ହାଇଦ୍ରାବାଦ: ଅଧିକାଂଶ ଭାରତୀୟଙ୍କ ସକାଳ ଆରମ୍ଭ ହୁଏ କପେ ଚା'ରୁ । କିଛି ଲୋକ ଏମିତି ଅଛନ୍ତି, ସକାଳେ ଚା' ପିଇବା ବିନା କୌଣସି କାମ ଆରମ୍ଭ କରନ୍ତି ନାହିଁ । ଆଉ କିଛି ଲୋକଙ୍କୁ ଦିନକୁ ଦୁଇ ଥର ଚା' ନ ମିଳିଲେ, ତାଙ୍କର ଅବସ୍ଥା ଖରାପ ହୋଇଯାଏ । ଏମିତିକି କେତେକ ଲୋକଙ୍କ ମୁଣ୍ଡ ବିନ୍ଧା ଭଳି ସମସ୍ୟା ମଧ୍ୟ ହେଉଥିବା ଦେଖିବାକୁ ମିଳେ । ଭାରତୀୟଙ୍କ ସହ ଚା'ର ସମ୍ପର୍କ ଖୁବ୍ ନିବିଡ଼ । କପେ ଚା' ବିନା ତାଙ୍କ ଦିନ ଚାଲେନି । ଆମେ ଯେଉଁ ଚା' ପିଉ, ସେଥିରେ ମୁଖ୍ୟତଃ କ୍ଷୀର, ଚା' ପତି ଓ ଚିନି ପକାଇଥାଉ । ଅନେକ ଲୋକ ବିଭିନ୍ନ ପ୍ରକାରର ଚା' ପିଅନ୍ତି, ଯେମିତିକି- ଲେମନ ଟି, ବ୍ଲାକ ଟି ଓ ଗ୍ରୀନ ଟି ।
ଅଧିକାଂଶ ଲୋକେ ଚା'ରେ ଲୁଣ ପକାନ୍ତି । ଆଉ କିଛି ମିଶାନ୍ତି ନାହିଁ । ହେଲେ ଜାଣନ୍ତି କି ? ଚା'ରେ ଚିମୁଟେ ଲୁଣ ମିଶାଇବା ଦ୍ବାରା ଅନେକ ସ୍ବାସ୍ଥ୍ୟଗତ ଫାଇଦା ମିଳିଥାଏ । ଚାଲନ୍ତୁ ଜାଣିବା ସେ ବିଷୟରେ...
ପାଚନ କ୍ରିୟା ଭଲ ହୁଏ: ଲୁଣ ମଣିଷ ଶରୀରରେ ପାଚନ ରସ ଉତ୍ପାଦନକୁ ବଢାଇଥାଏ ଓ ପାଚନ କ୍ରିୟା ଠିକ୍ ରଖେ । ଫଳରେ ଆପଣ ଖାଉଥିବା ଖାଦ୍ୟ ସହଜରେ ହଜମ ହୁଏ ।
ଇମ୍ୟୁନିଟି ବୁଷ୍ଟର:ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ଉନ୍ନତ କରିବାରେ ଲୁଣ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରେ । ଏଥିରେ ମୌସୁମୀ ସମୟରେ ହେଉଥିବା ସଂକ୍ରମଣରୁ ରୋକିବାର ଶକ୍ତି ଥାଏ ।
ହାଇଡ୍ରେସନ: ଲୁଣ ଏକ ପ୍ରାକୃତିକ ଇଲେକ୍ଟ୍ରୋଲାଇଟ ଅଟେ । ଅଧିକ ଗରମରେ ଝାଳ ବାହାରିବା କାରଣରୁ ଶରୀରରୁ କମ୍ ହେଉଥିବା ଲୁଣକୁ ପୁଣିଥରେ ଭରିଥାଏ ।
ନ୍ୟୁଟିସନରେ ଭରପୂର: ଲୁଣରେ ସୋଡିୟମ, କ୍ୟାଲେସିୟମ, ମ୍ୟାଗ୍ନେସିୟମ ଓ ପୋଟାସିୟମ ରହିଛି । ଏହିସବୁ ପୋଷକ ତତ୍ତ୍ବ ମଣିଷକୁ ସୁସ୍ଥ ରଖିବା ପାଇଁ ଆବଶ୍ୟକ ।