୍ଜ ବ୍ୟବହାର ହେଉଛି କି ନାହିଁ ସୁନିଶ୍ଚିତ କରନ୍ତୁ ।
  • ପ୍ରି-ଏକ୍ସପୋଜର ପ୍ରୋଫିଲେକ୍ସିସ (PrEP) ବ୍ୟବହାର କରନ୍ତୁ ।
  • ନିଜକୁ ଓ ଅନ୍ୟମାନଙ୍କୁ ଏଚଆଇଭି ସଂକ୍ରମଣ ସମ୍ପର୍କରେ ସଚେତନ କରାନ୍ତୁ ।

ଏହା ମଧ୍ୟ ପଢନ୍ତୁ: କଣ୍ଟାକ୍ଟ ଲେନ୍ସ ବ୍ୟବହାର କରୁଛନ୍ତି କି ? ଏହି ଭୁଲ ପଡିପାରେ ଭାରି

ଏହା ମଧ୍ୟ ପଢନ୍ତୁ: ମଳରେ ରକ୍ତ ପଡିବା କେବଳ ମଳକଣ୍ଟକ ନୁହେଁ, ହୋଇପାରେ ଏହି କ୍ୟାନ୍ସର

ଏହା ମଧ୍ୟ ପଢନ୍ତୁ: ପ୍ରୋଟିନର ଭଣ୍ଡାର ଗ୍ରୀନ ମଟର, ଜାଣନ୍ତୁ ଶୀତ ଦିନେ ଖାଇଲେ କ'ଣ ଲାଭ ହୁଏ

(Disclaimer- ଏଠାରେ ଦିଆଯାଇଥିବା ସମସ୍ତ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।)

Last Updated : Dec 1, 2024, 4:18 PM IST

ABOUT THE AUTHOR

...view details