ଓଡିଶା

odisha

ETV Bharat / health

ଓଜନ ହ୍ରାସଠୁ ନେଇ ଏହି ରୋଗ ଯାଏଁ, ଲେମ୍ବୁ ଖାଇଲେ ମିଳେ ଅନେକ ଫାଇଦା - Lemon health benefits

Health benefits of lemon: ଲେମ୍ବୁର ଅନେକ ସ୍ବାସ୍ଥ୍ୟ ଉପକାରୀ ଗୁଣ ରହିଛି । ଏଥିରେ ଥିବା ଭିଟାମିନ-ସି, ଆଣ୍ଟିଅକ୍ସିଡାଣ୍ଟ ସହ ଜରୁରୀ ପୋଷକ ତତ୍ତ୍ବ ହୃଦଜନିତ ସମସ୍ୟା, କିଡନୀ ଷ୍ଟୋନ, ଏନିମିଆ ଭଳି ରୋଗରୁ ସୁରକ୍ଷା ଦେବା ସହ ତ୍ବଚା ସମସ୍ୟା ଦୂର କରେ । ପଢନ୍ତୁ ପୁରା ଖବର

ଓଜନ ହ୍ରାସଠୁ ନେଇ ଏହି ରୋଗ ଯାଏଁ, ଲେମ୍ବୁ ଖାଇଲେ ମିଳେ ଅନେକ ଫାଇଦା
ଓଜନ ହ୍ରାସଠୁ ନେଇ ଏହି ରୋଗ ଯାଏଁ, ଲେମ୍ବୁ ଖାଇଲେ ମିଳେ ଅନେକ ଫାଇଦା (ETV Bharat)

By ETV Bharat Health Team

Published : Sep 20, 2024, 11:53 AM IST

Lemon Health Benefits: ଅନେକ ଲୋକ ନିଜ ଖାଦ୍ୟ ପାନୀୟରେ ଲେମ୍ବୁ ବ୍ୟବହାର କରିଥାନ୍ତି । ଏହା କେବଳ ଖାଦ୍ୟର ସ୍ବାଦ ବଢାଏନି, ବରଂ ଆମ ସ୍ବାସ୍ଥ୍ୟ ପାଇଁ ମଧ୍ୟ ବେଶ୍ ଉପକାରୀ । ଲେମ୍ବୁର ଅନେକ ଔଷଧୀୟ ଗୁଣ ରହିଛି । ଏଥିରେ ପ୍ରଚୁର ମାତ୍ରାରେ ଭିଟାମିନ-ସି ଆଣ୍ଟିଅକ୍ସିଡାଣ୍ଟ ଥାଏ । ଏଥିସହ ଏହା କ୍ୟାଲେସିୟମ, ପୋଟାସିୟମ, ମ୍ୟାଗ୍ନେସିୟମ, ସୋଡିୟମ, ଆଇରନ, ଫୋଲେଟ ଭଳି ଅନେକ ପୋଷକ ତତ୍ତ୍ବରେ ଭରପୂର, ଯାହା ଆମ ଶରୀର ପାଇଁ ଖୁବ୍ ଜରୁରୀ । ଏହା ହୃଦଜନିତ ସମସ୍ୟା, ଷ୍ଟ୍ରୋକ, କିଡନୀ ଷ୍ଟୋନ, ଏନିମିଆ ଭଳି ରୋଗରୁ ସୁରକ୍ଷା ଦେବା ସହ ତ୍ବଚାରେ ଚମକ ଆଣେ । ଆମର ହୃଦୟ ସ୍ବାସ୍ଥ୍ୟ ପାଇଁ ବି ଲେମ୍ବୁ ବେଶ୍ ଉପଯୋଗୀ । ଲେମ୍ବୁ ପାଣି ପିଇବା ଦ୍ବାରା ଓଜନ ନିୟନ୍ତ୍ରଣ ହେବା ସହ ହଜମ ପ୍ରକ୍ରିୟା ଠିକ୍ ରହେ ।

ଓଜନ ହ୍ରାସଠୁ ନେଇ ଏହି ରୋଗ ଯାଏଁ, ଲେମ୍ବୁ ଖାଇଲେ ମିଳେ ଅନେକ ଫାଇଦା (ETV Bharat)

ଲେମ୍ବୁର ସ୍ବାସ୍ଥ୍ୟ ଉପକାରିତା:

ହୃଦୟ ସୁସ୍ଥ ରଖେ:ଲେମ୍ବୁ ଭିଟାମିନ-Cର ଏକ ଭଲ ଉତ୍ସ । ଏହା ଆମର ହୃଦୟ ସ୍ବାସ୍ଥ୍ୟ ପାଇଁ ଭଲ । ଅନୁସନ୍ଧାନରୁ ଜଣାପଡେ ଯେ, ଭିଟାମିନ-Cରେ ଭରପୂର ଫଳ ଓ ପନିପରିବା ଖାଇବା ଦ୍ବାରା ହୃଦଘାତ ଓ ଷ୍ଟ୍ରୋକ ହେବାର ଆଶଙ୍କା କମିଯାଏ । ଏଥିସହ ଲେମ୍ବୁ ବ୍ଲଡପ୍ରେସର କମ୍ କରିବାରେ ମଧ୍ୟ ସାହାଯ୍ୟ କରେ । ସେଲ୍ ଡ୍ୟାମେଜ୍ ରୋକିଥାଏ ।

ଓଜନ ନିୟନ୍ତ୍ରଣ: ନିଜର ଓଜନ କମାଇବାକୁ ଚାହୁଁଥିବା ଲୋକଙ୍କ ପାଇଁ ଲେମ୍ବୁ ଭଲ ବିକଳ୍ପ । କାରଣ ଏଥିରେ ଥିବା ସୋଲୁବଲ ପେକଟିନ ଫାଇବର ଅଧିକ ସମୟ ଯାଏଁ ଆପଣଙ୍କ ପେଟ ଫୁଲ୍ ରହିବାର ଅନୁଭବ କରାଏ । ଫଳରେ ଶୀଘ୍ର ଭୋକ ହୁଏନି । ଉଷୁମ ପାଣିରେ ଲେମ୍ବୁ ରସ ମିଶାଇ ପିଇଲେ ଓଜମ ହ୍ରାସ ହୁଏ ।

ଇମ୍ୟୁନିଟି ବଢାଏ:ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବା ଇମ୍ୟୁନିଟି ବଢାଇବାରେ ଲେମ୍ବୁ ବେଶ୍ ଉପଯୋଗୀ । ଏଥିରେ ଭିଟାମିନ-C ଓ ଆଣ୍ଟିଅକ୍ସିଡାଣ୍ଟ ମାତ୍ରା ଅଧିକ । ଯାହା ଥଣ୍ଡା, କାଶ ଓ ଫ୍ଲୁ ସୃଷ୍ଟିକାରୀ କୀଟାଣୁ ବିରୋଧରେ ଲଢେଇ ପାଇଁ ଆମର ଇମ୍ୟୁନିଟି ସିଷ୍ଟମ ମଜଭୁତ କରେ ।

ତ୍ବଚା ସମସ୍ୟା ଦୂର କରେ: ଲେମ୍ବୁ ପାଣିରେ ପ୍ରଚୁର ଭିଟାମିନ-C ରହିଛି, ଯାହା ତ୍ବଚାକୁ ଚମକଦାର କରିବା ସହ ଫ୍ରି ରେଡିକଲ୍ସରୁ ସୁରକ୍ଷା ଦିଏ । ଏହା ମୁହଁରେ ଥିବା ଦାଗ, ବ୍ରଣ ଦୂର କରିବାରେ କାମ କରେ । ଏଥିରେ ଥିବା ନାଚୁରାଲ ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ଓ ଅଲଫା ହାଇଡ୍ରୋକ୍ସିଲ ଏସିଡ ବ୍ଲାକହେଡ୍ ଦୂର କରିପାରେ । ଏଥିସହ ଲେମ୍ବୁ ମୁଖ ଦୁର୍ଗନ୍ଧ ଓ ରୂପୀ ସମସ୍ୟା ଦୂର କରିବାରେ ମଧ୍ୟ ଲାଭଦାୟକ ।

କିଡନୀ ଷ୍ଟୋନ: କିଛି ଅଧ୍ୟୟନରେ କୁହାଯାଇଛି, କିଡନୀ ଷ୍ଟୋନରୁ ରକ୍ଷା କରିବାରେ ଲେମ୍ବୁ ଲାଭଦାୟକ । ସାଇଟ୍ରିକ ଏସିଡ ମୂତ୍ରର ମାତ୍ରା ଓ ପିଏଚ୍ ବଢାଇ କିଡନୀ ଷ୍ଟ୍ରୋନ ରୋକିବାରେ ସାହାଯ୍ୟ କରେ । ଦିନକୁ ଦେଢ କପ୍ ଲେମ୍ବୁ ରସ ସେବନ କଲେ ଆମ ଶରୀରକୁ ଯଥେଷ୍ଟ ସାଇଟ୍ରିକ ଏସିଡ ମିଳେ, ଯାହା ଷ୍ଟୋନ ସୃଷ୍ଟି ହେବାରୁ ରୋକିଥାଏ ।

ଏନିମିଆରୁ ସୁରକ୍ଷା: ଆପଣ ଖାଉଥିବା ଖାଦ୍ୟରୁ ଶରୀରକୁ ଯଥେଷ୍ଟ ଆଇରନ ନ ମିଳିଲେ ଏନିମିଆ ହୋଇଥାଏ । ଲେମ୍ବୁରେ କିଛି ମାତ୍ରାରେ ଆଇରନ ଥାଏ, ଯାହା ଏନିମିଆରୁ ସୁରକ୍ଷା ଦେବାରେ ସହାୟକ ହୋଇପାରେ । ଏଥିସହ ଲେମ୍ବୁରେ ଉଭୟ ଭିଟାମିନ ସି ଓ ସାଇଟ୍ରିକ ଏସିଡ୍ ଥିବାରୁ ଏହା ଏନିମିଆ ବିରୋଧରେ ଉପଯୋଗୀ ।

ଏହା ମଧ୍ୟ ପଢନ୍ତୁ:ଆଳୁ ଚୋପା ଫିଙ୍ଗି ଦେଉଛନ୍ତି କି ? ଏହାର ଫାଇଦା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ - Benefits Of Potato Peel

ଏହା ମଧ୍ୟ ପଢନ୍ତୁ:କେତେ ବିପଦଜ୍ଜନକ ପେଟରେ ଅଲ୍‌ସର ? ଜାଣନ୍ତୁ ଏହି ରୋଗୀ କ'ଣ ଖାଇବା ଉଚିତ୍ - Meals for Ulcer patients

ଏହା ମଧ୍ୟ ପଢନ୍ତୁ:ମହିଳାଙ୍କଠାରେ ଏସବୁ ଲକ୍ଷଣ ହୋଇପାରେ ହୃଦଘାତର ସଙ୍କେତ, ଜମାରୁ କରନ୍ତୁନି ଅବହେଳା - Symptoms of heart attack in women

Disclaimer-ଏଠାରେ ଦିଆଯାଇଥିବା ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।

ABOUT THE AUTHOR

...view details