ଓଡିଶା

odisha

ETV Bharat / health

ଶ୍ରାବଣ ବ୍ରତଧାରୀ ସାବଧାନ ! ଏହି ଖାଦ୍ୟ ଖାଇଲେ ବିଗିଡିପାରେ ସ୍ବାସ୍ଥ୍ୟ - Sawan Vrat

Sawan Vrat: ପ୍ରତ୍ୟେକ ହିନ୍ଦୁ ଧର୍ମାବଲମ୍ବୀଙ୍କ ପାଇଁ ଶ୍ରାବଣ ମାସ ସୋମବାରର ରହିଛି ବିଶେଷତ୍ବ । ଏହି ଦିନ ଦେବ ଦେବ ମହାଦେବଙ୍କୁ ପୂଜାର୍ଚ୍ଚନା କରି ବ୍ରତ ରଖିଥାନ୍ତି ଭକ୍ତ । ଆପଣ ମଧ୍ୟ ବ୍ରତ ରଖୁଥିଲେ, ଏହି ସମୟରେ କେଉଁ ଖାଦ୍ୟ ଖାଇବେ ଏବଂ କେଉଁ ଖାଦ୍ୟ ଖାଇବେ ନାହିଁ ଜାଣନ୍ତୁ ।

Sawan Vrat
Sawan Vrat (ETV Bharat)

By ETV Bharat Odisha Team

Published : Jul 21, 2024, 4:10 PM IST

ହାଇଦ୍ରାବାଦ: ଆସିଛି ଶ୍ରାବଣ ମାସ । ଏହି ମାସ ହିନ୍ଦୁ ଧର୍ମାବଲମ୍ବୀଙ୍କ ପାଇଁ ଏକ ପବିତ୍ର ମାସ ଭାବରେ ଗଣାଯାଏ । ବିଶେଷ କରି ଶ୍ରାବଣ ସୋମବାରରେ ଅନେକ ଲୋକ ବ୍ରତ ରଖିଥାନ୍ତି । ଏହି ମାସରେ ଭଗବାନ ଶିବଙ୍କୁ ନିଷ୍ଠାର ସହ ପୂଜା କଲେ ମନସ୍କାମନା ପୂରଣ ହେବା ନେଇ ବିଶ୍ବାସ ରହିଛି । ଯେଉଁ କାରଣରୁ ଶିବ ଭକ୍ତମାନେ ଆମିଷ ଭକ୍ଷଣ କରିନଥାନ୍ତି । ମାସର ପ୍ରତ୍ୟକ ଦିନ ସାକାହାରୀ ଭୋଜନ ସହ ସୋମବାର ବ୍ରତ ରଖିଥାନ୍ତି । ଏପରି କିଛି ଶୈବ ଭକ୍ତ ଅଛନ୍ତି, ଯେଉଁମାନେ ପ୍ରଥମ କରି ବ୍ରତ ରଖୁଛନ୍ତି । ଏପରି ସ୍ଥିତିରେ କେଉଁ ସବୁ ଖାଦ୍ୟ ଖାଇବା ଉଚିତ, କ'ଣ ଖାଇବା ଅନୁଚିତ ତାହା ସେମାନେ ଜାଣିପାରନ୍ତି ନାହିଁ । ଏଭଳି କ୍ଷେତ୍ରରେ ବିଶେଷଜ୍ଞମାନେ କ'ଣ ସବୁ ପରାମର୍ଶ ଦେଇଛନ୍ତି ଆସନ୍ତୁ ଜାଣିବା ।

କେଉଁ ଖାଦ୍ୟ ଖାଇବେ:

ଅନେକ ସମୟରେ ଦେଖାଯାଏ ଯେ, ବ୍ରତଧାରୀମାନଙ୍କର ଭୋଜନ ଠିକ ହେଉନଥିବାରୁ ଦୁର୍ବଳ ଓ ଥକାପଣ ଅନୁଭୂତ ହୋଇଥାଏ । ଏହାକୁ ଦୂର କରିବାକୁ ବିଶେଷଜ୍ଞ ଦେଇଥିବା ପରାମର୍ଶ ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଡାଏଟିସିଆନଙ୍କ କହିବା ଅନୁଯାୟୀ, ବ୍ରତ ସମୟରେ ଆପଣ ଅନ୍ନ ଖାଆନ୍ତି ନାହିଁ । ତେଣୁ ଦୁର୍ବଳ ଅନୁଭୂତ ନହେବା ପାଇଁ ଫଳମୂଳ ଖାଇବାକୁ ଭୁଲନ୍ତୁନି । ଏହାଦ୍ବାରା ଆପଣଙ୍କ ଶରୀରକୁ ଶକ୍ତି ମିଳିଥାଏ । ଏହା ବ୍ୟତୀତ ବ୍ରତ ସମୟରେ ଆପଣ ବାଦାମ କିମ୍ବା ଅନ୍ୟ ଡ୍ରାଏଫ୍ରୁଟସ ମଧ୍ୟ ଖାଇପାରିବେ । ଏହା ଶରୀର ପାଇଁ ଖୁବ ଉପଯୋଗୀ । ଅନେକ ବ୍ରତଧାରୀ ସାବୁଦାନା ଖାଇଥାନ୍ତି । ଏହା ମଧ୍ୟ ଶରୀର ପାଇଁ ହିତକର । ଆପଣ ସାବୁଦାନାର ଖେଚୁଡି ମଧ୍ୟ ପ୍ରସ୍ତୁତ କରି ଖାଇପାରିବେ ।

କେଉଁ ଖାଦ୍ୟ ଖାଇବେ ନାହିଁ:

ବ୍ରତ ସମୟରେ କୌଣସି ମସଲାଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ । ଏହାଦ୍ବାରା ଆପଣଙ୍କୁ ଏସିଡିଟି ହୋଇପାରେ । ରକ୍ତଚାପ ମଧ୍ୟ ବଢିବାର ଆଶଙ୍କା ରହିଥାଏ । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଡିହାଇଡ୍ରେସନରୁ ରକ୍ଷା ପାଇବାକୁ ପ୍ରଚୁର ପରିମାଣରେ ପାଣି ପିଅନ୍ତୁ ।

ଏହା ବି ପଢନ୍ତୁ...ପ୍ରତିଦିନ ସକାଳୁ ପିଅନ୍ତୁ ଏହି ପାଣି, ବରଫ ଭଳି ତରଳିଯିବ ଖରାପ କୋଲେଷ୍ଟ୍ରଲ - Home Remedies For Bad Cholesterol

ଏହା ବି ପଢନ୍ତୁ...କ୍ୟାନସର ମଧୁମେହ ରହିବ ଦୂରରେ, ସକାଳୁ ଜଳଖିଆରେ ଖାଆନ୍ତୁ ସ୍ପ୍ରାଉଟ୍‌ - Benefits Of Eating Sprouts

ABOUT THE AUTHOR

...view details