ଓଡିଶା

odisha

ETV Bharat / entertainment

'Miss Grand International' ମୁକୁଟ ପିନ୍ଧିଲେ ରେଚଲ ଗୁପ୍ତା, ପ୍ରଥମ ଭାରତୀୟ ଭାବେ ରଚିଲେ ଇତିହାସ

ମିସ୍ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲ ଟାଇଟଲ ହାତେଇଲେ ରେଚଲ ଗୁପ୍ତା । ପ୍ରଥମ ଭାରତୀୟ ଭାବେ ଏହି ବିଜୟ ହାସଲ କରି ଇତିହାସ ରଚିଛନ୍ତି । ଜାଣନ୍ତୁ ସେ କିଏ ?

RACHEL GUPTA MISS GRAND INTERNATIONAL
RACHEL GUPTA MISS GRAND INTERNATIONAL (ANI-IMAGE)

By ETV Bharat Entertainment Team

Published : 5 hours ago

ହାଇଦ୍ରାବାଦ:ପଞ୍ଜାବର ରେଚଲ ଗୁପ୍ତା ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଭାରତ ପାଇଁ ଇତିହାସ ସୃଷ୍ଟି କରିଛନ୍ତି । ବିଦେଶରେ ମିସ୍ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲ ଟାଇଟଲ୍ ଜିତି ରେଚଲ ବିଶ୍ୱରେ ଦେଶକୁ ଗୌରବାନ୍ୱିତ କରିଛନ୍ତି । ଦେଶ ବିଦେଶର ଅନେକ ପ୍ରତିଯୋଗୀଙ୍କୁ ପଛରେ ପକାଇ ମିସ୍ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲ ଟାଇଟଲ୍ ନିଜ ନାଁରେ କରିଛନ୍ତି । ଗତ ଶୁକ୍ରବାର ବ୍ୟାଙ୍କକ ଠାରେ ଅନୁଷ୍ଠିତ ମିସ୍ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲ ପ୍ରତିଯୋଗିତାରେ ପଞ୍ଜାବ ଜଳନ୍ଧର ବାସିନ୍ଦା ରେଚଲ ବିଜୟ ମୁକୁଟ ପିନ୍ଧି ଦେଶ ତଥା ନିଜ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ।

ଏହି ସୁନ୍ଦରୀଙ୍କୁ ପଛରେ ପକାଇ ବାଜି ମାରିଲେ ରେଚଲ

କହିରଖୁଛୁ କି, ମିସ୍ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲ ମୁକୁଟ ଜିତିବାରେ ରେଚଲ ଗୁପ୍ତା ପ୍ରଥମ ଭାରତୀୟ ତଥା ତୃତୀୟ ଏସୀୟ ସୌନ୍ଦର୍ଯ୍ୟ ହୋଇପାରିଛନ୍ତି । ଏହି ପ୍ରତିଯୋଗିତାରେ 70ରୁ ଅଧିକ ଦେଶର ପ୍ରତିଯୋଗୀ ଭାଗ ନେଇଥିବା ବେଳେ ସମସ୍ତଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ରେଚଲ । ଏହି ପ୍ରତିଯୋଗିତାରେ ଫିଲିପାଇନ୍ସର ଖ୍ରୀଷ୍ଟିନ ଜୁଲିଆନ୍ ଓପିଜା ରନର୍ସ ଅଫ ଥିବା ବେଳେ ମିଆଁମାରର ଥାଇ ସୁ ନିଏନ୍, ଫ୍ରାନ୍ସର ସଫିଟୋ କାବେଙ୍ଗଲେ ଏବଂ ବ୍ରାଜିଲର ତଲିତ ହାର୍ଟମ୍ୟାନ୍ ଏହି ପ୍ରତିଯୋଗିତାରେ (ତୃତୀୟ, ଚତୁର୍ଥ ଏବଂ ପଞ୍ଚମ) ସ୍ଥାନ ଅଧିକାର କରିଛନ୍ତି । ପେରୁର ଟାଇଟଲ୍ ଧାରକ ଲୁସିଆନା ଫଷ୍ଟର ରାହୁଲ ଗୁପ୍ତାଙ୍କୁ ମିସ୍ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲ ଭାବରେ ମୁକୁଟ ପିନ୍ଧାଇଲେ।

ଏହା ମଧ୍ୟ ପଢନ୍ତୁ:ମିସ୍ ୟୁନିଭର୍ସ ଇଣ୍ଡିଆ 2024 ମୁକୁଟ ପିନ୍ଧିଲେ ରିୟା ସିଂଘା

ରେଚଲ ଗୁପ୍ତା କିଏ ?

କହିରଖୁଛୁ କି, ମାତ୍ର 20 ବର୍ଷ ବୟସ୍କା ରେଚଲ ଗୁପ୍ତାଙ୍କ ପରିବାର ଜଳନ୍ଧର ସହର ବାସିନ୍ଦା । ମିସ୍ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲ୍ 2024 ଟାଇଟଲ୍ ଜିତିବା ପୂର୍ବରୁ ରେଚଲ ମିସ୍ ଗ୍ରାଣ୍ଡ ଇଣ୍ଡିଆ 2024 ର ମୁକୁଟ ଜିତିଥିଲେ ଏବଂ ପରେ ମିସ୍ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲ 2024 ରେ ଭାରତର ପ୍ରତିନିଧିତ୍ୱ କରିଥିଲେ । ଏଥିସହ ରେଚଲ ପୂର୍ବରୁ ପ୍ୟାରିସରେ ସୁପର ଟ୍ୟାଲେଣ୍ଟ ଅଫ୍ ୱାର୍ଲ୍ଡ ପୁରସ୍କାର ଜିତିଥିଲେ । ସୁପର ଟ୍ୟାଲେଣ୍ଟ ଅଫ୍ ୱାର୍ଲ୍ଡ ପ୍ରତିଯୋଗିତାରେ ରେଚଲ ପୋଲାଣ୍ଡର ୱେରୋନିକା ନୋଭାକଙ୍କ ସହ ଏହି ପୁରସ୍କାର ସେୟାର କରିଥିଲେ । ଏହାପୂର୍ବରୁ, ଭେଟେରାନ ଅଭିନେତ୍ରୀ ଜିନତ ଅମାନ 1970 ମସିହାରେ ସୁପର ଟ୍ୟାଲେଣ୍ଟ ଅଫ୍ ୱାର୍ଲ୍ଡ ଟାଇଟଲ୍ ଜିତିଥିଲେ । ରେଚଲ ଗୁପ୍ତା ସୋସିଆଲ ମିଡିଆରେ ମଧ୍ୟ ବେଶ ସକ୍ରିୟ ରହିଛନ୍ତି । ଇନଷ୍ଟାଗ୍ରାମରେ ରେଚଲଙ୍କ 1 ମିଲିୟନରୁ ଅଧିକ ଫୋଲର୍ସ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details