ଓଡିଶା

odisha

ଡାଇବେଟିସ୍ ରୋଗୀଙ୍କ ପାଇଁ ସୂଚନା; ହଠାତ୍ ବ୍ଲଡ ସୁଗାର କମିଲେ ଖାଆନ୍ତୁ ଏହି 5 ଜିନିଷ - Low blood sugar

By ETV Bharat Health Team

Published : Sep 18, 2024, 12:11 PM IST

Foods for Low blood sugar: ଡାଇବେଟିସ୍ ରୋଗୀଙ୍କ ସୁଗାର ସ୍ତର ବଢିଲେ ଯେମିତି ସମସ୍ୟା ହୁଏ, ଠିକ୍ ସେମିତି ସୁଗାର କମିଯିବା ବି ଚିନ୍ତାଜନକ ହୋଇଥାଏ । ସୁଗାର ସ୍ତର କମିଲେ ମୁଣ୍ଡବିନ୍ଧା, ଦୁର୍ବଳ ଲାଗିବା, ମୁଣ୍ଡ ବୁଲାଇବା, ଚିଡଚିଡା ଲାଗିବା ଭଳି ଲକ୍ଷଣ ଦେଖାଯାଏ । ତେବେ ଏହି 5 ଜିନିଷ ଖାଇଲେ ସଙ୍ଗେ ସଙ୍ଗେ ସୁଗାର ସ୍ତର ବଢିଥାଏ । ଅଧିକ ପଢନ୍ତୁ

ହଠାତ୍ ବ୍ଲଡ ସୁଗାର କମିଗଲେ ଖାଆନ୍ତୁ ଏହି 5 ଜିନିଷ
ହଠାତ୍ ବ୍ଲଡ ସୁଗାର କମିଗଲେ ଖାଆନ୍ତୁ ଏହି 5 ଜିନିଷ (ETV Bharat)

ହାଇଦ୍ରାବାଦ:ମଧୁମେହ ବା ଡାଇବେଟିସ୍, ଏମିତି ଏକ ରୋଗ ଯାହାକୁ ନିୟନ୍ତ୍ରଣ କରିବା ସହଜ ନୁହେଁ । କେତେବେଳେ ଶରୀରରେ ସୁଗାର ସ୍ତର ବଢିଯାଏ ତ ଆଉ କେତେବେଳେ ହଠାତ୍ କମ୍ ହୋଇଯାଏ । ରକ୍ତରେ ସୁଗାର (ବ୍ଲଡ ସୁଗାର) ସ୍ତର ବଢିଲେ ଯେମିତି ସମସ୍ୟା ହୁଏ, ସେହିପରି ସୁଗାର କମିଗଲେ ବି ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଯାଏ । ଡାଇବେଟିସ୍ ରୋଗୀମାନେ ସୁଗାର ନିୟନ୍ତ୍ରଣ କରିବା ପାଇଁ ଇନସୁଲିନ ଓ ମେଡିସିନ୍ ନେଇଥାନ୍ତି । ହେଲେ ବେଳେବେଳେ ସୁଗାର ସ୍ତର ଅଚାନକ୍ ବହୁତ କମ୍ ହୋଇଯାଏ । ତେବେ ସୁଗାର କମିଲେ ବା ଲୋ ବ୍ଲଡ ସୁଗାର ହେଲେ କେମିତି ଜାଣିବେ ?

ଆପଣ ଖାଉଥିବା ଖାଦ୍ୟରୁ ବ୍ଲଡ ସୁଗାର ବା ଗ୍ଲୁକୋଜ ଆସେ । ଇନସୁଲିନ ନାମକ ହରମୋନ ରକ୍ତପ୍ରବାହରୁ ସୁଗାରକୁ ଆପଣଙ୍କ ଶରୀରର କୋଶିକାରେ ପ୍ରବେଶ କରାଏ, ଯେଉଁଠି ଏହା ଶକ୍ତି ଉତ୍ପାଦନ ପାଇଁ ବ୍ୟବହାର ହୁଏ ।

ଲୋ ବ୍ଲଡ ସୁଗାର ଲକ୍ଷଣ:

ଲୋ ବ୍ଲଡ ସୁଗାରକୁ ହାଇପୋଗ୍ଲାଇସେମିଆ ମଧ୍ୟ କୁହନ୍ତି । ସୁଗାର ସ୍ତର 70 mg/dlରୁ ତଳକୁ ଖସିଗଲେ ଏହାକୁ ହାଇପୋଗ୍ଲାଇସେମିଆ କୁହାଯାଏ । ସୁଗାର ସ୍ତର କମିଲେ ମୁଣ୍ଡ ବୁଲାଇବା, ଦେହ ଥରିବା, ଦ୍ବନ୍ଦ, ବିରକ୍ତିକର ଭାବ, ଭୋକ ଲାଗିବା, ଝାଳ ବୋହିବା ଓ ହୃଦସ୍ପନ୍ଦନ ବଢିବା ଭଳି ଲକ୍ଷଣ ସବୁ ଦେଖାଯାଏ । ବେଳେବେଳେ ରୋଗୀ ଚେତାଶୂନ୍ୟ ମଧ୍ୟ ହୋଇଯାଏ ।

  • ଥରିବା
  • ଝାଳ ବୋହିବା
  • ଥକ୍କାପଣ ବା ଦୁର୍ବଳ ଅନୁଭବ ହେବା
  • ବିରକ୍ତ ଲାଗିବା
  • ଦ୍ବନ୍ଦ
  • ଅଧିକ ନିଦ ଲାଗିବା
  • ହଠାତ୍ ଭୋକ ହେବା
  • ଏକାଗ୍ରତା ନ ଆସିବା
  • ମୁଣ୍ଡବିନ୍ଧା
  • ହୃଦସ୍ପନ୍ଦନ ବଢିବା

ହଠାତ୍ ସୁଗାର ସ୍ତର କମିଲେ କ'ଣ କରିବେ:

ଯେହେତୁ ଆପଣ ଖାଉଥିବା ଖାଦ୍ୟ ପାନୀୟରୁ ବ୍ଲଡ ସୁଗାର ଆସିଥାଏ, ତେଣୁ ରକ୍ତର ସୁଗାର ସ୍ତର କମିଗଲେ ଏହାକୁ ତୁରନ୍ତ ବଢାଇବାର ସବୁଠୁ ସହଜ ଉପାୟ ହେଲା ଯଥାଶୀଘ୍ର କିଛି ଖାଦ୍ୟ ଖାଇବା । ଆମେରିକୀୟ ଡାଇବେଟିସ୍ ଆସିସୋଏସନ, ସୁଗାର ସ୍ତର 70 mg/dlରୁ ତଳକୁ ରହିଲେ 15-15 ସୂତ୍ର ପାଳନ କରିବାକୁ ପରାମର୍ଶ ଦିଏ । ଯେମିତିକି- 15 ଗ୍ରାମ କାର୍ବୋହାଇଡ୍ରେଟ ଯୁକ୍ତ ଖାଦ୍ୟ ଖାଆନ୍ତୁ ଏବଂ ସୁଗାର ଯାଞ୍ଚ କରିବାକୁ 15 ମିନିଟ୍ ଅପେକ୍ଷା କରନ୍ତୁ ।

ରକ୍ତରେ ସୁଗାର ବଢାଇବାକୁ ଏସବୁ ଖାଇପାରିବେ

  • କଦଳୀ, ସେଓ କିମ୍ବା କମଳା ଖାଇପାରିବେ
  • 15ଟି ଅଙ୍ଗୁର
  • ଗୋଟିଏ କପ୍ ସେଓ, କମଳା, ସପୁରୀ କିମ୍ବା ଅଙ୍ଗୁର ଜୁସ୍
  • ଗୋଟିଏ କପ୍ ଫ୍ୟାଟ ଫ୍ରି କ୍ଷୀର ।
  • ଏକ ଚାମଚ ମହୁ

ଏହାବ୍ୟତୀତ ଆପଣ ଗୋଟିଏ ଗ୍ଲାସ ପାଣିରେ ଏକ ଚାମଚ ଚିନି ମିଶାଇ ପିଇପାରିବେ । ଯେଉଁ ଖାଦ୍ୟରେ ପ୍ରୋଟିନ ଓ ଚର୍ବି ଥାଏ, ଯେପରିକି ପିନଟ ବଟର, ଆଇସିକ୍ରିମ ଓ ଚକୋଲେଟ ମଧ୍ୟ ଖାଇପାରିବେ । ଉପରୋକ୍ତ ଖାଦ୍ୟ ସବୁ ସଙ୍ଗେ ସଙ୍ଗେ ରକ୍ତରେ ସୁଗାର ସ୍ତର ବଢାଇବାରେ ସାହାଯ୍ୟ କରିଥାଏ । Ref- https://www.healthline.com/health/how-to-raise-blood-sugar-fast#foods-that-can-help

ଏହା ମଧ୍ୟ ପଢନ୍ତୁ:ଡାଇବେଟିସ୍ କେତେ ପ୍ରକାର; ଗର୍ଭାବସ୍ଥାରେ ହେଉଥିବା ଡାଇବେଟିସ୍ କ'ଣ ? ଏହା କେତେ ମାରାତ୍ମକ - Diabetes types

ଏହା ମଧ୍ୟ ପଢନ୍ତୁ:ଏସବୁ ରୋଗ ଦୂର କରେ ଡାଳିମ୍ବ, ଜାଣନ୍ତୁ କୋଲେଷ୍ଟ୍ରୋଲ-ଡାଇବେଟିସ୍ ରୋଗୀ ଖାଇଲେ କ'ଣ ହୁଏ ? - Health Benefits Of Pomegranate

ଏହା ମଧ୍ୟ ପଢନ୍ତୁ:ପ୍ରତିଦିନ କେତୋଟି ଅଣ୍ଡା ଖାଉଛନ୍ତି ? ଅଧିକ ଖାଇଲେ ହୋଇପାରେ ସମସ୍ୟା, ଜାଣନ୍ତୁ କ'ଣ କୁହନ୍ତି ବିଶେଷଜ୍ଞ - How many eggs to eat daily

Disclaimer-ଏଠାରେ ଦିଆଯାଇଥିବା ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।

ABOUT THE AUTHOR

...view details