ଓଡିଶା

odisha

ETV Bharat / health

ରାତି ଖାଇବା ପରେ ଚାଲନ୍ତୁ 100 ପାଦ, ମୋଟାପଣଠୁ ମଧୁମେହ...

ରାତିରେ ଖାଇବା ପରେ କିଛି ସମୟ ଚଲାବୁଲା କରିବା ଦରକାର । ଏପରି କରିବା ଦ୍ବାରା ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ମିଳିଥାଏ ବୋଲି ଆୟୁର୍ବେଦର ଦାବି ।

By ETV Bharat Health Team

Published : 5 hours ago

Updated : 1 hours ago

ରାତି ଖାଇବା ପରେ ଚାଲନ୍ତୁ 100 ପାଦ, ମୋଟାପଣଠୁ ମଧୁମେହ...
ରାତି ଖାଇବା ପରେ ଚାଲନ୍ତୁ 100 ପାଦ, ମୋଟାପଣଠୁ ମଧୁମେହ... (ETV Bharat)

Benefits of walking after eating: ଆଜିର ଧାଁ ଦୌଡ ଜୀବନରେ ଲୋକମାନେ ନିଜ ନିଜର କାମରେ ବ୍ୟସ୍ତ । ଆଉ ଏହି ବ୍ୟସ୍ତତା ଭିତରେ ସେମାନେ ନିଜ ସ୍ବାସ୍ଥ୍ୟ ପ୍ରତି ଅବହେଳା କରୁଛନ୍ତି । ଏଥିସହ ପରିବର୍ତ୍ତିତ ଜୀବନଶୈଳୀ, ଖାଦ୍ୟ ପାନୀୟ, ମାନସିକ ଚାପ, ଶାରିରୀକ ଗତିବିଧିର ଅଭାବ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଉଛି । ବ୍ୟସ୍ତବହୁଳ ଦିନଚର୍ଯ୍ୟା ଯୋଗୁଁ କମ୍ ବୟସରୁ ମେଦବହୁଳତା, ମଧୁମେହ, କୋଲେଷ୍ଟ୍ରଲ ଭଲି ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା ଗ୍ରାସ କରୁଛି ସବୁ ବୟସର ଲୋକଙ୍କୁ । ଯାହାର ପ୍ରମୁଖ୍ୟ କାରଣ ହେଲା ଖାଦ୍ୟ ଖାଇବା ପରେ ବସିରହିବା କିମ୍ବା ଶୋଇବା ।

ଖାଇବା ପରେ ତୁରନ୍ତ ଶୋଇବା ନଚେତ୍ ବସିବା ଅତି ଖରାପ ଅଭ୍ୟାସ । ଆୟୁର୍ବେଦ ଅନୁସାରେ ଖାଦ୍ୟ ଗ୍ରହଣ ପରେ ଅତିକମରେ 100 ପାଦ ଚାଲିବା ଉଚିତ୍ । ଏହାଦ୍ବାରା ଶରୀରରେ ଗ୍ୟାଷ୍ଟ୍ରିକ ଫାୟର ଆରମ୍ଭ ହୋଇଥାଏ । ଏଥିରେ ଖାଦ୍ୟ ହଜମ ହୋଇଯାଏ ଓ ମେଟୋବୋଲିଜିମ ଭଲ ରହେ । ଆଜି ଏହି ଖବରର ଜାଣନ୍ତୁ ଖାଇବା ପରେ 100 ପାଦ ଚାଲିବା ଦ୍ବାରା କ'ଣ କ'ଣ ସ୍ବାସ୍ଥ୍ୟଗତ ଲାଭ ମିଳିଥାଏ...

ହଜମ ଠିକ୍ ରହେ:ଆୟୁର୍ବେଦ ଅନୁସାରେ ଯଦି ଆପଣ ଖାଇବା ପରେ କିଛି ସମୟ ଚଲାବୁଲା କରୁଛନ୍ତି ତାହେଲେ ଖାଦ୍ୟ ଠିକ୍‌ରେ ହଜମ ହୋଇଯାଏ । ପେଟ ବି ଭଲ ଭାବେ ସଫା ହୁଏ । କୋଷ୍ଠକାଠିନ୍ୟ, ଗ୍ୟାସ୍ ଭଳି ସମସ୍ୟା କମିଯାଏ ।

2014ରେ ଜର୍ନାଲ ଅଫ ନ୍ୟୁଟ୍ରିସନରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ସୁସ୍ଥ ଲୋକମାନଙ୍କଠାରେ ଦେଖିବାକୁ ମିଳିଥିଲା ଯେ ଯେତେବେଳେ ସେମାନେ ଖାଇବା ପରେ 10 ମିନିଟ୍ ଚାଲିଲେ ସେମାନଙ୍କ ହଜମ ପ୍ରକ୍ରିୟା ଯଥେଷ୍ଟ ବୃଦ୍ଧି ପାଇଲା । ଏହି ଅନୁସନ୍ଧାନରେ ନ୍ୟୁଜିଲାଣ୍ଡର ଓଟାଗୋ ବିଶ୍ବବିଦ୍ୟାଳୟର ଡଃ ଏମଜେ ସ୍ୟାଣ୍ଡସ ଭାଗ ନେଇଥିଲେ । ତାଙ୍କ କରିବା ମୁତାବକ, ଖାଇବା ପରେ କିଛି ସମୟ ଚଲାବୁଲା କରିବା ଦ୍ବାରା ପାଚନ ପ୍ରକ୍ରିୟା ଠିକ୍ ରହେ ।

ହୃଦୟ ସ୍ବାସ୍ଥ୍ୟ: ଖାଇବା ପରେ କିଛି ସମୟ ଚାଲିଲେ ଶରୀରରେ ରକ୍ତ ସଞ୍ଚାଳନ ବଢେ । ବିଶେଷଜ୍ଞଙ୍କ କହିବା କଥା, ଏଥିରେ ନା କେବଳ ହୃଦୟ ସୁସ୍ଥ ରହେ, ବରଂ ହୃଦଜନିତ ରୋଗ ଆଶଙ୍କା ମଧ୍ୟ କମିଥାଏ । ଏହା ରକ୍ତଚାପ ଓ କୋଲେଷ୍ଟ୍ରଲ କଣ୍ଟ୍ରୋଲ କରିବାରେ ମଧ୍ୟ ସାହାଯ୍ୟ କରେ ।

ଓଜନ ହ୍ରାସ:ଖାଇବା ପରେ କିଛି ସମୟ ଚାଲିଲେ ଓଜନ ହ୍ରାସ ପାଏ । କାରଣ ଚାଲିବା ଦ୍ବାରା କ୍ୟାଲୋରୀ ବର୍ଣ୍ଣ ହୁଏ, ଯାହା ଶରୀର ଓଜନ ନିୟନ୍ତ୍ରଣ କରେ ।

ଡାଇବେଟିସ୍: ଖାଇବା ପରେ ଚାଲିଲେ ଇନସୁଲିନ ସମ୍ବନେଦଶୀଳତା ବଢିଯାଏ । ବିଶେଷଜ୍ଞଙ୍କ କହିବା କଥା, ଏହା ବ୍ଲଡସୁଗାର ସ୍ତର କମ୍ କରିବାରେ ସହାୟକ ହୁଏ ।

ଭଲ ନିଦ: ଖାଇବା ପରେ ଚାଲିଲେ ଭଲ ନିଦ ହୋଇଥାଏ । କାରଣ ଖାଦ୍ୟ ଠିକ୍ ଭାବେ ହଜମ ହୋଇଯାଏ ଓ ଚାପ ମଧ୍ୟ କମିଥାଏ ତେଣୁ ଆରାମଦାୟକ ନିଦ ହୁଏ । ଏଥିସହ ମାଂସପେଶୀ ବି ସୁଦୃଢ ହୋଇଥାଏ ।

ତେବେ ଧ୍ୟାନ ଦେବେ ଯେ, ଭୋଜନ ଓ ଚାଲିବା ମଧ୍ୟରେ ଯେମିତି 10ରୁ 15 ମିନିଟ୍ ବ୍ୟବଧାନ ରହୁଥିବ । ଏଥିସହ ଯଦି ଆପଣଙ୍କୁ କୌଣସି ଅସୁବିଧା ଅନୁଭବ ହେଉଛି, ତାହେଲେ ଚାଲିବା ଗତି କମ୍ କରନ୍ତୁ ଏବଂ ଆବଶ୍ୟକ ସ୍ଥଳେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଚାଲନ୍ତୁ ।

Ref- https://www.hcafloridahealthcare.com/healthy-living/blog/5-benefits-of-walking-after-eating

https://www.ncbi.nlm.nih.gov/search/research-news/17034/

ଏହା ମଧ୍ୟ ପଢନ୍ତୁ:କ୍ୟାଟ୍ରିନାଙ୍କୁ ହେଲା କି ଡାଇବେଟିସ୍ ? ହାତରେ କଳା ପ୍ୟାଚ୍ ଦେଖି ଚିନ୍ତାରେ ଫ୍ୟାନ୍ସ

ଏହା ମଧ୍ୟ ପଢନ୍ତୁ:ଏମିତି ଇୟରଫୋନ ଲଗାଉଛନ୍ତି ? ହରାଇପାରନ୍ତି ଶ୍ରବଣ ଶକ୍ତି, ଚେତାଇଲେ ଡାକ୍ତର

Disclaimer-ଏଠାରେ ଦିଆଯାଇଥିବା ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।

Last Updated : 1 hours ago

ABOUT THE AUTHOR

...view details