ହାଇଦ୍ରାବାଦ:ବର୍ଷା ଦିନେ ଡେଙ୍ଗୁ, ମ୍ୟାଲେରିଆର ପାଦୁର୍ଭାବ ବଢିଯାଏ, ଯାହା ଏବେ ଦେଖାଯାଉଛି । ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିଚାଲିଛି । ବିଶେଷକରି ରାଜଧାନୀ ଭୁବନେଶ୍ବର ଡେଙ୍ଗୁ ହଟସ୍ପଟ୍ ପାଲଟିଛି । ଡେଙ୍ଗୁ ଏକ ମଶା ବାହିତ ରୋଗ । ଏଡିସ୍ ନାମକ ମଶା କାମୁଡିଲେ ଡେଙ୍ଗୁ ହୁଏ । ଡେଙ୍ଗୁ ରୋଗର ସବୁଠୁ ସାଧାରଣ ଲକ୍ଷଣ ହେଲା ଜ୍ବର । 2ରୁ 7 ଦିନ ପର୍ଯ୍ୟନ୍ତ ଲକ୍ଷଣ ରହିପାରେ । ସାଧାରଣତଃ ଡେଙ୍ଗୁ ମଶା କାମୁଡିବାର 3ରୁ 14 ଦିନ ପରେ ଲକ୍ଷଣ ଜଣାପଡେ । ଗୁରୁତର ମାମଲାରେ ବେଳେବେଳେ ରୋଗୀର ମୃତ୍ୟୁ ମଧ୍ୟ ହୋଇଥାଏ । ତେଣୁ ଏହି ରୋଗ କେମିତି ହୁଏ ? କିପରି ଏଥିରୁ ରକ୍ଷା ପାଇବେ ଓ ନିଜର ଯତ୍ନ ନେବେ, ଜାଣନ୍ତୁ...
ଡେଙ୍ଗୁ ରୋଗର ଲକ୍ଷଣ:
- ପ୍ରବଳ ଜ୍ବର
- ମୁଣ୍ଡବିନ୍ଧା
- ଶରୀର ପୀଡା
- ବାନ୍ତି ଲାଗିବା
- ଜୋରରେ ନିଶ୍ବାସ ନେବା
- ମାଂଶପେଶୀ ଓ ଗଣ୍ଠି ଯନ୍ତ୍ରଣା
- ଚର୍ମରେ ଲାଲ୍ ଲାଲ୍ ଫଳିଯିବା
- ଥକ୍କାପଣ ଅନୁଭବ ହେବା
- ହାଲୁକା ରକ୍ତସ୍ରାବ (ନାକ ଓ ମାଢିରୁ ରକ୍ତ ବାହାରିବା)
ଡେଙ୍ଗୁରୁ କେମିତି ବର୍ତ୍ତିବେ:
ଡେଙ୍ଗୁ ମଶା ଦିନରେ ଅଧିକ କାମୁଡିଥାନ୍ତି । ଏଥିପାଇଁ ଶରୀରକୁ ସମ୍ପୂର୍ଣ୍ଣ ଘୋଡେଇ ରଖୁଥିବା ପୋଷାକ ପିନ୍ଧନ୍ତୁ । ଘରର ଚତୁଃପାର୍ଶ୍ବ ପରିଷ୍କାର-ପରିଚ୍ଛନ ରଖନ୍ତୁ । ଟାୟାର, ଫୁଲକୁଣ୍ଡ କିମ୍ବା ପାଣି ଜମି ରହୁଥିବା କୌଣସି ସାମଗ୍ରୀ ରଖନ୍ତୁ ନାହିଁ । ଶୋଇବା ବେଳେ ସବୁବେଳେ ମଶାରୀ ବ୍ୟବହାର କରନ୍ତୁ । ଏଥିସହ ମଶାଠୁ ଦୂରେଇ ରଖୁଥିବା କ୍ରିମ୍ ବ୍ୟବହାର କରିପାରିବେ । ଡେଙ୍ଗୁର ଲକ୍ଷଣ ଦେଖାଗଲେ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଡେଙ୍ଗୁରେ ଜ୍ବର ଓ ଫ୍ଲୁ ଭଳି ଲକ୍ଷଣ ଦେଖାଯାଏ । ରକ୍ତରେ ପ୍ଲେଟଲେଟ ସ୍ତର ହ୍ରାସ ପାଏ । ଏଥିରେ ବେଳେବେଳେ ରୋଗୀର ମୃତ୍ୟୁ ମଧ୍ୟ ହୋଇପାରେ ।