ଓଡିଶା

odisha

ETV Bharat / health

ଏସବୁ ଲକ୍ଷଣ ଅଛି କି ? ଯକୃତ ପ୍ରତି ବଢ଼ିପାରେ ବିପଦ, କଣ କହୁଛି NIH ରିପୋର୍ଟ ? - LIVER DISEASE SYMPTOMS

ଶରୀର କିମ୍ବା ତ୍ୱଚାରେ ଯଦି ଏହିସବୁ ଲକ୍ଷଣ ଦେଖାଯାଉଛି, ତେବେ ଅଣଦେଖା କରନ୍ତୁ ନାହିଁ । ଏହିସବୁ ଲକ୍ଷଣ ଦେଇପାରେ ଲିଭର ବା ଯକୃତ ଖରାପର ସଙ୍କେତ ?

liver disease Symptoms
liver disease Symptoms (ETV Bharat Odisha)

By ETV Bharat Odisha Team

Published : Jan 20, 2025, 12:48 PM IST

ହାଇଦ୍ରାବାଦ:ଆଜିର ବ୍ୟସ୍ତବହୁଳ ଜୀବନରେ ଖାଦ୍ୟ ପାନୀୟ, ନିଦ, ବିଶ୍ରାମରେ ଅନିୟମିତତା ଦେଖିବାକୁ ମିଳିଥାଏ । ଯାହାର ସବୁଠାରୁ ଖରାପ ପ୍ରଭାବ ଆମ ଶରୀର ଉପରେ ପଡିଥାଏ । ବାହ୍ୟ ଅଙ୍ଗ ଅପେକ୍ଷା ଆଭ୍ୟନ୍ତରୀଣ ଅଙ୍ଗ ଏହାଦ୍ୱାରା ଅଧିକ ପ୍ରଭାବିତ ହୋଇଥାଏ । ଲିଭର (ଯକୃତ) ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଲିଭରକୁ ସୁସ୍ଥ ରଖିବା ନିହାତି ଜରୁରୀ ।

ଡାକ୍ତରୀ ବିଶେଷଜ୍ଞମାନଙ୍କ କହିବାନୁଯାୟୀ, ଶରୀରରୁ ବିଷାକ୍ତ ପଦାର୍ଥ ବାହାରରେ ଯକୃତ କାମ କରିଥାଏ । ଯକୃତ ହଜମ ପ୍ରକ୍ରିୟାରେ ଉନ୍ନତି ଆଣେ ଏବଂ ଶରୀରରେ ହରମୋନ୍ ସନ୍ତୁଳନ ବଜାୟ ରଖିବାରେ ସାହାଯ୍ୟ କରେ । ଯକୃତକୁ ସୁସ୍ଥ ରଖିବା ପାଇଁ ଏକ ସୁସ୍ଥ ଜୀବନଶୈଳୀ ଗ୍ରହଣ କରିବା ଜରୁରୀ ଅଟେ । ଜଣେ ବ୍ୟକ୍ତି ଯକୃତ ବିନା ଅଧିକ ଦିନ ବଞ୍ଚିପାରିବ ନାହିଁ ।

ଲିଭର ଖରାପ ହେଲେ ଦେଖାଯାଏ ଏହିସବୁ ଲକ୍ଷଣ:

ଲିଭରକୁ ସୁସ୍ଥ ରଖିବା ପାଇଁ ଖାଦ୍ୟ ପାନୀୟ ଅଭ୍ୟାସ ଉପରେ ବିଶେଷ ଧ୍ୟାନ ଦେବା ଉଚିତ ।ଯକୃତକୁ ସୁସ୍ଥ ରଖିବା ପାଇଁ ଜଣେ ସନ୍ତୁଳିତ ଖାଦ୍ୟ ଗ୍ରହଣ କରିବା ଏବଂ ମଦ୍ୟପାନ କମାଇବା ଉଚିତ୍। ଅଧିକାଂଶ ସମୟରେ ଯକୃତ ଖରାପ ହୋଇଥିଲେ ତାହା ଜଣାପଡିନଥାଏ । ଯକୃତ ଖରାପ ହେବାର ଲକ୍ଷଣଗୁଡିକ ବେଶ ସାଧାରଣ ହୋଇଥାଏ । ଯେଉଁଥିପାଇଁ ଜଣେ ବ୍ୟକ୍ତି ଏହାକୁ ଅଣଦେଖା କରିଦିଏ । ବିନା ଡାକ୍ତରଙ୍କ ଯାଞ୍ଚରେ ଯକୃତ ଖରାପ ହୋଇଥାଏ ଜଣାପଡିନଥାଏ । ଅନେକ ସମୟରେ ଯକୃତରେ କିଛି ସମସ୍ୟା ଥିଲେ ରୋଗୀ ଏହାର ଲକ୍ଷଣ ଅନୁଭବ କରିପାରେ ନାହିଁ । ତେବେ ଆସନ୍ତୁ ଜାଣିବା, ଯଦି ଯକୃତରେ କିଛି ସମସ୍ୟା ଥାଏ, ତେବେ ମୁହଁ ଏବଂ ଶରୀରରେ କେଉଁ କେଉଁ ଲକ୍ଷଣ ଦେଖାଯାଇଥାଏ ।

ଏହା ମଧ୍ୟ ପଢ଼ନ୍ତୁ-

ମଦ ପିଉଛନ୍ତି କି ? କାହିଁକି ଖାଇବା ଜରୁରୀ କଞ୍ଚାଲଙ୍କା , ଜାଣନ୍ତୁ କାରଣ ? - BENEFITS OF GREEN CHILLIES

ଲକ୍ଷଣ ଓ ଚିକିତ୍ସାକୁ ଅଣଦେଖା କରୁଛନ୍ତି କି ? ଗୁରୁତର ହୋଇପାରେ ଯକୃତ ସମସ୍ୟା - World Liver Day 2024 - WORLD LIVER DAY 2024

କଟକ SCB ମେଡିକାଲରେ ଦ୍ବିତୀୟ ଲିଭର ଟ୍ରାନ୍ସପ୍ଲାଣ୍ଟ, ସ୍ବାମୀ ଦେହରେ ସ୍ତ୍ରୀ ଯକୃତ - Liver Transplant In SCB - LIVER TRANSPLANT IN SCB

ଶରୀର ବା ମୁହଁରେ ଦେଖାଯାଏ ଏହିସବୁ ଲକ୍ଷଣ:

NIHରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଯଦି ଜଣେ ବ୍ୟକ୍ତି ମୁହଁରେ କିମ୍ବା ଶରୀରରେ ଏପରି ଲକ୍ଷଣ ଦେଖନ୍ତି, ତେବେ ସେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ୍ । ଯଦି ଆପଣଙ୍କ ଶରୀର ହଳଦିଆ ଦେଖାଯାଏ, କ୍ଲାନ୍ତ ବା ଥକ୍କାପଣ ଅନୁଭବ କରନ୍ତି, ପେଟ କାମୁଡିବା ବା ପେଟରେ ଦରଜ ଅନୁଭବ କରିବା, ଭୋକ ନ ଲାଗିବା, ବାନ୍ତି ଲାଗିବା, କଳା ବା ଅସାଧାରଣ ପରିସ୍ରା ଭଳି ଲକ୍ଷଣ ଦେଖିବାକୁ ପାଆନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।

ଶରୀର ହଳଦିଆ ଦେଖାଯିବା:ଆଖି ଓ ମୁହଁ ଇଷତ ହଳଦିଆ ଦେଖାଯିବା ଓ ମୁହଁ ଶୁଖିଲା ଦେଖାଯିବା ଏକ ସାଧାରଣ ଲକ୍ଷଣ । ଯାହାକୁ ଲୋକମାନେ ଅଣଦେଖା କରିଦିଅନ୍ତି । କିନ୍ତୁ ଏଭଳି ଲକ୍ଷଣ ଲିଭର ଖରାପ ହେଲେ ଦେଖାଯାଏ ।

ତ୍ୱଚା କୁଣ୍ଡାଇ ହେବା ଓ ଶୁଖିଲା ଦେଖାଯିବା: ଲିଭର ଖରାପ ହେଲେ ତ୍ୱଚା କୁଣ୍ଡାଇ ହେବା ସହ ଶୁଖିଲା ଦେଖାଯାଏ । କାରଣ ଲିଭର ଖରାପ ହେଲେ ରକ୍ତ ପରିସ୍କାର ହୋଇନଥାଏ । ଯଦି ଆପଣଙ୍କ ଶରୀରରେ ଏଭଳି ଲକ୍ଷଣ ଦେଖାଯାଉଛି ତେବେ ଅଣଦେଖା ନକରି ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

ତ୍ୱଚା ବା ଶରୀରରେ ଦାଗ ଦେଖାଯିବା: ଲିଭର ଖରାପ ହୋଇଥିଲେ ତ୍ୱଚାରେ ହାଲକା ରଙ୍ଗର କିମ୍ବା କଳା ଦାଗ ଦେଖାଯାଏ । ଏପରିକି ଜନ୍ମଚିହ୍ନ ମଧ୍ୟ ଦେଖିବାକୁ ମିଳେ ।ଯାହାକୁ ଲିଭର ସ୍ପଷ୍ଟ କୁହାଯାଏ । ଲିଭର ଖରାପ କାରଣରୁ ଶରୀରରେ ହରମୋନାଲ ଅନିୟମିତତା ଦେଖିବାକୁ ମିଳେ । ଯାହାର ପ୍ରଭାବ ତ୍ୱଚା ଉପରେ ପଡେ । ଯେଉଁଥିପାଇଁ କଳା ଦାଗ ଦେଖାଯାଏ ।

ନଖର ରଙ୍ଗ ପରିବର୍ତ୍ତନ: ନଖ ହଳଦିଆ ଦେଖାଯାଉଥିଲେ ଏହାକୁ ଅଣଦେଖା କରନ୍ତୁ ନାହିଁ । କାରଣ ଏହା ଲିଭର ଖରାପର ଲକ୍ଷଣ ହୋଇପାରେ ।

କ୍ଲାନ୍ତ ବା ଥକ୍କାପଣ ଅନୁଭବ ହେବା: ଯଦି ଅଳ୍ପ କିଛି କାମ କରି କ୍ଲାନ୍ତ କିମ୍ବା ଥକ୍କାପଣ ଅନୁଭବ କରୁଛନ୍ତି । ତେବେ ଏହା ମଧ୍ୟ ଲିଭର ଖରାପର ଲକ୍ଷଣ ହୋଇପାରେ । ଚର୍ମ ବାରମ୍ବାର ଶୁଷ୍କ ହୋଇଯିବା ମଧ୍ୟ ଆଉ ଏକ ଲକ୍ଷଣ ଅଟେ ।

ପେଟ କାମୁଡିବା ବା ପେଟରେ ଦରଜ ଅନୁଭବ ହେବା ଓ ବାନ୍ତି ଲାଗିବା: ଲଗାତର ପେଟ କାମୁଡିବା କିମ୍ବା ପେଟର ଦରଜ ଅନୁଭବ ହେଲେ ଡାକ୍ତରଙ୍କୁ ପରାମର୍ଶ କରିବା ଜରୁରୀ । ଆଉମଧ୍ୟ ବାରମ୍ବାର ବାନ୍ତି ଲାଗିବା ଲିଭର ଖରାପର ଲକ୍ଷଣ ହୋଇପାରେ । ଏହିସବୁ ଲକ୍ଷଣ କିଛି ଦିନ ଧରି ଲଗାତର ଅନୁଭବ କରୁଥିଲେ ହେଳା ନ କରି ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ।

ଏହାମଧ୍ୟ ପଢନ୍ତୁ...

ମଧୁମେହ ରୋଗୀ ଗୁଡ଼ ଖାଇପାରିବେ କି ? କଣ କୁହନ୍ତି ବିଶେଷଜ୍ଞ

ଆପଣଙ୍କ ପାଖରେ ଏହି ସବୁ ଲକ୍ଷଣ ରହିଛି କି ? ହୋଇପାରେ ଗର୍ଭାଶୟ କର୍କଟ...

ରାତି 10ଟା ପରେ ଶରୀରରେ ଏସବୁ ଲକ୍ଷଣ, ହୋଇପାରେ ହାଇ କୋଲେଷ୍ଟ୍ରଲର କାରଣ: ରିସର୍ଚ୍ଚ

ପରିସ୍ରାରେ ଫେଣ ହେଉଛି କି ? ହୋଇପାରେ ଏସବୁ ରୋଗର ଲକ୍ଷଣ

(Disclaimer: ଏହି ଖବରରେ ଆପଣଙ୍କୁ ଦିଆଯାଇଥିବା ସମସ୍ତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଏବଂ ପରାମର୍ଶ କେବଳ ଆପଣଙ୍କ ଜାଣିବା ପାଇଁ । ବୈଜ୍ଞାନିକ ଅନୁସନ୍ଧାନ, ଅଧ୍ୟୟନ, ଚିକିତ୍ସକଙ୍କ ପରାମର୍ଶ ଉପରେ ଆଧାର କରି ଏହି ସୂଚନା ପ୍ରଦାନ କରୁ।)

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details