ଓଡିଶା

odisha

ETV Bharat / health

ହଳଦିଆ ଦାନ୍ତ ଧଳା କରିବାକୁ ଚାହୁଁଛନ୍ତି ? ଏହି ଘରୋଇ ଉପାୟ ଆପଣାନ୍ତୁ

ନିଜ ହଳଦିଆ ଦାନ୍ତକୁ ନେଇ ଚିନ୍ତିତ କି ? ଏହି ଖବରରେ ଜାଣନ୍ତୁ କିଛି ଘରୋଇ ଉପାୟ, ଯାହାଦ୍ବାରା ହଳଦିଆ ଦାନ୍ତରୁ ମିଳିପାରିବ ମୁକ୍ତି ।

By ETV Bharat Health Team

Published : 5 hours ago

ହଳଦିଆ ଦାନ୍ତ ଧଳା କରିବାକୁ ଚାହୁଁଛନ୍ତି ? ଏହି ଘରୋଇ ଉପାୟ ଆପଣାନ୍ତୁ
ହଳଦିଆ ଦାନ୍ତ ଧଳା କରିବାକୁ ଚାହୁଁଛନ୍ତି ? ଏହି ଘରୋଇ ଉପାୟ ଆପଣାନ୍ତୁ (ETV Bharat)

How to naturally whiten teeth: କେବଳ ଚେହେରା ସୁନ୍ଦର ହେଲେ ଚଳିବନି, ସୌନ୍ଦର୍ଯ୍ୟ ସହ ଧଳା ଦାନ୍ତ ବି ଜରୁରୀ । ଧଳା ଦାନ୍ତ ମୁହଁର ସୌନ୍ଦର୍ଯ୍ୟ ବଢାଇଥାଏ । ହେଲେ ଦେଖାଯାଏ ଅନେକ ଲୋକଙ୍କ ଦାନ୍ତ ହଳଦିଆ ପଡିଯାଇଛି । ଏହି କାରଣରୁ ସେମାନଙ୍କୁ ଲଜ୍ଜିତ ହେବାକୁ ପଡିଥାଏ । ସମସ୍ତଙ୍କ ସାମ୍ନାରେ ହସିବା, କଥା କହିବାକୁ ଲଜ୍ଜା କରନ୍ତି । ଦାନ୍ତ ହଳଦିଆ ରହିଲେ କ୍ୟାଭିଟି ହୋଇ ନଷ୍ଟ ହେବାର ମଧ୍ୟ ସମ୍ଭାବନା ଥାଏ । ଅନେକଙ୍କ ମୁହଁରୁ ଦୁର୍ଗନ୍ଧ ବି ଆସିଥାଏ । ଯଦି ଆପଣ ବି ଏହି ସମସ୍ୟାରେ ପୀଡିତ ଏବଂ ନିଜ ହଳଦିଆ ଦାନ୍ତକୁ ଧଳା କରିବାକୁ ଚାହୁଁଛନ୍ତି, ତାହେଲେ କୌଣସି ଦନ୍ତରୋଗ ବିଶେଷଜ୍ଞ ପାଖକୁ ଯିବାକୁ ପଡିବନି । ନିଜ ଘରେ କିଛି ଉପାୟ ମାଧ୍ୟମରେ ହଳଦିଆ ଦାନ୍ତରୁ ମୁକ୍ତି ପାଇପାରିବେ ।

ଅଏଲ ପୁଲିଂ

ଦାନ୍ତ ସଫା ପାଇଁ ଅଏଲ ପୁଲିଂ ଭାରତରେ ଏକ ପାରମ୍ପରିକ ଉପଚାର । ପାଟିରେ ବିଭିନ୍ନ ପ୍ରକାର ବ୍ୟାକ୍ଟେରିଆ ଥାଆନ୍ତି । କିଛି ହାନିକାରକ ବ୍ୟାକ୍ଟେରିଆ ରହିଥାନ୍ତି ଯାହା ଦାନ୍ତ ନଷ୍ଟ କରିବା, ମୁଖ ଦୁର୍ଗନ୍ଧ ଓ ମାଢି ସଂକ୍ରମଣ, ଦାନ୍ତ ହଳଦିଆ ପଡିବା ଭଳି ସମସ୍ୟାର କାରଣ ହୋଇଥାନ୍ତି । ଅଏଲ ପୁଲିଂ ଦ୍ବାରା ଏହି ବ୍ୟାକ୍ଟେରିଆ ସଂଖ୍ୟା କମ୍ ହୋଇଥାଏ । ଅଏଲ ପୁଲିଂ ପାଇଁ ନଡିଆ ତେଲ, ସିସମେ କିମ୍ବା ଅଲିଭ ଅଏଲ ବ୍ୟବହାର କରିପାରିବେ । ଅନେକ ଲୋକ ଦାବି କରନ୍ତି, ନିୟମିତ ଅଏଲ ପୁଲିଂ କରିବା ଦ୍ବାରା ଦାନ୍ତ ସଫା ହୋଇ ଧଳା ଦିଶିଥାଏ । ତେବେ ଏନେଇ କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ ।

ଅଏଲ ପୁଲିଂ: ଏକ ଚାମଚ ତେଲ ପାଟିରେ ରଖନ୍ତୁ । ଏହାକୁ ପାଟିରେ ଏପଟ ସେପଟ କରି ଭଲ ଭାବେ ବୁଲାନ୍ତୁ । ପାଖାପାଖି 10-15 ମିନିଟ୍ ପରେ ତେଲକୁ ମୁହଁରୁ ବାହାର କରନ୍ତୁ । ଏହାପରେ ଦାନ୍ତ ବ୍ରଶ କରନ୍ତୁ ।

ବେକିଂ ସୋଡା

ବେକିଂ ସୋଡାରେ ପ୍ରାକୃତିକ ଭାବେ ଦାନ୍ତ ଧଳା କରିବାର ଗୁଣ ରହିଥାଏ । ଏହି କାରଣରୁ ବିଭିନ୍ନ କମର୍ସିଆଲ ଟୁଥପେଷ୍ଟରେ ଏହା ବ୍ୟବହାର କରାଯାଏ । କିଛି ଅଧ୍ୟୟନରୁ ଜଣାପଡେ, ବେକିଂ ସୋଡା ଥିବା ଟୁଥପେଷ୍ଟରେ ଦାନ୍ତ ଘଷିଲେ ଦାନ୍ତ ସୁସ୍ଥ ରହିବା ସହ ଧଳା ଦେଖାଯାଏ ।

ଘରୋଇ ଉପାୟ ପାଇଁ ଆପଣ ଗୋଟିଏ ଚାମଚ ବେକିଂ ସୋଡାରେ ଦୁଇ ଚାମଚ ପାଣି ମିଶାନ୍ତୁ । ଏହି ପେଷ୍ଟକୁ ନିଜ ଦାନ୍ତରେ ବ୍ରଶ କରନ୍ତୁ । ସପ୍ତାହରେ ଆପଣ କିଛି ଦିନ ଏମିତି କରିପାରିବେ ।

ବେକିଂ ସୋଡା ଓ ଲେମ୍ବୁ

ଦାବି କରାଯାଏ ଯେ ବେକିଂ ସୋଡା କଫି, ମଦ ଓ ଧୂମ୍ରପାନ ଦ୍ବାରା ଦାନ୍ତର ହୋଇଥିବା ଦାଗ ଦୂର କରିପାରେ । ସୋଡାରେ ଲେମ୍ବୁ ମିଶାଇ ଦାନ୍ତ ସଫା କଲେ ଏହା ଭଲ କାମ କରିଥାଏ । ହଳଦିଆ ଦାନ୍ତ ଧଳା ହୋଇଯାଏ ବୋଲି କୁହାଯାଏ ।

ଷ୍ଟ୍ରବେରୀ

ଦାନ୍ତ ସଫା କରିବା ପାଇଁ ଷ୍ଟ୍ରବେରୀ ଓ ବେକିଂ ସୋଡା ମିଶ୍ରଣ ଏକ ପ୍ରାକୃତିକ ଉପାୟ ଅଟେ । ଅନେକ ସେଲିବ୍ରିଟି ଏହାକୁ ଫଲୋ କରନ୍ତି । 2015ରେ ଏକ ଅଧ୍ୟୟନରୁ ଜଣାପଡିଥିଲା ଯେ, ଷ୍ଟ୍ରବେରୀ ଓ ବେକିଂ ସୋଡା ମିଶ୍ରଣ ବ୍ୟବହାର ଦ୍ବାରା ଦାନ୍ତର ରଙ୍ଗ ସାମାନ୍ୟ ସଫା ହୋଇଥିଲା । କିନ୍ତୁ ବଜାରର ବିଭିନ୍ନ ପ୍ରଡକ୍ଟ ଦ୍ବାରା ଏହା ହୋଇପାରିନଥିଲା । ଷ୍ଟ୍ରବେରୀ ଓ ବେକିଂ ସୋଡା ପେଷ୍ଟ ଦାନ୍ତର ଇନାମେଲ ଉପରେ କମ୍ ପ୍ରଭାବ ପକାଏ । ହେଲେ ଏହାକୁ ଅଧିକ ବ୍ୟବହାର କରିବା କ୍ଷତିକାରକ ହୋଇପାରେ ।

ଏହି ଉପାୟ କରିବା ପାଇଁ, ଏକ ତାଜା ଷ୍ଟ୍ରବେରୀକୁ କାଟନ୍ତୁ । ଏଥିରେ ବେକିଂ ସୋଡା ମିଶାଇ ପେଷ୍ଟ ତିଆରି କରନ୍ତୁ ଏବଂ ଦାନ୍ତରେ ବ୍ରଶ କରନ୍ତୁ ।

ସପୁରୀ

କେତେକ ଲୋକଙ୍କ ଦାବି ଯେ, ସପୁରୀ ଦ୍ବାରା ହଳଦିଆ ଦାନ୍ତ ଧଳା ହୋଇପାରିବ । ଏନେଇ ଏକ ଅଧ୍ୟୟନରେ ଜଣାପଡିଥିଲା, ବ୍ରୋମେଲାଇ ଏନଜାଇମରୁ ତିଆରି ଏକ ଜେଲ ଦାନ୍ତରୁ ଦାଗ ଦୂର କରିବାରେ ସାହାଯ୍ୟ କରେ । ଆଉ ଏହି ଏନଜାଇମ ସପୁରୀରରେ ମିଳେ ।

ଲେମ୍ବୁ, କମଳା ଚୋପା

ଲେମ୍ବୁ, କମଳା ଚୋପା ଦାନ୍ତ ସଫା କରିବାରେ କାମ କରେ । ଏହି ଚୋପାକୁ ଘଷିଲେ ଦାନ୍ତ ସଫା ହୋଇଯାଏ ବୋଲି ଅନେକଙ୍କ ବିଶ୍ବାସ । କୁହାଯାଏ, ଏଥିରେ ଥିବା ଡି-ଲେମୋନାଇନ ଓ ସାଇଟ୍ରିକ ଏସିଡି ଭଳି ଯୌଗିକ ଦାନ୍ତକୁ ଧଳା କରିବାରେ ସାହାଯ୍ୟ କରେ । ଆପଣ ଲେମ୍ବୁ କିମ୍ବା କମଳା ଚୋପାକୁ ଦାନ୍ତରେ 2 ମିନିଟ୍ ଯାଏଁ ଧୀରେ ଧୀରେ ଘଷନ୍ତୁ । ଏବେ ପାଣିରେ କୁଳି କରିବା ପରେ ବ୍ରଶ କରନ୍ତୁ ।

2010ର ଏକ ଅଧ୍ୟୟନରୁ କୁହାଯାଇଥିଲା ଯେ, 5 ପ୍ରତିଶତ ଡି-ଲେମୋନିନ ଟୁଥପେଷ୍ଟରେ ଦାନ୍ତ ଘଷିଲେ ଚା ଓ ଧୂମ୍ରପାନ ଯୋଗୁଁ ଦାନ୍ତରେ ହୋଇଥିବା ଦାଗ ଦୂର କରିବାରେ କାମ କରେ । ତେବେ ଲେମ୍ବୁ କିମ୍ବା କମଳାକୁ ଅଧିକ ବ୍ୟବହାର କରିବା ଉଚିତ୍ ନୁହେଁ କାରଣ ଏଥିରେ ଅଧିକ ଏସିଡ ଥାଏ । ଯାହାକି ଇନାମେଲକୁ ନଷ୍ଟ କରିପାରେ । ଯଦି ଆପଣଙ୍କ ଦାନ୍ତ ଅଧିକ ସମ୍ବେଦନଶୀଳ ତାହେଲେ ଏହି ଉପାୟ କରନ୍ତୁ ନାହିଁ ।

Ref- https://www.healthline.com/nutrition/whiten-teeth-naturally

Disclaimer-ଏଠାରେ ଦିଆଯାଇଥିବା ସୂଚନା କେବଳ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ।

ABOUT THE AUTHOR

...view details