ଓଡିଶା

odisha

ETV Bharat / health

ପୋଷକ ତତ୍ତ୍ବରେ ଭରପୂର ଆମ୍ବ, ହେବନି ପେଟ ସମ୍ବନ୍ଧୀୟ ରୋଗ - Mango Eliminates Indigestion

Mango Eliminates Indigestion: ବଦହଜମି ସମସ୍ୟା ଦେଇ ଗତି କରୁଥିଲେ ଆଉ କରନ୍ତୁନି ଭୟ । ଏହି ଫଳ କରିବ ସାହାଯ୍ୟ । ଅଧିକ ପଢନ୍ତୁ

Mango Eliminates Indigestion
Mango Eliminates Indigestion (etv bharat odisha)

By ETV Bharat Odisha Team

Published : May 4, 2024, 5:30 PM IST

ହାଇଦ୍ରାବାଦ: ଆମ୍ବ...କାହାକୁ ବା ନପସନ୍ଦ । ନାଁ ଶୁଣିଲେ ହିଁ ପାଟିରେ ପାଣି ଆସିଯାଏ । ବିଶେଷଭାବେ ଗ୍ରୀଷ୍ମ ଋତୁରେ ସମସ୍ତଙ୍କର ପସନ୍ଦ ଥାଏ ଆମ୍ବ । ତେବେ ଆମ୍ବ କେବଳ ପାଟିକୁ ସୁଆଦିଆ ନୁହେଁ ବରଂ ଏହା ସ୍ବାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ସ୍ୱାଦରେ ପରିପୂର୍ଣ୍ଣ ଏହି ଆମ୍ବ ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ତେବେ ଆଜିକା ସମୟରେ ଇନ୍‌ଡାଇଜେସନ୍‌ ଏକ ସାଧାରଣ ସମସ୍ୟା ହୋଇଥିବା ବେଳେ ଏଥିରୁ ଆମ୍ବ ରକ୍ଷା କରିପାରେ ବୋଲି ଏକ ରିସର୍ଚ୍ଚରୁ ଜଣାପଡିଛି । ହାଇଦ୍ରାବାଦ ସେଣ୍ଟ୍ରାଲ ୟୁନିଭରସିଟି (HCU) ର ପ୍ରଫେସରମାନେ ଅନୁସନ୍ଧାନ ସମୟରେ ଏହା ଜାଣିବାକୁ ପାଇଛନ୍ତି । ପୃଷ୍ଟିକର ଖାଦ୍ୟ କୁହାଯାଉଥିବା ଆମ୍ବ ପ୍ରାକୃତିକ ଔଷଧ ଭାବେ କାର୍ଯ୍ୟ କରିଥାଏ । ଆମ୍ବରେ ରହିଥିବା ବାୟୋ କମ୍ପୋନେଣ୍ଟ ମାଙ୍ଗିଫେରିନକୁ ନେଇ ମୂଷାଙ୍କ ଉପରେ ଅନୁଧ୍ୟାନ କରାଯାଇଥିଲା । ତେବେ ଏହା ଇନଡାଇଜେସନକୁ ରୋକିବାରେ ସହାୟକ ବୋଲି ପ୍ରମାଣିତ ହୋଇଛି । ଏହା ଆମେରିକାନ କେମିକାଲ ସୋସାଇଟି ଫାର୍ମାକୋଲୋଜି ପତ୍ରିକାରେ ପ୍ରକାଶ ପାଇଛି ।

ଏହା ମଧ୍ୟ ପଢନ୍ତୁ: ଦେଶରେ ବୃଦ୍ଧି ପାଉଛି ପେଟ ସମ୍ବନ୍ଧୀୟ ରୋଗ, ଏହା ହେଉଛି କାରଣ

ତେବେ ଆମ୍ବକୁ ନେଇ ଅନେକ ପ୍ରକାର ଖବର ସାମ୍ନାକୁ ଆସୁଥିଲା । ତେବେ ଆମ୍ବରେ ମିଳୁଥିବା ରାସାୟନିକ ମାଙ୍ଗିଫେରିନ ଇନଡାଇଜେସନ ସମସ୍ୟାକୁ କମ୍ କରେ କି? ହଜମ ପ୍ରକ୍ରିୟାରେ ବୃହତ ଅନ୍ତନଳୀ ଏବଂ କ୍ଷୁଦ୍ର ଅନ୍ତନଳୀରେ କାମ କରିଥାଏ କି? ଏହା କୋଲୋନ୍ କ୍ୟାନ୍ସର ସେଲ୍‌କୁ ମାରିଥାଏ କି? ଏହି ସମସ୍ୟାଗୁଡିକ ବିଷୟରେ ଜାଣିବା ପାଇଁ HCU ପ୍ରଫେସର ରାଡ୍ଡାନା, ଡ. ଗଙ୍ଗାଧର, କେ ସୁରେଶ, କେ ଅନିଲ ତିନିବର୍ଷ ପୂର୍ବେ ଯାତ୍ରା କରିଥିଲେ । ଏନେଇ ମୂଷାଙ୍କ ଉପରେ ପରୀକ୍ଷା କରାଯାଇଥିଲା । ମୂଷାମାନଙ୍କୁ କୃତ୍ରିମ ଭାବେ ଇନଡାଇଜେସନ କରାଯାଇଥିବା ବେଳେ ଔଷଧ ଭାବେ ମାଙ୍ଗିଫେରିନ୍ ଦିଆଯାଇଥିଲା । ଏହା ଦ୍ବାରା ହଜମ ପ୍ରକ୍ରିୟାରେ ଉନ୍ନତି ସହିତ କୋଲନ୍ କର୍କଟ କୋଷିକା ମଧ୍ୟ ବିଲୁପ୍ତ ହୋଇଥିବା ଦେଖାଯାଇଥିଲା । ଏହାସହିତ ମାଙ୍ଗିଫେରିନକୁ କ୍ଲିନିକାଲ୍ ବିକାଶ ପାଇଁ ପ୍ରାଥମିକ କ୍ଲିନିକାଲ୍ ପରୀକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଏହା ମଧ୍ୟ ପଢନ୍ତୁ: Mango Overeating: ସ୍ବାଦ ଲୋଭରେ ଖାଆନ୍ତୁ ନାହିଁ ଅଧିକ ଆମ୍ବ, ଏହି ସମୟରେ ଖାଇବା ଆବଶ୍ୟକ

ଭାରତରେ ମସଲା ଯୁକ୍ତ ଖାଦ୍ୟ ଖାଇବା କାରଣରୁ ପେଟରେ ପାକସ୍ଥଳୀର କାର୍ଯ୍ୟ ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି । ଏହି କାରଣରୁ ପ୍ରଦାହ ଜନିତ ଅନ୍ତଃସ୍ଥଳୀ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । 1990 ରୁ 2019 ମଧ୍ୟରେ ଏହି ରୋଗରେ ପୀଡିତ ଲୋକଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଛି । ଖାଦ୍ୟ ଏବଂ ଜୀବନଶୈଳୀରେ ପରିବର୍ତ୍ତନ କାରଣରୁ ଡିସପେସିଆ ହେଉଥିବା କୁହାଯାଇଛି । ତେବେ ଆମ୍ବର ସେବନ ଦ୍ବାରା ଏହି ସମସ୍ୟାରୁ ମୁକ୍ତି ମିଳିବ ବୋଲି ଅନୁସନ୍ଧାନକାରୀମାନେ କହିଛନ୍ତି । ତେବେ ଏଠାରେ ପ୍ରକାଶଯୋଗ୍ୟ ଯେ, ଆମ୍ବ ଖାଇବା ଦ୍ବାରା ଶରୀରରେ ରକ୍ତ ଶର୍କରା ବୃଦ୍ଧି ପାଇଥାଏ । ତେଣୁ ମଧୁମେହ ରୋଗୀ ଏହା ଖାଇବା ସମୟରେ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ବୋଲି କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details