ଓଡିଶା

odisha

88 ବର୍ଷ ବୟସରେ ଆଖି ବୁଜିଲେ ଲୋକପ୍ରିୟ ଅଭିନେତ୍ରୀ ଆଶା ଶର୍ମା - ASHA SHARMA PASSES AWAY

By ETV Bharat Odisha Team

Published : Aug 25, 2024, 5:24 PM IST

Asha Sharma Passes Away: ବଲିଉଡ ଏବଂ ଟିଭି ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ଆଶା ଶର୍ମାଙ୍କର ଆଜି ଅପରାହ୍ନରେ ଦେହାନ୍ତ ହୋଇଛି। ଅନେକ ଟିଭି ଶୋ’ରେ ତାଙ୍କର ଅଭିନୟ ସହ ଆଶା ଲୋକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ବେଳେ ଆଜି ତାଙ୍କ ଦେହାନ୍ତରେ ଟିଭି ଇଣ୍ଡଷ୍ଟ୍ରି ସମତେ ଫ୍ୟାନ୍ସଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।

88 ବର୍ଷ ବୟସରେ ଆଖି ବୁଜିଲେ ଲୋକପ୍ରିୟ ଅଭିନେତ୍ରୀ ଆଶା ଶର୍ମା
88 ବର୍ଷ ବୟସରେ ଆଖି ବୁଜିଲେ ଲୋକପ୍ରିୟ ଅଭିନେତ୍ରୀ ଆଶା ଶର୍ମା (@iamanjulsirohi Twitter-Canva)

ହାଇଦ୍ରାବାଦ:ବଲିଉଡ ଏବଂ ଟିଭି ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଆଶା ଶର୍ମାଙ୍କର ଆଜି ଦେହାନ୍ତ ହୋଇଛି । ଆଜି ଅପରାହ୍ନରେ CINTAA (ସିନେ ଏବଂ ଟିଭି ଆର୍ଟିଷ୍ଟିସ୍ ଆସୋସିଏସନ୍) ର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଆଶାଙ୍କ ମୃତ୍ୟୁ ବିଷୟରେ ସୂଚନା ସେୟାର କରାଯାଇଛି । ଆଜି ସ୍ୱର୍ଗତ ଅଭିନେତ୍ରୀ ଆଶା ଶର୍ମା 88 ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁର କାରଣ ଜଣାପଡିନଥିବା ବେଳେ ତାଙ୍କ ଦେହାନ୍ତରେ ମନୋରଞ୍ଜନ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି ।

ମୃତ୍ୟୁର କାରଣ ଅସ୍ପଷ୍ଟ

ଅଭିନେତ୍ରୀ ଆଶା ଶର୍ମାଙ୍କ ମୃତ୍ୟୁ ଖବରକୁ ନିଶ୍ଚିତ କରି ସିନେ ଆସୋସିଏସନ ଏକ ଟ୍ୱିଟ୍ କରି ଶର୍ମାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଅଗଷ୍ଟ 25, 2024 ରେ ଅପରାହ୍ନ 3:01 ରେ ପୋଷ୍ଟ କରାଯାଇଛି। ତାଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ଯଦି ଗଣମାଧ୍ୟମର ରିପୋର୍ଟକୁ ବିଶ୍ୱାସ କରାଯାଏ, ଅଭିନେତ୍ରୀ ଟିନା ଘାଇ ଏକ ଗଣମାଧ୍ୟମ ରିପୋର୍ଟରେ କହିଛନ୍ତି, 'ସେ ଶେଷ ନିଶ୍ୱାସ ପର୍ଯ୍ୟନ୍ତ କାମ କରିବାକୁ ଚାହୁଁଥିଲେ । ହେଲେ ଗତ ବର୍ଷ ତାଙ୍କ ଚଳଚ୍ଚିତ୍ର ଆଦିପୁରୁଷ ରିଲିଜ ହେବା ପରେ ସେ ଚାରିଥର ବେହୋସ ହୋଇ ପଡ଼ିଯାଇଥିଲେ, ଯାହା ସାଂଘାତିକ ପ୍ରମାଣିତ ହୋଇଥିଲା । ଗତ ଏପ୍ରିଲ ମାସରୁ ସେ ଶଯ୍ୟାଶାୟୀ ଥିବା ବେଳେ ଆଜି ତାଙ୍କର ଦେହାନ୍ତ ହୋଇଛି।''

ଆଶା ଶର୍ମାଙ୍କ କ୍ୟାରିଅର

ଅକ୍ଟୋବର 1936 ରେ ଜନ୍ମ ହୋଇଥିବା ଆଶା ଶର୍ମାଙ୍କ କ୍ୟାରିୟର ବିଷୟରେ କହିବାକୁ ଗଲେ, ଆଶା ଅନେକ ବର୍ଷ ଧରି ଚଳଚ୍ଚିତ୍ର ଏବଂ ଟେଲିଭିଜନ ଶୋ' ମାଧ୍ୟମରେ ଲୋକଙ୍କ ମଧ୍ୟରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ଜଣେ ମାତା ଏବଂ ଜେଜେମା ଭୂମିକାରେ ଦର୍ଶକଙ୍କୁ ଆଶା ବିଶେଷ ପସନ୍ଦ କରିଥିଲେ। ଶେଷଥର ପାଇଁ ଆଶାଙ୍କୁ ପ୍ରଭାସ ଏବଂ କ୍ରିତି ସାନନଙ୍କ ଫିଲ୍ମ 'ଆଦିପୁରୁଷ'ରେ ଦେଖିବାକୁ ମିଳିଥିଲା । ଏଥିରେ ସେ 'ଶବରୀ' ଭୂମିକାରେ ନଜର ଆସିଥିଲେ । ସେ 1986 ର 'ନୁକ୍କଡ'ରୁ ନିଜ ଫିଲ୍ମି କ୍ଯାରିଅର ଆରମ୍ଭ କରିଥିବା ବେଳେ ପରେ 'ବୁନିୟାଦ' (1987)ରେ ନଜର ଆସିଥିଲେ। ଯାହା ତାଙ୍କୁ ବେଶ ସଫଳତା ଦେଇଥିଲା ।

ଏହା ମଧ୍ୟ ପଢନ୍ତୁ:ଜୀବନ ହାରିଲେ ଅଭିନେତ୍ରୀ ନୁର ମାଲବିକା ଦାସ, ଘରୁ ମିଳିଲା ମୃତଦେହ

40ଟି ଚଳଚ୍ଚିତ୍ର ଏବଂ ଟିଭି ଧାରାବାହିକରେ କରିଛନ୍ତି କାମ

ଷ୍ଟାର ପରିବାର ଆୱାର୍ଡ ଶୋ’ରେ ପ୍ରିୟ ବୁଦ୍ଧ ପୁରସ୍କାର ବର୍ଗରେ ସେ ମନୋନୀତ ହୋଇଥିଲେ। ଏହା ବ୍ୟତୀତ ଆଶା ଶର୍ମାଙ୍କୁ 'ମହାଭାରତ' (1997) ଏବଂ 'କୁମ୍କୁମ୍ ଭାଗ୍ୟ' (2019) ଭଳି ସିରିଏଲରେ ଅଭିନୟ କରୁଥିବା ଦେଖିବାକୁ ମିଳିଛି। ଏଥିସହ ସେ 'ଟ୍ରଫି' (2017) ଏବଂ 'ଦ ଲଷ୍ଟ ଜାମ ଜାର' (2021) ପରି କ୍ଷୁଦ୍ର ଚଳଚ୍ଚିତ୍ର ମଧ୍ୟ ନଜର ଆସିଛନ୍ତି। ଆଶା ଶର୍ମା 'ମୁଜେ କୁଚ୍ଚ କେହନା ହେ' (2001), 'ହମ୍ ତୁମାଁରେ ହେ ସାନମ୍' (2002), 'ହମକୋ ତୁମସେ ପ୍ୟାର୍ ହେ' (2006) ଏବଂ '1920' (2008) ସହିତ ପ୍ରାୟ 40 ଟି ଚଳଚ୍ଚିତ୍ର ଏବଂ ଟିଭି ଧାରାବାହିକରେ ଅଭିନୟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details