ହାଇଦ୍ରାବାଦ:2024 ବର୍ଷ ଶେଷ ହେବାକୁ ଯାଉଛି । ଆସୁଛି ନୂଆବର୍ଷ 2025 । ତେବେ 2024 ବର୍ଷ ବିଷୟରେ କହିବାକୁ ଗଲେ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ 2023 ବର୍ଷ ପରି 2024 ମଧ୍ୟ ମନୋରଞ୍ଜନ ଏବଂ ବକ୍ସ ଅଫିସ୍ କଲେକ୍ସନ କ୍ଷେତ୍ରରେ ଭଲ ପ୍ରମାଣିତ ହୋଇଛି । ଚଳିତ ବର୍ଷ ଅନେକ ବଡ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା, ଯେଉଁଥିରେ ହନୁମାନ, ଫାଇଟର, କଲ୍କି 2898AD, ଦେବରା ପାର୍ଟ 1, ସ୍ତ୍ରୀ 2, ଭୁଲ ଭୁଲେୟା 3 ଏବଂ ସିଙ୍ଘମ ଏଗେନ ଅନ୍ତର୍ଭୁକ୍ତ । ବର୍ତ୍ତମାନ, 2024 ବର୍ଷର ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ହେଉଛି ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ 'ପୁଷ୍ପା 2 ଦ ରୁଲ', ଯାହାକି ବକ୍ସ ଅଫିସରେ ଧମାକା କରୁଛି । ଏପରି ସମୟରେ 2024 ମସିହାରେ ଏପରି ଅନେକ ବଡ ବଜେଟ୍ ଚଳଚ୍ଚିତ୍ର ମଧ୍ୟ ମୁକ୍ତିଲାଭ କରିଥିଲା, ଯାହାକି ନିର୍ମାତାଙ୍କ ଟଙ୍କା ବୁଡାଇଥିଲା । 250 କୋଟିରୁ ଅଧିକ ବଜେଟରେ ନିର୍ମିତ ହୋଇ ମଧ୍ୟ ବକ୍ସ ଅଫିସରେ ଯାଦୁ ନ ଦେଖାଇ ଫ୍ଲପ୍ ପ୍ରମାଣିତ ହୋଇଥିଲା । ଜାଣନ୍ତୁ, ବଲିଉଡ ଏବଂ ସାଉଥର କେଉଁ ଫିଲ୍ମ 2024 ମସିହାରେ ଫ୍ଲପ୍ ହୋଇଛି ?
ବଲିଉଡର 250 କୋଟି ବଜେଟ୍ ଫ୍ଲପ୍ ଚଳଚ୍ଚିତ୍ର:-
- ବଡେ ମିୟାଁ ଛୋଟେ ମିୟାଁ
2024 ବର୍ଷର ମେଗାଫ୍ଲପ୍ ଚଳଚ୍ଚିତ୍ରରେ 'ବଡେ ମିୟାଁ ଛୋଟେ ମିୟାଁ' ଅନ୍ତର୍ଭୁକ୍ତ । ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫଙ୍କ ଅଭିନୀତ ଆକ୍ସନ ଫିଲ୍ମ 'ବଡେ ମିୟାଁ ଛୋଟେ ମିୟାଁ' 350 କୋଟି ଟଙ୍କା ବଜେଟରେ ପ୍ରସ୍ତୁତ କରାଯାଇଥିଲା । ଘରୋଇ ବକ୍ସ ଅଫିସରେ ଏହି ଚଳଚ୍ଚିତ୍ରର ମୋଟ ସଂଗ୍ରହ 59.17 କୋଟି ଏବଂ ସାରା ବିଶ୍ୱରେ 102.16 କୋଟି ଟଙ୍କା ବ୍ୟବସାୟ କରିଥିଲା । ଏହା ନିଜ ବେଜଟ ମୂଲ୍ୟ ବାହାର କରିବାରେ ମଧ୍ୟ ଅସମର୍ଥ ହୋଇଥିବା ବେଳେ ଲୋକଙ୍କ ମଧ୍ୟ ମନ ଜିତିପାରିନଥିଲା ।
- ମୈଦାନ
ଅଜୟ ଦେବଗନ ଷ୍ଟାରର୍ ସ୍ପୋର୍ଟସ୍ ଫିଲ୍ମ 'ମୈଦାନ' 2024 ବର୍ଷର ଫ୍ଲପ ଫିଲ୍ମ ବୋଲି ଅଟେ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ଅମିତ ରବିନ୍ଦ୍ରନାଥ। ଏହି ଫିଲ୍ମର ବଜେଟ୍ ହେଉଛି 250 କୋଟି ଟଙ୍କା, ଯାହା ଚଳିତ ବର୍ଷର ଇଦ୍ ଅବସରରେ ମୁକ୍ତିଲାଭ କରିଥିଲା। ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ପ୍ରଥମ ସପ୍ତାହରେ 'ମୈଦାନ' 28.35 କୋଟି ଏବଂ ଦ୍ୱିତୀୟ ସପ୍ତାହରେ 10.25 କୋଟି ଟଙ୍କା ଆୟ କରିଥିବାବେଳେ ତୃତୀୟ ସପ୍ତାହରେ ଫିଲ୍ମ 80 ଲକ୍ଷ ଟଙ୍କା ଆୟ କରିଥିଲା । ଏହାର ବିଶ୍ୱବ୍ୟାପୀ ଆୟ ହେଉଛି 68 କୋଟି ଟଙ୍କା । ଏହି ଫିଲ୍ମ ଜଣେ ବ୍ୟକ୍ତିଙ୍କ ପ୍ରକୃତ କାହାଣୀ ନେଇ ପ୍ରସ୍ତୁତ କରାଯାଇଛି । ଯିଏ ଭାରତ ପାଇଁ ଏପରି ଇତିହାସ ଏବଂ ରେକର୍ଡ ସୃଷ୍ଟି କରିଥିଲେ । ତେବେ ଏହା ଏକ ବାୟୋପିକ ଫିଲ୍ମ ହୋଇଥିବା ବେଳେ ଫିଲ୍ମଟି ଲୋକଙ୍କ ମନଜିତିନଥିଲା ଏବଂ ବକ୍ସ ଅଫିସରେ ଫ୍ଲପ ପ୍ରମାଣିତ ହୋଇଥିଲା । କହିରଖୁଛୁ କି, ଫିଲ୍ମର ଫ୍ଲପ ଯୋଗୁଁ ନିର୍ମାତାଙ୍କୁ 150 କୋଟିରୁ ଅଧିକ କ୍ଷତି ସହିବାକୁ ପଡିଥିଲା ।
2024ର ବଲିଉଡର ସ୍ୱଳ୍ପ ବଜେଟ୍ ଫ୍ଲପ୍ ଫିଲ୍ମ:-
- କ୍ରାକ- (ବଜେଟ୍- 80 କୋଟି ଟଙ୍କା ଏବଂ ରୋଜଗାର- 12 କୋଟି ଟଙ୍କା)
- ଜିଗ୍ରା- (ବଜେଟ୍- 80 କୋଟି ଟଙ୍କା ଏବଂ ରୋଜଗାର- 23.60 କୋଟି ଟଙ୍କା)
- ଖେଲ ଖେଲ ମେଁ- (ବଜେଟ୍- 100 କୋଟି ଟଙ୍କା ଏବଂ ରୋଜଗାର- 29.1 କୋଟି ଟଙ୍କା)
- ସରଫିରା- (ବଜେଟ୍- 100 କୋଟି ଟଙ୍କା ଏବଂ ରୋଜଗାର- 32 କୋଟି ଟଙ୍କା)
- ମେରୀ ଖ୍ରୀଷ୍ଟମାସ - (ବଜେଟ୍- 60 କୋଟି ଟଙ୍କା ଏବଂ ରୋଜଗାର- 12 କୋଟି ଟଙ୍କା)
- ଦ ବକିଙ୍ଗହମ୍ ମର୍ଡର- (ବଜେଟ୍- 40 କୋଟି ଏବଂ ଆୟ- 7.53 କୋଟି)
- ବେଦା-(ବଜେଟ୍- 60 କୋଟି ଟଙ୍କା ଏବଂ ରୋଜଗାର- 25.93 କୋଟି ଟଙ୍କା)
- ଯୋଦ୍ଧା (ବଜେଟ୍- 66 କୋଟି ଟଙ୍କା ଏବଂ ରୋଜଗାର- 33 କୋଟି ଟଙ୍କା)
- ଓରୋଁ ମେ କାହାଁ ଦମ ଥା- (ବଜେଟ୍-100 କୋଟି ଟଙ୍କା ଏବଂ ରୋଜଗାର-12.91 କୋଟି ଟଙ୍କା)