ହାଇଦ୍ରାବାଦ:ପରଲୋକରେ ଟିଭି ଲୋକପ୍ରିୟ ଅଭିନେତା ବିକାଶ ସେଠୀ । ଗତକାଲି ସକାଳେ ହୃଦଘାତରେ ଅଭିନେତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 48 ବର୍ଷ ବୟସ ହୋଇଥିଲା । ବିକାଶଙ୍କ ହଠାତ୍ ଦେହାନ୍ତ ଖବର ସମସ୍ତଙ୍କୁ ଚକିତ କରିଛି । ତାଙ୍କ ମୃତ୍ୟୁରେ ପୁରା ପରିବାର ଭାଙ୍ଗିପଡିଥିବା ବେଳେ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି । କୁହାଯାଉଛି ଯେ ବିକାଶ ସେଠୀ ଶୋଇଥିବା ଅବସ୍ଥାରେ ହିଁ ଶୋଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ପରେ ତାଙ୍କୁ ପୋଷ୍ଟମାର୍ଟମ ପାଇଁ ନିଆଯାଇଥିବା ବେଳେ ଡାକ୍ତର ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ଦେଇଥିଲେ । ଅଭିନେତାଙ୍କ ଦେହାନ୍ତ ଖବର ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଥିଲା, କିନ୍ତୁ ପରିବାର ପକ୍ଷରୁ କୌଣସି ସୂଚନା ମିଳି ନଥିଲା । ବର୍ତ୍ତମାନ ବିକାଶଙ୍କ ପତ୍ନୀ ଜାହ୍ନବୀ (ଜାହ୍ନବୀ ବିକାଶ ସେଠୀ) ତାଙ୍କ ସ୍ୱାମୀଙ୍କ ବିୟୋଗ ପରେ ପ୍ରଥମ ପୋଷ୍ଟ ସେୟାର କରିଛନ୍ତି ।
ଆଜି ବିକାଶ ସେଠୀଙ୍କ ଅନ୍ତିମ ସଂସ୍କାର କରାଯିବ
ବିକାଶ ସେଠୀଙ୍କ ପତ୍ନୀଜାହ୍ନବୀ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସ୍ୱାମୀଙ୍କ ଏକ ଫଟୋ ସେୟାର କରିଛନ୍ତି ଏବଂ କହିଛନ୍ତି ଯେ ଆଜି ତାଙ୍କର ଅନ୍ତିମ ସଂସ୍କାର । ସେ ଲେଖିଛନ୍ତି, ଏହା ଅତ୍ୟନ୍ତ ଦୁଃଖର ବିଷୟ ଯେ ଆମେ ଆମର ପ୍ରିୟ ବିକାଶ ସେଠୀଙ୍କ ଦେହାନ୍ତ ବିଷୟରେ ସୂଚନା ଦେଇଛୁ। ଯିଏ ଆମ ସମସ୍ତଙ୍କୁ 8 ସେପ୍ଟେମ୍ବର 2024 ରେ ଛାଡିଦେଇ ଚାଲିଗଲେ। ଆଜି, 9 ସେପ୍ଟେମ୍ବରରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ଏହି କଷ୍ଟ ସମୟରେ ଆପଣମାନଙ୍କ ଉପସ୍ଥିତି, ପ୍ରାର୍ଥନା ଏବଂ ସମର୍ଥନ ଆଶା କରୁଛୁ ।" ସୂଚନାଥାଉ କି, ବିକାଶ ସେଠୀ ଓ ଜାହ୍ନବୀଙ୍କ ଯାଆଁଳା ସନ୍ତାନ ରହିଛନ୍ତି ।
ଡିପ୍ରେସନର ଶିକାର ହୋଇଥିଲେ ବିକାଶ