Restaurant style egg 65:ଆପଣ ମଟନ୍ 65, ଚିକେନ 65 ଖାଇଥିବେ । ହେଲେ କେବେ ଅଣ୍ଡା ବା ଏଗ୍ 65 ଖାଇଛନ୍ତି କି ? ଯଦି ନା, ତାହେଲେ ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ଏହି ସ୍ବାଦିଷ୍ଟ ଡିସ୍ । ସନ୍ଧ୍ୟାବେଳେ କିଛି ଫାଷ୍ଟଫୁଡ ଖାଇବାକୁ ଖାଇବାକୁ ମନ ହେଉଥିଲେ ନିଜ ଘରେ ରେସ୍ତୋରାଁ ଷ୍ଟାଇଲରେ 'ଅଣ୍ଡା 65' ବନାଇ ଖାଇପାରିବେ, ତା' ପୁଣି ମାତ୍ର କେଇ ମିନିଟ୍ରେ । ଏହି ଡିସ୍ ଆମିଷପ୍ରେମୀ, ଛୋଟ ଛୁଆଙ୍କୁ ଭାରି ପସନ୍ଦ ଆସିବ । ଏହା ସ୍ବାଦିଷ୍ଟ ସହ ସ୍ବାସ୍ଥ୍ୟ ପାଇଁ ବି ଭଲ । ଚାଲନ୍ତୁ ଜାଣିବା କେମିତି ପ୍ରସ୍ତୁତ ହୁଏ ଏହି ଅଣ୍ଡା 65 ।
ଆବଶ୍ୟକୀୟ ସାମଗ୍ରୀ:
- ସିଝା ଅଣ୍ଡା
- ବେସନ- ଅଧା କପ୍
- ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ, ଧନିଆ ଗୁଣ୍ଡ
- ଅଦା
- ରସୁଣ
- କଞ୍ଚା ଲଙ୍କା
- ଭୃସଙ୍ଗ ପତ୍ର
- ଧନିଆ ପତ୍ର
- ତେଲ